ETV Bharat / sukhibhava

Hair Care: ଲମ୍ବା ଓ ଘନ କେଶ ଚାହୁଁଛନ୍ତି କି ? ଲଗାନ୍ତୁ ଫଳରସ

author img

By ETV Bharat Odisha Team

Published : Sep 14, 2023, 2:03 PM IST

Hair Care
Hair Care

ଆପଣ ମଧ୍ୟ ନିଜ କେଶକୁ ନେଇ ଚିନ୍ତିତ କି ? ଯଦି କେଶକୁ ଘନ ଏବଂ ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ

ହାଇଦ୍ରାବାଦ: ବ୍ୟସ୍ତବହୁଳ ଏହଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଦିନକୁ ଦିନ କେଶ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭିଟାମିନ, ବାୟୁପ୍ରଦୂଷଣ ଯୋଗୁଁ ଅଧିକ ମାତ୍ରାରେ କେଶ ଝଡିବାରେ ଲାଗିଛି । ତେବେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ବର୍ତ୍ତିବା ପାଇଁ ଅନେକ ପ୍ରକାର ସାମ୍ପୁ ଏବଂ ତେଲ ବ୍ୟବହାର କରିଥାଆନ୍ତି । ତେବେ କେତେକ କ୍ଷେତ୍ରରେ ଏହାର କିପ୍ରଭାବ ମଧ୍ୟ ପଡିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଫଳ ରସ ବା ଫ୍ରୁଟ ମାସ୍କ ଲଗାଇ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ତରଭୁଜ-ଅମୃତଭଣ୍ଡା: ପ୍ରଥମେ ତରଭୁଜ ଏବଂ ଅମୃତଭଣ୍ଡାକୁ ଛୋଟ ଛୋଟ କରି କାଟି ଏହାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏହି ରସକୁ ମୂଳରୁ ଅଗ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ କିଛି ସମୟ ସୁଖିବାକୁ ଦିଅନ୍ତୁ । ଶୁଖିଲା ପରେ ଆପଣ କେଶ ଧୋଇ ପାରିବେ । ଏଥିରେ ରହିଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ଡ୍ରାଇନେସ ଏବଂ ରିଙ୍କଲ ସମସ୍ୟାରୁ ମୁକ୍ତି ଦେଇଥାଏ ।

କଦଳୀ-ନଡିଆ ରସ: ଧୂଳି, ସୂର୍ଯ୍ୟ କିରଣ ଏବଂ ପ୍ରଦୂଷଣ ହେତୁ କେଶ ନିଜର ଉଜ୍ଜ୍ୱଳତା ହରାଇଥାଏ । କଦଳୀକୁ ପେଷ୍ଟ କରି ନଡିଆ ରସ ସହ ମିଶାଇ ଲଗାଇବା ଦ୍ବାରା କେଶ ମୋଟା ଏବଂ ଘନ ହୋଇଥାଏ । ପ୍ରଥମେ କଦଳୀକୁ ଛୋଟ ଛୋଟ କାଟି ଗ୍ରାଇଣ୍ଡିଂ କରନ୍ତୁ ଏହା ପରେ ସେଥିରେ ନଡିଆ ରସ ମିଶାନ୍ତୁ । ଏହାକୁ ତାଳୁରେ ଲଗାଇ କିଛି ସମୟ ରଖିବା ପରେ ସାମ୍ପୁ ଲଗାଇ ସଫା କରିପାରିବେ ।

ଏହା ମଧ୍ୟ ପଢନ୍ତୁ: କେଶରେ ମେହେନ୍ଦୀ ଲଗାଉଛନ୍ତି କି ? ଏହି ଉପାୟରେ ଲଗାଇଲେ ଅଧିକ ଦିନ ରହିବ ରଙ୍ଗ

ଆପଲ-ମହୁ: ଆପଲରେ ରହିଥିବା ନ୍ୟୁଟ୍ରିଏସନ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଆପଲକୁ ପେଷ୍ଟ କରି ଏକ କପରେ ରଖନ୍ତୁ । ଏକ କପ ପେଷ୍ଟରେ ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ କେଶର ମୂଳରେ ଲଗାନ୍ତୁ । ଏହାପରେ ଗରମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ଏହା ପରେ କେଶ ସିଲ୍କ ଏହଂ ସାଇନିଂ ଦେଖାଯିବ ।

ଗାଜର-କଦଳୀ: ଆଣ୍ଟିଅକ୍ସିଡେଣ୍ଟ, କାର୍ବୋହାଇଡ୍ରେଟ ଏବଂ ଭିଟାମିନ କେଶ ଝଡିବାକୁ ରୋକିଥାଏ । ପ୍ରଥମେ ପାଣିକୁ ଗରମ କରି ସେଥିରେ ଗାଜର ଏବଂ କଦଳୀକୁ ଛୋଟ ଛୋଟ କରି କାଟି ସିଝାନ୍ତୁ । କିଛି ସମୟ ଫୁଟାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ କେଶରେ ଭଲ ଭାବେ ଲଗାନ୍ତୁ । କିଛି ସମୟ ପରେ କେଶ ଧୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.