ETV Bharat / sukhibhava

Horoscope: ସେପ୍ଟେମ୍ବର 15 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Sep 15, 2023, 12:00 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: ଆପଣଙ୍କ ନକ୍ଷତ୍ର ସୃଜନଶୀଳ ମନୋଭାବ ଦ୍ବାରା ପ୍ରଶଂସିତ ହେବେ।ଆଜି କିଛି କବିତା ଲେଖିପାରନ୍ତି କିମ୍ବା ଆପଣ କୌଣସି କଳାକୃତି ତିଆରି ମଧ୍ୟ କରିପାରିବେ। ଘରର ପରିବେଶ ଉର୍ଜା ଭରା ହେବାର ସମ୍ଭାବନା ରହିଛି। ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ, ସ୍କୁଲ ଦିନର ସୁଖଦ ସ୍ମୃତିର ମନ୍ଥନ କରିପାରେ। କର୍ମସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ। ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।

ବୃଷ: ଆଜିର ଦିନ ଆପଣଙ୍କ ସାଧାରଣ ହୋଇପାରେ। ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି, ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ। ସ୍ଥାବର ସଂପତ୍ତି ସଂପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ। ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ, କାରଣ ସନ୍ଧ୍ୟାରେ ପରିସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ।

ମିଥୁନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ସକାଳଟି ବୃତ୍ତିଧାରୀଙ୍କ ପାଇଁ ଶୁଭଦାୟକ ଅଟେ। ଆପଣଙ୍କ ଉଦ୍ୟମ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେସଙ୍ଗେ ପ୍ରତିଦ୍ୱନ୍ଦୀମାନେ ପରାଜିତ ହେବେ। ମଧ୍ୟାହ୍ନ ପର୍ଯ୍ୟନ୍ତ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ। ମଧ୍ୟାହ୍ନ ପରେ ସେମାନଙ୍କର କୁପ୍ରଭାବର ପରିକଳ୍ପନା କରାଯାଇ ନପାରେ। ନିଜର ଅପମାନତା ପରିବାରର ଜଣେ ସଦସ୍ୟଙ୍କୁ ଅପମାନିତ କରିପାରେ। ନିଜ ମାଆଙ୍କର ସ୍ୱାସ୍ଥ୍ୟଜନିତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ।

କର୍କଟ: ନିଜର ଶାରୀରିକ ସୁସ୍ଥତା ଏବଂ ପରିବାର ସଦସ୍ୟଙ୍କ ସହ ଆତ୍ମିୟତା ଛଡା ଦିନଟି ଆଦୌ ଶୁଭଦାୟକ ନୁହେଁ। ମାତ୍ର ଅଧୌର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଏହି ବିରୋଧିତା ସାମୟିକ ଭାବେ ଦେଖାଦେବ। ତଥାପି ଏହି ସମୟରେ ଆପଣ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡିଚିଡ଼ା ହୋଇପାରନ୍ତି ଏବଂ ଠିକ୍‍ ସିଦ୍ଧାନ୍ତରେ ପହଞ୍ଚି ନ ପାରନ୍ତି। ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ। ମାତ୍ର ଦିନର ଅବଶିଷ୍ଟ ପର୍ଯ୍ୟାୟରେ ଆପଣଙ୍କ ମନରେ ଆତ୍ମସନ୍ତୋଷ ଦେଖାଦେବ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତ ପରିଲକ୍ଷିତ ହେବ।

ସିଂହ: ଆପଣଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ଅତ୍ୟଧିକ ଥିବା ଯୋଗୁଁ ଆପଣ ସୁମଧୁର ଫଳ ପାଇବେ। ଆପଣଙ୍କର ଦକ୍ଷ ନେତୃତ୍ୱ ଏବଂ ସିଦ୍ଧାନ୍ତ ନେବାରେ ଶକ୍ତି ହିଁ ଏହାର କାରଣ ଅଟେ। ଆପଣ ନିପୁଣ ଭାବରେ ନିଜର ସମସ୍ୟାକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ଥିବାରୁ ସରକାରୀ କାମ କିମ୍ଵା ବେସରକାରୀ କାମକୁ ସୁଚାରୁରୂପେ ତୁଲାଇ ପାରିବେ। ଗୃହର ସଦସ୍ୟମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ। ଆପଣଙ୍କ ଖର୍ଚ୍ଚର ପରିମାଣ ବହୁ ପରିମାଣରେ ବୃଦ୍ଧି ପାଇପାରେ।

କନ୍ୟା: ଆପଣ ସାଧାରଣତଃ ଭାବପ୍ରଭଣ ଅଟନ୍ତି। ଆଜି ଆପଣଙ୍କର ଭାବପ୍ରବଣତା ଓ ମାନସିକ ଉଲ୍ଳାସ କୂଳ ଲଙ୍ଘନ କରିବ। ବିନା ଡ଼ାକରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ। କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳ ବିନ୍ଦୁରେ ଆଘାତ କରିବେ। ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ।

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ। ପ୍ରାୟତଃ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି। ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମୌଜ ମଜଲିସ କରିବେ। କର୍ମଜୀବିଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ। ମାତ୍ର ଅପରାହ୍ନରେ ପରିସ୍ଥିତି ଶାନ୍ତ ରହିନପାରେ। ଆପଣ ହଠାତ୍‍ ପେଟ ୟନ୍ତ୍ରଣାରେ କଷ୍ଟ ପାଇପାରନ୍ତି। ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ବିଛା: ଆପଣ ଯେକୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି। ଆଜି ଆପଣ ନିଜର ଦୃଢ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଦ୍ୱାରା କାର୍ଯ୍ୟସାଧନ କରିବେ। ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ମ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ୟଥେଷ୍ଟ ପ୍ରଶଂସା କରିପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ। ଦରମା ବୃଦ୍ଧି ଘଟିପାରେ କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ। ଆଜି ଦିନରେ ଆପଣଙ୍କୁ ବାପା କିମ୍ଵା ବାପତୁଲ୍ୟ ବ୍ୟକ୍ତିଙ୍କ ସାନିଧ୍ୟରେ ଆନନ୍ଦ ଉପଭୋଗ କରିବେ। ଏହାଦ୍ୱାରା ସମ୍ପର୍କର ନିବିଡତା ବୃଦ୍ଧି ପାଇପାରେ।

ଧନୁ: ଆଜି ଆପଣଙ୍କର ନିୟମବଦ୍ଧ ସଂବେଦନା ଆପଣଙ୍କୁ ନିକଟବର୍ତ୍ତୀ ହେବାର ପ୍ରେରଣା ଯୋଗାଇବ। ହଠାତ୍‍ ଆପଣ ଆଧ୍ୟାତ୍ମିକ ବିଶ୍ୱାସର ପ୍ରବଳ ଉଦ୍ୟମ ଜାରିରଖିବେ। ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି। ସମ୍ଭବତଃ ଏକ ସନ୍ତାନ ଜନ୍ମ କିମ୍ଵା ଘରର କୌଣସି ଏକ ଶୁଭକର୍ମ ଘଟିପାରେ। ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ। ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ।

ମକର: ଆଜି ଆପଣ ନିଜର କ୍ଷୁବ୍ଧ ମନ ଏବଂ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ। ଆଜି ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ। ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରିବେ। ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଆପଣ ଯତ୍ନଶୀଳ ହେବେ। ସେଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟରକ୍ଷାର ସମସ୍ତ କୌଶଳ ଅଭ୍ୟାସ କରିବାକୁ ପଡିବ। ଏହା କରିବା ଦ୍ୱାରା ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ। ଏହାଦ୍ୱାରା ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ। ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ ଯାହାକୁ ଆପଣଙ୍କ ନିଯନ୍ତ୍ରଣ କରିବାରେ ଅସମର୍ଥ ହେବେ। ପାରିବାରିକ ଜୀବନ ଭଲରେ କଟିବ ନାହିଁ। ଅବିଚଳିତ ହୋଇ ସୁଖରେ ଜୀବନ କାଟିପାରିବେ ନାହିଁ। ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ, ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ। ଧୌର୍ଯ୍ୟଧରି ଶୁଭବେଳାକୁ ଅପେକ୍ଷା କରନ୍ତୁ। ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ।

ମୀନ: ସବୁଦିନ ପରି ଆଜି ଦିନଟିରେ ସେତେ ଶୁଭଫଳ ମିଳି ନପାରେ। ଆପଣ ସବୁବେଳେ ଉତ୍କଣ୍ଠିତ ରହିବା ସଙ୍ଗେସଙ୍ଗେ ଗଭୀର ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ହତୋତ୍ସାହିତ ହେବେ ଏବଂ କାରଣ ନଥାଇ କର୍ମ କରିବାରେ ବିଳମ୍ଵ ହେବ। ସହକର୍ମୀମାନେ ସେମାନଙ୍କର ସହୟୋଗର ହାତ ବଢାଇବେ ନାହିଁ, ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହୋଯୋଗ କରିବେ ନାହିଁ। ଏହି ପରିସ୍ଥିତିରେ ଘଟଣାର ପର୍ଯ୍ୟାଲୋଚନା କରିବାଦ୍ୱାରା ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.