ETV Bharat / sukhibhava

Hair Care Tips: ଦୂରେଇବ କେଶ ଝଡିବା ସମସ୍ୟା, ଆପଣାନ୍ତୁ ଏହିସବୁ ଖାଦ୍ୟ

author img

By

Published : Dec 2, 2022, 8:17 PM IST

Hair Care Tips: ଦୂରେଇବ କେଶ ଝଡିବା ସମସ୍ୟା, ଆପଣାନ୍ତୁ ଏହିସବୁ ଖାଦ୍ୟ
Hair Care Tips: ଦୂରେଇବ କେଶ ଝଡିବା ସମସ୍ୟା, ଆପଣାନ୍ତୁ ଏହିସବୁ ଖାଦ୍ୟ

ବାୟୁମଣ୍ଡଳ ପ୍ରଦୂଷଣ ହେଉ ଅବା ଜୀବନଶୈଳୀରେ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି କାରଣରୁ ବର୍ତ୍ତମାନ ପ୍ରାୟ ସବୁ ବ୍ୟକ୍ତି କେଶ ଝଡିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ସମାଧାନ ପାଇଁ ପଢନ୍ତୁ ଏହି ରିପୋର୍ଟ ...

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ କେଶ ସହ ଜଡିତ ସମସ୍ୟା ସାଧାରଣ ହୋଇଗଲାଣି । ଖରାପ ଖାଦ୍ୟ ଏବଂ ଜୀବନଶୈଳୀ କାରଣରୁ ଲୋକମାନଙ୍କ ଠାରେ କେଶ ଝଡ଼ିବା ସମସ୍ୟା ଦେଖାଯାଉଛି । କେଶ ଝଡ଼ିବା ବ୍ୟତୀତ କେଶ ପତଳା ହୋଇଯିବା କେଶ ବୃଦ୍ଧି ମଧ୍ୟ କମ୍ ହେଉଛି । ଏହି କାରଣରୁ ଅନେକ ଲୋକେ ବିଭିନ୍ନ ପ୍ରକାର କୃତ୍ରିମ ଉପାୟ ଆପଣାଇଥାନ୍ତି । ଏପରିକି କେମିକାଲ୍ ପ୍ରଡକ୍ଟର ବ୍ୟବହାର ଏବଂ ମେଡିସିନ୍ ମଧ୍ୟ ଖାଇଥାନ୍ତି । କିନ୍ତୁ ଏହାର କୌଣସି ସକରାତ୍ମକ ପ୍ରଭାବ ପଡିନଥାଏ । ତେଣୁ ଖାଦ୍ୟ ଖାଇବା ଦ୍ବାରା କେଶ ଝଡିବା ସମସ୍ୟା ଦୂର ହେବା ସହ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ ...

ଗାଜର:-

ଗାଜରରେ ଅନେକ ପ୍ରକାରର ଭିଟାମିନ୍ ମିଳିଥାଏ । ଗାଜରରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ ପରି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ପୋଷକ ତତ୍ତ୍ୱ କେଶକୁ ଅଧିକ ଶକ୍ତିଶାଳୀ, ଲମ୍ବା ଏବଂ ମୋଟା କରିବାରେ ସାହାଯ୍ୟ କରିଥାଏ ।

ପାଳଙ୍ଗ:-

ପାଳଙ୍ଗ ଲୌହର ସବୁଠାରୁ ବଡ ଉତ୍ସ ଭାବରେ ବିବେଚନା କରାଯାଏ । ଭିଟାମିନ୍ ଏ, ଭିଟାମିନ୍ ସି ବ୍ୟତୀତ ଅନ୍ୟାନ୍ୟ ପ୍ରକାରର ପୋଷକ ତତ୍ତ୍ୱ ପାଳଙ୍ଗରେ ମିଳିଥାଏ । ଖାଦ୍ୟରେ ପାଳଙ୍ଗ ଜୁସ୍ କିମ୍ବା ତରକାରୀ ମାଧ୍ୟମରେ ଖାଇପାରିବେ । କେଶ ବୃଦ୍ଧିରେ ଏହା ଅତ୍ୟନ୍ତ ଲାଭଦାୟକ । ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ପାଳଙ୍ଗ ସାହାଯ୍ୟ କରିଥାଏ ।

ସାଲ୍‌ମୋନ:-

ସାଲ୍‌ମୋନ ଏକ ପ୍ରକାରର ମାଛ । ଏଥିରେ ଉଚ୍ଚ ପ୍ରୋଟିନ୍ ଏବଂ ଓମେଗା-ଫ୍ୟାଟି ଏସିଡ୍ ଭରପୂର ଥାଏ, ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ସହିତ, କେଶକୁ ମଜବୁତ କରିବା ପାଇଁ ମଧ୍ୟ ସାଲ୍‌ମୋନ ବହୁତ ସହାୟକ ହୋଇପାରେ ।

ଅଣ୍ଡା:-

ଭଲ କେଶ ବୃଦ୍ଧି ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଣ୍ଡା ହେଉଛି ପ୍ରୋଟିନର ମୁଖ୍ୟ ଉତ୍ସ । ହେୟାର ଫୋଲିକଲଗୁଡିକ(hair follicle) ପ୍ରାୟତଃ ପ୍ରୋଟିନରେ ତିଆରି । ତେଣୁ ଖାଦ୍ୟରେ ଅଣ୍ଡା ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । କେଶରେ କଞ୍ଚା ଅଣ୍ଡା ମଧ୍ୟ ଲଗାଇ ପାରିବେ । ଏହା ବ୍ୟତୀତ, ଚିଆ ସିଡ୍ସ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ସେହିପରି କଫି କେଶକୁ ମୋଟା ଏବଂ ସୁନ୍ଦର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

Disclaimer: ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.