ETV Bharat / sukhibhava

Hair Care Tips: ଶୀତଦିନେ କେଶ ସମସ୍ୟାରୁ ମୁକ୍ତି ପାଇଁ ଏହିପରି ବ୍ୟବହାର କରନ୍ତୁ ଦହି

author img

By

Published : Nov 11, 2022, 9:19 AM IST

Hair Care Tips: ଶୀତଦିନେ କେଶ ସମସ୍ୟାରୁ ମୁକ୍ତି ପାଇଁ ଏହିପରି ବ୍ୟବହାର କରନ୍ତୁ ଦହି
Hair Care Tips: ଶୀତଦିନେ କେଶ ସମସ୍ୟାରୁ ମୁକ୍ତି ପାଇଁ ଏହିପରି ବ୍ୟବହାର କରନ୍ତୁ ଦହି

ଶୀତଦିନରେ କେଶ ସମସ୍ୟା ଦୂର କରିବା ପାଇଁ ଏହିପରି ଭାବରେ ବ୍ୟବହାର କରନ୍ତୁ ଦହି(Curd removes many hair related problems) । ଅଧିକ

ହାଇଦ୍ରାବାଦ: ଶୀତ ଦିନରେ କେବଳ ଚର୍ମରେ ନୁହେଁ ନାନା ପ୍ରକାର କେଶ ସମସ୍ୟା ମଧ୍ୟ ଦେଖାଯାଏ । ଏହି ସମୟରେ କେଶ ଝଡିବା ସହ କେଶର ଚମକରେ ମଧ୍ୟ ପ୍ରଭାବ ପଡିଥାଏ । ତେଣୁ ଶୀତ ଋତୁରେ କେଶର ବିଶେଷ ଧ୍ୟାନ ନେବା ଆବଶ୍ୟକ । କେମିକାଲ୍ ପ୍ରଡକ୍ଟ ବ୍ୟବହାର ପରିବର୍ତ୍ତେ ଘରୋଇ ଉପରଚାର ମାଧ୍ୟମରେ ଯତ୍ନ ନିଆଗରେ, କେଶରେ ଉନ୍ନତି ଆସିଥାଏ । ଏହି ଘରୋଇ ଉପଚାର ମଧ୍ୟରୁ ଦହି ଅନ୍ୟତମ । ଆପଣ ଜାଣନ୍ତି କି ଦହିରେ ଅନେକ କେଶ ଉପକାରୀ ଗୁଣ ରହିଛି(Curd removes many hair related problems) ?

ଦହିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ । ଏହା କେଶ ଏବଂ ତ୍ୱଚାକୁ ମୁକ୍ତ ରେଡିକାଲ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିଥାଏ । କେଶ ପାଇଁ କେଉଁ ଉପାୟରେ ଦହି ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା

ଦହି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ । କେଶକୁ ପୋଷଣ ଯୋଗାଇବାରେ ଦହି ବେଶ୍ ଲାଭଦାୟକ । ଏକ ପାତ୍ରରେ ଏକ କପ୍ ତାଜା ଦହି ନିଅନ୍ତୁ । ଏହାକୁ ଭଲ ଭାବରେ ମେଲ୍ଟ କରିଦିଅନ୍ତୁ । ଏହାକୁ ତ୍ୱଚା ଏବଂ କେଶରେ ଲଗାଇବାର କିଛି ସମୟ ପରେ କେଶକୁ ଧୋଇଦିଅନ୍ତୁ । ଏହା ପରେ ସାମାନ୍ୟ ସାମ୍ପୁ ସହିତ ଧୋଇ ଦିଅନ୍ତୁ । ଏହିପରି ସପ୍ତାହରେ 1 ରୁ 2 ଥର ବ୍ୟବହାର କରିପାରିବେ ।

ଦହୀ ଏବଂ ନଡ଼ିଆ ତେଲ ବ୍ୟବହାର କରନ୍ତୁ:- ଏକ ବଡ଼ ପାତ୍ରରେ ଅଧା କପ୍ ଦହି ନିଅନ୍ତୁ । ଏଥିରେ 2 ରୁ 3 ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ କରିବା ପରେ କେଶରେ ଲଗାନ୍ତୁ । ଲଗାଇବାର 30 ରୁ 40 ମିନିଟ୍ ପରେ ସାମାନ୍ୟ ସାମ୍ପୁ ସହିତ କେଶକୁ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ 1 ରୁ 2 ଥର ବ୍ୟବହାର କରିପାରିବେ ।

ଦହୀ ଏବଂ ମହୁ ବ୍ୟବହାର କରନ୍ତୁ:- ଏକ ବଡ଼ ପାତ୍ରରେ ଅଧା କପ୍ ତାଜା ଦହି ନିଅନ୍ତୁ । ଏଥିରେ 2 ରୁ 3 ଚାମଚ ମହୁ ମିଶାନ୍ତୁ । ଭଲ ଭାବେ ମିଶ୍ରଣ କରି ଏକ ପ୍ୟାକ୍ ପ୍ରସ୍ତୁତ କରିବା ପରେ ମିଶ୍ରଣକୁ କେଶରେ ଲଗାନ୍ତୁ । କେଶରେ ଏହି ମିଶ୍ରଣ 30 ରୁ 40 ମିନିଟ୍ ପର୍ଯ୍ୟନ୍ତ ଲଗାଇବା ପରେ ଧୋଇ ଦିଅନ୍ତୁ ।

ଦହୀ ଏବଂ କଫି:- ଏକ ବଡ଼ ପାତ୍ରରେ ଅଧା କପ୍ ଦହି ନିଅନ୍ତୁ । ଏଥିରେ ଏକ ଚାମଚ କଫି ପାଉଡର ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବା ସହ କିଛି ସମୟ ଭଲ ଭାବେ ମିଶ୍ରଣ କରନ୍ତୁ । 30 ରୁ 40 ମିନିଟ୍ ପରେ ସାମାନ୍ୟ ସାମ୍ପୁ ସହିତ କେଶ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ 1 ରୁ 2 ଥର ବ୍ୟବହାର କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.