ETV Bharat / sukhibhava

Horoscope: ତିକ୍ତ ବାକ୍ୟ ଯୋଗୁଁ ଏହି ରାଶିର ବ୍ୟକ୍ତିମାନେ ଭୋଗିପାରନ୍ତି ସମସ୍ୟା

author img

By ETV Bharat Odisha Team

Published : Sep 7, 2023, 12:01 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: ଆପଣ ଆଜି ନିଜକୁ ଅସୁରକ୍ଷିତ ମନେ କରିପାରନ୍ତି। ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି। ଆପଣଙ୍କ ଉପରେ ଓଲଟା ପ୍ରଭାବ ପଡିପାରେ। ଆଜି କିଛି କାମ କରିଲେ ସଫଳତା ପାଇବେ ନାହିଁ। କିଛି ଜରୁରୀ କାର୍ଯ୍ୟ ନଥିଲେ କରନ୍ତୁ ନାହିଁ।

ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି। ଯାହା କଲେ ବି ରଚନାତ୍ମକତା ଆପଣଙ୍କ ଉଚ୍ଚରେ ରହିବ। ଆପଣ କଳା, ଡିଜାଇନ, ଗ୍ରାଫିକ୍‍ସ ସହ ଜଡିତ କିଛି କାର୍ଯ୍ୟ କରିବେ। ନିଜର ପ୍ରତିଭାକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ମିଥୁନ: ଆପଣ ଆଜି ଅନ୍ୟମାନଙ୍କ ପାଇଁ ଚିନ୍ତାରେ ରହି କାର୍ଯ୍ୟ କରିବେ। ନିଜ କଥା ନଭାବି ପର ଚିନ୍ତା ଲାଗି ରହିବ। ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିବେ। ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଏକ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନେଇ ଚିନ୍ତିତ ହୋଇପାରନ୍ତି।

କର୍କଟ: ଆପଣ ଠକାମୀରେ ପ୍ରଖର ବୁଦ୍ଧି ଯୋଗୁଁ ଆଜି ଆପଣ ସଫଳତା ପାଇବେ। ଆଜି ଆପଣ ଦୂରରୁ ଅସୁବିଧା ଜାଣି ସତର୍କ ହେବେ। ଆପଣଙ୍କ ପଦ୍ଧତି ଯୋଗୁଁ ଆପଣଙ୍କ ସହ କାମ କରୁଥିବା ଉଚିତ ଲୋକମା୍ନେ ପସନ୍ଦ କରି ନ ପାରନ୍ତି। କିନ୍ତୁ ଆଜି ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତୁ।

ସିଂହ: ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ। ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍‍ ସମୟରେ ସଫଳତାର ସହ ସମ୍ପୁର୍ଣ୍ଣ କରିପାରିବେ। ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ। କ୍ରିଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ। ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ। ଆର୍ଥିକ ସମ୍ବଳତା ବୃଦ୍ଧି ପାଇବାରେ।

କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ। ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଆଜି ମନକୁ ଶାନ୍ତି ମିଳିଲା ପରି ଅନୁଭବ ହେବ। ବିଦେଶ ଗସ୍ତ ପାଇଁ ଯୋଜନା କରିଥିବା ବ୍ୟକ୍ତିମାନଙ୍କୁ ଆଜି ଶୁଭ ଫଳ ମିଳିପାରେ। ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ। ଦିନଟି ଆମୋଦ ପ୍ରମୋଦରେ କାଟନ୍ତୁ।

ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ। ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ। ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ। ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ। ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ ଆପଣଙ୍କର ମାନସିକ ବ୍ୟସ୍ତତା ବୃଦ୍ଧି ପାଇପାରେ। ଆଜି କୌଣସି ବ୍ୟକ୍ତିଙ୍କ ସହ ନୂତନ ଭାବେ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ। ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ।

ବିଛା: ଆପଣ ଗୃହ ଜଞ୍ଜାଳରୁ ମୁକ୍ତ ହୋଇ ବାହାରକୁ ଯାଆନ୍ତୁ ଏବଂ ବନ୍ଧୁଙ୍କ ଗହଣରେ ମୌଜ ମଜଲିସ କରନ୍ତୁ। ସେମାନଙ୍କ ସହ ସିନେମା ଦେଖିପାରନ୍ତି କିମ୍ୱା ଏକ ଦୁଃସାହାସିକ ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଆଜି ଆପଣ ସାମାଜିକ ଜୀବନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଭାବେ ପ୍ରଶଂସିତ ହୋଇପାରନ୍ତି। ସମୟକୁ ମୌଜ ମଜଲିସରେ କାଟନ୍ତୁ।

ଧନୁ: ଆପଣଙ୍କର ସ୍ୱାସ୍ଥ୍ୟ, ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ। ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ। ସହକର୍ମୀମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ। ଅର୍ଥଲାଭ ଯୋଗୁଁ ଖୁସିରେ ଫୁଲିଉଠିବେ। ନିଜ ମୁହଁରେ ସ୍ମିତ ହାସ ଫୁଟାଇ ଦିନଟି ଖୁସିବାସରେ କାଟିବେ।

ମକର: ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଦିନସାରା ହଇରାଣ ଏବଂ ଦୟନୀୟ ଅବସ୍ଥା ଅନୁଭବ କରିପାରନ୍ତି। ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥି ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଇବେ। ଦ୍ୱନ୍ଦ ଏବଂ ସିଦ୍ଧାନ୍ତ ବିହୀନତା ବିଷୟକୁ ଖରାପ କରିବାରେ। ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଯନ୍ତ୍ରଣା ଦେଇପାରେ ।

କୁମ୍ଭ: ଆପଣଙ୍କ ଜିଦିକୁ ନିୟନ୍ତ୍ରଣରେ ରଖନ୍ତୁ। ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିପକାଇବ। ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ। ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଆଶଙ୍କା ରହିଛି।

ମୀନ: ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ଉତ୍ତମ ଅଟେ। ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହିବେ। ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.