ETV Bharat / sukhibhava

Hair Tips: କେଶ ଫାଟିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ

author img

By

Published : Nov 21, 2022, 1:13 PM IST

Hair Tips: କେଶ ଫାଟିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ
Hair Tips: କେଶ ଫାଟିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଶୀତ ଦିନ ହେଉ ଅବା ଖରାପ ଦିନ, କେଶ ସମସ୍ୟା ସାଧାରଣ ହୋଇଗଲାଣି । ସେଥିମଧ୍ୟରୁ କେଶ ଝଡିବା ଏକ ମୁଖ୍ୟ ସମସ୍ୟା(split ends problem) । ତେବେ କିପରି ଏହାକୁ ରୋକିବେ ଜାଣନ୍ତୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୁନ୍ଦରତାର ଅନ୍ୟ ଏକ ପରିଚୟ କେଶ । କିଏ ବା ମଜବୁତ ଓ ଲମ୍ବା କେଶ ନ ଚାହେଁ । ହେଲେ ପରିବର୍ତ୍ତନ ଜଳବାୟୁ ହେଉ କିମ୍ବା ଖରାପ ଜୀବନଶୈଳୀ ଏହାକୁ ନଷ୍ଟ କରିଦେଉଛି । ବର୍ତ୍ତମାନ କେଶ ଝଡିବା, ଶୁଷ୍କତା, ରଫ୍ ଆଦି ଜଟିଳ ସମସ୍ୟା ମଧ୍ୟରେ କେଶ ଫାଟିବା ଏକ ବଡ ସମସ୍ୟା(split ends problem) । କାରଣ କେଶ ଫାଟିବା ଦ୍ବାରା ଏହାର ସୁନ୍ଦରତା ହ୍ରାସ ପାଇଥାଏ ଏବଂ ଏହି କାରଣରୁ ମଧ୍ୟ ଅଧିକାଂଶ ଯୁବତୀ କିମ୍ବା ମହିଳା ମଧ୍ୟ ଚିଡାଚିଡା ସ୍ବଭାବ ପ୍ରକାଶ କରନ୍ତି । ତେବେ ଏପରି ସମସ୍ୟାର କିପରି ସମାଧାନ କରିବେ ତାହା ହେଉଛି ମୁଖ୍ୟ ବିଷୟ । ଏ ବାବଦରେ କେତେକ ଘରୋଇ ଉପଚାର ନିମ୍ନରେ ବର୍ଣ୍ଣନା କରାଯାଇଛି ।

ଆଲୋବେରା ବା ଘିକୁଆଁରୀ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ଦ୍ରବ୍ୟରେ ବ୍ୟବହୃତ ହୁଏ । ଚର୍ମ ଏବଂ କେଶ ପାଇଁ ଏହା ବହୁତ ଲାଭଦାୟକ । ଏହା ଅନେକ ପ୍ରକାରର କେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ କେଶ ଫାଟିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହି ସମସ୍ୟାର ମୁକାବିଲା ପାଇଁ ଅନେକ ଉପାୟରେ ଆଲୋବେରା ଜେଲ୍ ବ୍ୟବହାର କରିପାରିବେ । ଏହା କେବଳ କେଶ ଫାଟିବା ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରେ ନାହିଁ, ବରଂ ଏହା କେଶକୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ନରମ ରହିଥାଏ । ତେବେ କେଉଁ ଉପାୟରେ ଆଲୋବେରା ବ୍ୟବହାର କରିବେ ଜାଣନ୍ତୁ...

ଆଲୋବେରା:-

ସର୍ବପ୍ରଥମେ 2 ରୁ 3 ଆଲୋବେରା ପତ୍ରର ଜେଲ୍ ବାହାର କରନ୍ତୁ । ବର୍ତ୍ତମାନ ଏହି ଜେଲକୁ କେଶ ଏବଂ ତ୍ୱଚାରେ ଲଗାନ୍ତୁ । ଆଲୋଭେରା ଜେଲକୁ କେଶରେ ଲଗାଇବାର 30 ରୁ 40 ମିନିଟ୍ ପରେ ନିୟମିତ ବ୍ୟବହାର କରୁଥିବା ସାମ୍ପୁରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ 2 ରୁ 3 ଥର ବ୍ୟବହାର କରିପାରିବେ ।

ଆଲୋବେରା ଜେଲ୍ ଏବଂ ନଡିଆ ତେଲ:-

ଏକ ପାତ୍ରରେ୨ ଚାମଚ ନଡ଼ିଆ ତେଲ ନିଅନ୍ତୁ । ଏଥିରେ ଏକ ଚାମଚ ଆଲୋବେରା ଜେଲ୍ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ କେଶର ମୂଳରେ ଏବଂ କେଶରେ ଲଗାନ୍ତୁ । ଏବେ ଏକ ଟାୱେଲକୁ ଗରମ ପାଣିରେ ଭିଜାଇ କେଶରେ ବାନ୍ଧନ୍ତୁ । 10 ମିନିଟ୍ ପରେ ଏହାକୁ ବାହାର କରିଦିଅନ୍ତୁ । ପରେ ସାମ୍ପୁ ସହ ଭଲଭାବେ କେଶକୁ ଧୋଇଦିଅନ୍ତୁ । ସପ୍ତାହରେ ଥରେ ଏହିପରି କରିପାରିବେ । ଏହା ଫାଟିଥିବା କେଶ ସମସ୍ୟାକୁ ଦୂର କରିଥାଏ । ଏହା ସହିତ କେଶ ଝଡିବା ସମସ୍ୟାକୁ ମଧ୍ୟ ରୋକିଥାଏ ।

ଆଲୋବେରା ଜେଲ୍ ଏବଂ ମହୁ:-

ଏକ ପାତ୍ରରେ 2 ଚାମଚ ଆଲୋବେରା ଜେଲ୍ ନିଅନ୍ତୁ । ଏଥିରେ ଏକ ଚାମଚ ମହୁ ଏବଂ 1 ଭିଟାମିନ୍-ଇ କ୍ୟାପସୁଲ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍‌କୁ କେଶରେ ଲଗାନ୍ତୁ । ଲଗାଇବାର 30 ରୁ 40 ମିନିଟ୍ ପରେ କେଶକୁ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ । ଏହିପରି ସପ୍ତାହରେ 1ରୁ2 ଥର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.