ETV Bharat / sukhibhava

Horoscope: ଏହି ରାଶିର ବ୍ୟକ୍ତିମାନେ ନୂଆ ପୁଞ୍ଜି ନିବେଶରୁ ଦୂରେଇ ରୁହନ୍ତୁ, ନଚେତ ସହିପାରନ୍ତି କ୍ଷତି

author img

By ETV Bharat Odisha Team

Published : Aug 31, 2023, 12:05 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: ଆଜି ଏକ ଭଲ ଦିନ ଅଟେ। ଆଜି ଅନେକ ସାମଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ। ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ। ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଭଲ ରହିବ ଏବଂ ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବାପାଇଁ ଇଛା ସୃଷ୍ଟି କରିପାରିବ। ଜଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ। ଆର୍ଥିକ ଲାଭର ସମ୍ଭାବନା ଅଛି।

ବୃଷ: ଆଜି ଆପଣାଙ୍କ ଦିନ ଭଲରେ କଟିବ। ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ କରିପାରିବେ। ଚାକିରି ମିଳିବ ଏବଂ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ପ୍ରତିଷ୍ଠା ଅର୍ଜନ କରିବେ। ବିଦେଶରୁ ଖୁସି ଖବର ମିଳିପାରେ।

ମିଥୁନ: ଆଜିର ଦିନଟି ତୁମେ ଭୁଲି ଯିବାକୁ ଚାହିଁବ। ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମନା କରିବ। ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ଖରାପ ସମୟ ରହିବ। କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡିଚିଡା ସ୍ୱଭାବ ରହିବ ଏବଂ ସହକର୍ମୀମାନେ ସାହାଯ୍ୟ ମିଳିବ ନାହିଁ। ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବ ନହିଁ।

କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ। ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ। ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷା କରନ୍ତୁ। ଆଜିର ଦିନ ସରିଲାବେଳକୁ ଆପଣ ଖର୍ଚ୍ଚାନ୍ତର ଶିକାର ହୋଇ ସାରିଥିବେ। ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ। ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ।

ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି। ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି। ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ। ବିଚାରାଳାୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ। ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନପାରେ।

କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି। ପାରିବାରିକ ପରିବେଶ ଶାନ୍ତ ରହିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ। ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ। ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ। ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ। ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ। ଖର୍ଚ୍ଚର ପରିମାଣକୁ କମେଇବାକୁ ଇଚ୍ଛା କରିବ ଖର୍ଚ୍ଚ ବହୁଗୁଣ ବଢିପାରେ। ସେଥିପାଇଁ ସତର୍କ ରୁହନ୍ତୁ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଫଳ ଦେଇପାରେ। ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ। ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ। ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ। ସାମାଜିକ ଜୀବନ ଏବଂ ମେଧା ଧର୍ମୋପଦେଶ ଦେବା ଆପଣଙ୍କ ବିପକ୍ଷରେ ଯାଇପାରେ। ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ।

ବିଛା: ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି। ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରିବାର ମନ୍ତ୍ର ଜପିପାରନ୍ତି। ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି। ଏଇ ସମୟରେ ଆପଣଙ୍କର ବନ୍ଧୁ ବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି। ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ। ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ। ନିଜକୁ ଜଗନ୍ତୁ ମିତବ୍ୟୟୀ ହୁଅନ୍ତୁ। ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ। ଆଜି ଦିନଟି ସୁଖ ଦୁଃଖରେ ମିଶ୍ରିତ ଦିନ ରହିବ।

ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି। ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ। ଦିନଟିର ପ୍ରାରମ୍ଭରୁ ଭାଗ୍ୟ ଆପଣଙ୍କ ପାଖେ ପାଖେ ରହିବ। ଶାରୀରିକ ସୁସ୍ଥତା ବଜାୟୀ ରହିବ। ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି। ଆଧ୍ୟାତ୍ମିକ ଆଲୋଚନା ଏବଂ ଜୀବାତ୍ମା ଓ ପରମାତ୍ମାର ମିଳନ ସଂକ୍ରାନ୍ତ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହେବେ। ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ।

ମକର: ଆଜି ନିଜକୁ ସତର୍କତା ଅବଲମ୍ୱନ କରିବାକୁ ପଡିବ। ଆପଣଙ୍କର ଦାୟିତ୍ୱହିନ ବ୍ୟବହାର ପ୍ରତି ସତର୍କ ନରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ। ମଧୁର କୋମଳ ବଚନ ସବୁ କିଛି ସମସ୍ୟାର ସମାଧାନ ସହଜରେ କୁଶଳତା ସହ ହୋଇପାରେ। ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ। ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ।

କୁମ୍ଭ: ଆଜି ଦିନଟି ସଫଳତାର ଦିନ ଅଟେ। ଆଜି ଆପଣଙ୍କ ମାନସିକ, ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ। ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି। ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ। ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି। ଆଜିର ଏହି ଅତୁଳନୀୟ ଦିନଟିକୁ ଯେତେ ସମ୍ଭବ ଉପଭୋଗ କରାଯାଇପାରେ। ଆଧ୍ୟାତ୍ମିକ ଭାବଧାରାରେ ପାଇଁ ଉଦଭୂଦ ହୋଇପାରନ୍ତି ଏବଂ ଭାବପ୍ରବଣ ହୋଇପାରନ୍ତି।

ମୀନ: ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ। ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ। ନୂଆକରି ପୁଞ୍ଜି ଲଗାଣରୁ ଦୂରେଇ ରୁହନ୍ତୁ। ଆଜି ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ତେଣୁ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖି କାମ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଇପାରିବେ ନାହିଁ। ନିଜ ପ୍ରିୟଜନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.