ETV Bharat / sukhibhava

Ganesh Chaturthi: ଗଜାନନଙ୍କ ପାଖରେ ଲଗାନ୍ତୁ ଘରେ ତିଆରି ଏହି 5 ମିଠା

author img

By ETV Bharat Odisha Team

Published : Sep 16, 2023, 7:30 PM IST

Ganesh Chaturthi
Ganesh Chaturthi

ଭଗବାନ ଗଣେଶଙ୍କର ଅତିପ୍ରିୟ ହେଉଛି ଲଡୁ। ତେବେ ଏହାସହ ଆହୁରି ମଧ୍ୟ ମିଷ୍ଟାନ୍ନ ଘରେ ବନାଇ ଭୋଗ ଲଗାଇପାରିବେ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଉ ମାତ୍ର ଗୋଟିଏ ଦିନ। ଧରାପୃଷ୍ଠକୁ ଅବତରଣ କରିବେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ ଗଣେଶ ପୂଜା। ଗଣପତି ବାପ୍ପାଙ୍କ ଆଗମନ ପାଇଁ ସୁସଜ୍ଜିତ ହେଉଛି ମଣ୍ଡପ ଏବଂ ମିଠା ଦେଖାନରେ ବଢୁଛି ଭକ୍ତଙ୍କ ଭିଡ। ତେବେ ସାରା ଦେଶରେ ଧୁମଧାମରେ ପାଳନ କରାଯାଏ ଗଣେଶ ଚତୁର୍ଥୀ। ବିଭିନ୍ନ ରାଜ୍ୟରେ ଭିନ୍ନ ରୂପେ ପାଳନ କରାଯାଏ। ତେବେ ମିଠା ପିଠା ବିନା ଅସମ୍ପୂର୍ଣ୍ଣ ଗଣେଷ ପୂଜା। ମୋଦକ ଭଗବାନ ଗଣେଶଙ୍କର ସବୁଠାରୁ ପ୍ରିୟ କିନ୍ତୁ ଏହା ସହିତ ଆପଣ ବାପ୍ପାଙ୍କୁ ଅନ୍ୟ ଅନେକ ମିଠା ମଧ୍ୟ ଦେଇପାରିବେ। ଅନେକ ଥର ଅନେକ ଲୋକ ଏହି ସୁସ୍ୱାଦୁ ଖାଦ୍ୟ ଖାଇବା ପରେ ଅସୁସ୍ଥ ହେଉଥିବା ଖବର ସାମ୍ନାକୁ ଆସିଥାଏ। ଏପରି ପରିସ୍ଥିତିରେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ତେବେ ବଜାରରୁ ମିଠା କିଣିବା ପରିବର୍ତ୍ତେ ଘରେ ବନାଇ ଭୋଗଲଗାଇପାରିବେ।

ମୋଦକ: ପ୍ରଥମେ ଏକ ପ୍ୟାନରେ କିଛି ପାଣି ନେଇ ଫୁଟାନ୍ତୁ। ଏହାପରେ ସେଥିରେ ଆବଶ୍ୟକ ଅନୁସାରେ ଚିନି ପକାନ୍ତୁ। ଫୁଟିବା ପରେ ପୂର୍ବରୁ ଚାଉଳକୁ ଖୁଣ୍ଡ କରି ରଖିଥିବା ଚୁନାକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହାପରେ ସେଥିରେ କିଛି ଅଳେଇଚ ପକାଇ ତଳକୁ ଓହ୍ଲାଇ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଥଣ୍ଡା ହେବା ପରେ ଭଲ ଭାବେ ଚକଟି ଗୋଲ ଗୋଲ କରନ୍ତୁ। ଭିତରେ ନଡିଆ ପୁର ଦେଇ ମୋଦକ ଆକୃତିର କରନ୍ତୁ। ଆପଣ ଚାହିଁଲେ ଏହାକୁ ସିଝାଇ ପାରିବେ ନଚେତ ଏଭଳି ମଧ୍ୟ ଭୋଗ ଲଗାଇ ପାରିବେ।

ନଡିଆ ଲଡୁ: ପ୍ରଥମେ ନଡିଆକୁ କୋରି ଏକ ପାତ୍ରରେ ରଖି ଧିମା ଆଞ୍ଚରେ ବସାନ୍ତୁ। କିଛି ସମୟ ପରେ ସେଥିରେ ଫୁଟୁଥିବା କ୍ଷୀର ଏବଂ ଖୁଆ ମିଶାନ୍ତୁ। ପୁରା ସୁଖିଲା ହେବା ଯାଏଁ ଏହାକୁ ଅନବରତ ଭାବେ ଗୋଳାନ୍ତ। ଏହାପରେ ଆଗରୁ ଭାଜି ରଖିଥିବା କାଜୁ ଏବଂ ବାଦାମକୁ ମିଶାନ୍ତୁ। ଥଣ୍ଡା ହେବା ପରେ ସେଥିରେ ଅଳ୍ପ ଖୁଆ ପକାଇ ଚକଟି ଗୋଲଗୋଲ କରନ୍ତୁ। ଏହାପରେ ଭୋଗ କରିପାରିବେ।

ବୁନ୍ଦି ଲଡୁ: ପ୍ରଥମେ ଚଣା ବେସନକୁ ପାଣି କିମ୍ବା କ୍ଷୀରରେ ମିଶାଇ ଏକ ପ୍ରକାର ଅଠାଳିଆ ପେଷ୍ଟ କରନ୍ତୁ। ଏହାପରେ ଏକ ପ୍ୟାନରେ କିଛି ତେଲ ଦେଇ ଗ୍ୟାସ ଉପରେ ବସାନ୍ତୁ। ତେଲ ଗରମ ହେବା ପରେ ଏକ ସେଓ ଛାଞ୍ଚରେ ପକାଇ ବୁନ୍ଦି ଛାଣନ୍ତୁ। ତେଲରେ ପକାଇ ଶୀଙ୍ର ବାହାର କରିବା ଆବଶ୍ୟକ। ନତେତ ଏହା ପୋଡିଯିବାର ସମ୍ଭାବନା ରହିଛାଏ। ଏହାପରେ ଚିନି ଏବଂ ପାଣିକୁ ମିଶାଇ ଚୁଲିରେ ସିରା କରିବା ପାଇଁ ବସାନ୍ତୁ। ଏହାପରେ ସେଥିରେ ଅଳ୍ପ ପରିମାଣର ରଙ୍ଗ ମିଶାନ୍ତୁ। ଚାହିଁଲେ ସେଥିରେ କେଶର ମଧ୍ୟ ମିଶାଇପାରିବେ। ସିରା ହେଲା ପରେ ସେଥିରେ ଛଣା ବୁନ୍ଦି ପକାଇ ଗୋଳାନ୍ତୁ। ଏହାପରେ ଗୋଲ ଗୋଲ କରି ଥାଳିଆରେ ଥଣ୍ଡା ହେବା ପାଇଁ ରଖି ଭୋଗ କରିପାରିବେ।

ଏହା ମଧ୍ୟ ପଢନ୍ତୁ: Janmasthami: ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଲଗାନ୍ତୁ ଏହି ୫ ମିଠା ଭୋଗ

ଖିରି: ଖୀରି ତିଆରି କରିବା ପାଇଁ ଏକ ପ୍ୟାନ ନେଇ ସେଥିରେ କ୍ଷୀର ଏବଂ ଚିନି ମିଶାଇ ଘାଣ୍ଟନ୍ତୁ। କ୍ଷୀର ଫୁଟିବା ଆରମ୍ଭ କଲାବେଳେ ସେଥିରେ ଭଲ ବାସୁମତି ଚାଉଳ ମିଶାନ୍ତୁ। ଚାଉଳକୁ ଭଲ ଭାବରେ ପେଷ୍ଟ ହେବା ପାଇଁ ଦିଅନ୍ତୁ ଏବଂ ତା’ପରେ ଏହାକୁ ଡ୍ରାଏଫ୍ରୁଟ୍ସ ସହ ସଜାଇ ଭବବାନ ଗଣେଶଙ୍କୁ ଅର୍ପଣ କରିପାରିବେ।

ଡ୍ରାଏଫ୍ରୁଟ୍ସ ଲଡୁ: ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସର ଲଡୁସ୍ ତିଆରି କରି ମଧ୍ୟ ଗଣନାଥକୁ ଅର୍ପଣ କରିପାରିବେ। ପ୍ରଥମେ ଏକ ପ୍ୟାନରେ ଅଳ୍ପ ଘିଅ ନେଇ ଗ୍ୟାସର ବସାନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଏକ କପ କାଜୁ, ବାଦାମ, ପିସ୍ତା ଏବଂ ଅଳ୍ପ ପରିମାଣକ କନଫ୍ଲୋର ମିଶାନ୍ତୁ। ଏହାକୁ କିଛି ସମୟ ପାଇଁ ହାଲୁକା ଭାଜନ୍ତୁ ଏବଂ ଏହାକୁ ଏକ ଅଲଗା ପ୍ଲେଟରେ ବାହାର କରନ୍ତୁ। ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହା ଥଣ୍ଡା ହେବା ପରେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ତାପରେ ଆପଣ ଏହାକୁ ଲଡୁ ଆକୃତି ଦେଇପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.