ETV Bharat / sukhibhava

Horoscope: ଆଜି କାର୍ଯ୍ୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି, ହୋଇପାରେ ପଦୋନ୍ନତି

author img

By ETV Bharat Odisha Team

Published : Sep 10, 2023, 12:00 AM IST

Horoscope
Horoscope

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ମେଷ: କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗିରହିବ । ସଂଧ୍ୟାରେ କିଛି ଖୁସି ଖବର ପାଇବେ । କ୍ୟାଣ୍ଡେଲ ଲାଇଟ, ଗୋଲାପ ଫୁଲ, ସଂଗୀତ ସହିତ ଜଡିତ କିଛି କାର୍ଯ୍ୟ କରିପାରନ୍ତି । ପ୍ରେମ ସମ୍ପର୍କ ଭଲ ରହିବ । ମତଭେଦ ଦୂର ହେବ ।

ବୃଷ: ଆଜି ଦିନରେ ସମସ୍ତ ଆଶା ପୂର୍ଣ୍ଣ ହେବାପରି ଲାଗିବ । ସହଜ କିନ୍ତୁ ଅଧିକ କାମ ମିଳିବ। ସନ୍ଧ୍ୟା ସମୟରେ ଖୁସିଖବର ପାଇ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ । ରାତିରେ ପରିବାର ସହିତ ବାହାରକୁ ଯାଇପାରନ୍ତି।

ମିଥୁନ: ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ । ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ । ଆଜି କିଛି ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି ।

କର୍କଟ: ଆଜି ନିଜ କାର୍ଯ୍ୟର ଫଳ ପାଇବେ । ନିଜର ବ୍ୟକ୍ତିତ୍ବ କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ । ଦୂର ଯାତ୍ରାର ଯୋଗ ରହିଛି ।

ସିଂହ: ନିଜର ମହତ୍ତ୍ବକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ ଆପଣଙ୍କ ପାଖେ ଅଛି । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ । ଆପଣଙ୍କ ଉନ୍ନତି ଦେଖି ପରିବାର ଲୋକେ ମଧ୍ୟ ଖୁସି ଅନୁଭବ କରିବେ ।

କନ୍ୟା: ଆଜି ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜ ଲୋକଙ୍କୁୁ ନେଇ ଖୁସି ଅନୁଭବ କରିବେ । ଘରେ ଉପଯୁକ୍ତ ସ୍ଥାନରେ ଆସବାବପତ୍ର ସଂଖ୍ୟା ବୃଦ୍ଧି କରିବେ ।

ତୁଳା: ଆଜି ଆପଣଙ୍କପାଇଁ ଗୋଟେ ଭଲ ଦିନ ହେବାକୁ ଯାଉଛି । ଅନ୍ୟମାନଙ୍କ ସହ ନିଜକୁ ମିଶାଇ ଦିଅନ୍ତୁ । ସଂଧ୍ୟାରେ ପ୍ରିୟାଙ୍କପାଇଁ ଖର୍ଚ୍ଚକରି ଦାମୀ ଜିନିଷ କିଣିବେ ।

ବିଛା: ନିଜର ବିକାଶକୁ ପ୍ରାଧାନ୍ୟ ଦେବେ । ବ୍ୟବସାୟ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ । କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସନ୍ଧ୍ୟାରେ ପରିବାର ସହ ସମୟ ବିତାଇବେ।

ଧନୁ: ନିଜର ଆଗ୍ରହ ଏବଂ କର୍ମ ଦୁଇଟିରେ ପାର୍ଥକ୍ୟ ଅନୁଭବ କରିବେ। ସନ୍ଧ୍ୟା ବେଳକୁ ଆପଣ ନିଜର ବୁଦ୍ଧି ଓ ଆଗ୍ରହ ଥିବା କାର୍ଯ୍ୟ ଦୁଇଟିରେ ସମନ୍ୱୟ ପାଇଁ ଚେଷ୍ଟା କରିବେ । ମନକୁ ଶାନ୍ତ କରିବା ପାଇଁ ଆଜି ମନ୍ଦିର ପରିଭ୍ରମଣରେ ଯାଆନ୍ତୁ ।

ମକର: ଦୁନିଆରେ ନିଜ ପରିବାରକୁ ଛାଡ଼ିଦେଲେ ଆଉ କାହାଠାରୁ ସେହିପରି ସହଯୋଗ ପାଇବେ ନାହିଁ । ଏହା ଦ୍ବାରା ଅସାଧ୍ୟ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସାଧନ କରିପାରିବେ । କିଛି କାର୍ଯ୍ୟ କରିବା ପୂର୍ବରୁ ପିତାମାତାଙ୍କର ଆର୍ଶୀବାଦ ନିଅନ୍ତୁ ।

କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୌଭାଗ୍ୟର ଦିନ । ଚରିଆଡୁ ବହୁ ଉତ୍ସାହ ପାଇବେ । ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ । ଦିନଟି ଆନନ୍ଦ ଦାୟକ ହେବ ।

ମୀନ: ଖୁସିଖବର ପାଇବେ ଯାହାକି ପରିବାରରେ ଉତ୍ସବର ବାତାବରଣ ସୃଷ୍ଟି କରିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟ ପାଇଁ ବାହାରକୁ ଯାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.