ETV Bharat / sukhibhava

IceCream Headache: ଆଇସକ୍ରିମ ଖାଇଲେ ମୁଣ୍ଡ ବିନ୍ଧା ହେଇଛି କି, ଏହି ରୋଗ ଆଶଙ୍କା

author img

By

Published : May 29, 2023, 5:43 PM IST

IceCream Headache
IceCream Headache

ଆଇସକ୍ରିମ୍ ଖାଇବା ପରେ ତୁରନ୍ତ ଅଧିକାଂଶ ଲୋକଙ୍କର ମୁଣ୍ଡବିନ୍ଧା ହୁଏ । କିଛି କ୍ଷଣ ପାଇଁ ମୁଣ୍ଡ ବୁଲାଇବା ସହ ଭାରିଭାରି ଲାଗିଥାଏ । ଏହାର କାରଣ ଏବି ନିରାକରଣ ନେଇ ପଢନ୍ତୁ ଏହି ଅନୁଚ୍ଛେଦ

ହାଇଦ୍ରାବାଦ: ଦିନ ଯେତେ ଖରାପ ହେଉନା କାହିଁକି, ଏକ ଆଇସ୍କ୍ରିମ୍ ସବୁ ସମସ୍ୟାକୁ ଦୂର କରି ଦେଇଥାଏ । ଆଇସକ୍ରିମ ସଭିଁଙ୍କ ପସନ୍ଦ । କିନ୍ତୁ କିଛି ଲୋକଙ୍କ ପାଇଁ ଆଇସକ୍ରିମ ମୁଣ୍ଡବିନ୍ଧାର କାରଣ ପାଲଟି ଥାଏ। ଏହା ଖାଇବା ଦ୍ବାରା ହଠାତ କିଛି ସମୟ ପାଇଁ ମୁଣ୍ଡ ବିନ୍ଧା ହୋଇଥାଏ । ଏହି ଆଇସକ୍ରିମ ହେଡେକ୍‌କୁ ବ୍ରେନ ଫ୍ରିଜ୍‌ ରୋଗ ମଧ୍ୟ କୁହାଯାଏ । ଯଦି ଆପଣ ଗ୍ରୀଷ୍ମ ଋତୁରେ ଆପଣଙ୍କର ପ୍ରିୟ ଆଇସକ୍ରିମ୍ ଉପଭୋଗ କରିବାକୁ ଚାହାଁନ୍ତି ଏବଂ ମୁଣ୍ଡବିନ୍ଧାରୁ ମଧ୍ୟ ଦୂରେଇ ରହିବାକୁ ଚାହାଁନ୍ତି, ତେବେ କିଛି ଟିପ୍ସ ଅନୁସରଣ କରନ୍ତୁ ।

କଣ ଏହି ଆଇସ୍‌କ୍ରିମ୍‌ ହେଡେକ ବା ବ୍ରେନ ଫ୍ରିଜ୍‌: ଆଇସକ୍ରିମ ଖାଇବା ପରେ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାଆନ୍ତି । କିଛି ସମୟ ପାଇଁ ମୁଣ୍ଡ ଭାରିଭାରି ଲାଗିବା ସହ ବୁଲାଇଲା ଭଳି ଲାଗିବ । ତେବେ ଏହି ଯନ୍ତ୍ରଣା ରକ୍ତ କଣିକାର ସଂକୋଚନ ଯୋଗୁଁ ହୋଇଥାଏ । ଥଣ୍ଡା ଖାଇବା ପରେ ଏହି ଯନ୍ତ୍ରଣା ହୋଇଥାଏ । ଆଇସକ୍ରିମ ଖାଇବା ପରେ ମୁଣ୍ଡବିନ୍ଧା ହେଉଥିବାରୁ ଏହାକୁ ଆଇସକ୍ରିମ ହେଡେକ୍‌ ବା ବ୍ରେନ୍‌ ଫ୍ରିଜ୍‌ ବୋଲି କୁହାଯାଇଥାଏ । ତେବେ ଏହି ଯନ୍ତ୍ରଣା 2 ମିନିଟ୍ ମଧ୍ୟରେ ଶେଷ ହୋଇଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆଇସ୍କ୍ରିମ୍ ମୁଣ୍ଡବିନ୍ଧା କ୍ଷତିକାରକ ନୁହେଁ ଏବଂ ଅଳ୍ପ ସମୟ ମଧ୍ୟରେ ନିଜେ ଭଲ ହୋଇଯାଏ । ଯଦି ଏହି ଯନ୍ତ୍ରଣା ଅନେକ ଘଣ୍ଟା ଧରି ରହିଥାଏ କିମ୍ବା ବାରମ୍ବାର ହୁଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି ।

ବ୍ରେନ ଫ୍ରିଜ୍‌ର ଲକ୍ଷଣ:

  1. ହଠାତ୍ ଯନ୍ତ୍ରଣା ଆରମ୍ଭ: କିଛି ଥଣ୍ଡା ଜିନିଷ ଖାଇବାର କିଛି ସମୟ ପରେ ହିଁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଥାଏ ।
  2. ଅଧିକ ଯନ୍ତ୍ରଣା: ଏହି ଯନ୍ତ୍ରଣା ସାଧାରଣ ମୁଣ୍ଡବିନ୍ଧା ପରି ନୁହେଁ । କମ୍‌ ସମୟ ପାଇଁ ହେଲେ ବି ଆପଣ ଅଧିକ ଯନ୍ତ୍ରଣା ଅନୁଭବ କରିବେ ।
  3. କିଛି ସେକେଣ୍ଡରୁ କିଛି ମିନିଟ ଭିତରେ ହିଁ ଏହି ସମସ୍ୟା ହୋଇଥାଏ ।
  4. ଯନ୍ତ୍ରଣା କେଉଁଠାରେ ହୋଇପାରେ: ମୁଣ୍ଡ ବ୍ୟତୀତ କପାଳ ଏହଂ ମୁଣ୍ଡର ପଛଭାଗରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ।

ଆଇସ୍‌କ୍ରିମ୍‌ ହେଡେକ ବା ବ୍ରେନ୍‌ ଫ୍ରିଜର କାରଣ: ଅତ୍ୟଧିକ ଉତ୍ତେଜିତ ହେଲାଭଳି ମୁଣ୍ଡରେ ଯନ୍ତ୍ରଣା ଥଣ୍ଡା କିମ୍ବା ଥଣ୍ଡା ପାନୀୟ ପିଇବା ଦ୍ୱାରା ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ତାପମାତ୍ରା ପରିବର୍ତ୍ତନକୁ ନେଇ ସମ୍ବେଦନଶୀଳ ହୋଇଥାଆନ୍ତି, ସେମାନଙ୍କ ନିକଟରେ ଏହା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆପଣ ଆଇସ୍କ୍ରିମ୍ ପରି ଥଣ୍ଡା କିଛି ଖାଆନ୍ତି, ସେତେବେଳେ ଥଣ୍ଡା ତାପମାତ୍ରା ଗଳାର ପଛ ଭାଗରେ ଥିବା ରକ୍ତ କଣିକାକୁ ଶୀଘ୍ର ସଙ୍କୁଚିତ କରିଦେଇଥାଏ । ଏହି କାରଣରୁ ମୁଣ୍ଡ ବିନ୍ଧିଥାଏ ।

ବ୍ରେନ ଫ୍ରିଜରୁ ବର୍ତ୍ତିବାର ଉପାୟ:

  1. କମ୍‌ ଆଇସକ୍ରିମ ଖାଆନ୍ତୁ: ଥଣ୍ଡା ଖାଇବା ଦ୍ବାରା ମୁଣ୍ଡବିନ୍ଧା ହେଉଥିଲେ ଏଥିରୁ ଦୂରେଇ ରୁହନ୍ତୁ । ଯଦି ଆଇସକ୍ରିମ ଖାଇବା ପାଇଁ ଇଚ୍ଛା ହେଉଛି, ତାହାଲେ ଏକ ଛୋଟ ସ୍କୁପ୍‌ ନେଇ ପ୍ରଥମେ ପାଟିରେ ରଖନ୍ତୁ, ଏହାପରେ ଗିଳନ୍ତୁ ବା ଢୋକନ୍ତୁ । ଫଳରେ ରକ୍ତକଣିକା ସଙ୍କୁଚିତ ହେବ ନାହିଁ।
  2. ଯଦି ଆଇସକ୍ରିମ ଖାଇବା ପରେ ହିଁ ଏହି ମୁଣ୍ଡ ବିନ୍ଧା ହେଉଛି ବୋଲି ଭାବୁଛନ୍ତି ତାହାଲେ ପ୍ରଥମେ ଗରମ ପାଣି ପିଇ ଦିଅନ୍ତୁ । ନଚେତ ତାଳୁ ବା କପାଳକୁ ମାଲିସ କରନ୍ତୁ।
  3. ଲମ୍ବା ବା ଦୀର୍ଘ ନିଶ୍ବାସ, ଧ୍ୟାନ କିମ୍ବା ଯୋଗ କରିବା, ବ୍ୟାୟାମ କରିବା ଦ୍ବାରା ଆଇସକ୍ରିମ ସହ ଜଡିତ ବିନ୍ଧାରୁ ମୁକ୍ତି ମିଳିଥାଏ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.