ETV Bharat / sukhibhava

ଖାଦ୍ୟକୁ ଅଧିକ ଟେଷ୍ଟ କରିବା ପାଇଁ ଯୌଗିକ ମିଶାଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

author img

By

Published : Jan 19, 2023, 4:06 PM IST

ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ଏକ ଆକର୍ଷଣୀୟ ଦୃଷ୍ଟି ଦେବା ପାଇଁ ବିଭିନ୍ନ ପ୍ରକାର ଯୌଗିକ ମିଶାଉଥିଲେ ସାବଧାନ ! ଏହି ଅଭ୍ୟାସ୍ ସ୍ବାସ୍ଥ୍ୟ ହାନିକାରକ ହୋଇପାରେ । ଅଧିକ ପଢନ୍ତୁ

food additives
food additives

ହାଇଦ୍ରାବାଦ: ଖାଦ୍ୟକୁ ସ୍ବାଦିଷ୍ଟ ଏବଂ ଏକ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଆମେ ଅନେକ ପ୍ରକାର ମସଲା ତଥା ଅନ୍ୟାନ ଖାଦ୍ୟ ଯୌଗିକ ବ୍ୟବହାର କରିଥାନ୍ତି । ଆମ ମଧ୍ୟରେ ଅନେକ ବ୍ୟକ୍ତି ମଧ୍ୟ ଏପରି ଅଛନ୍ତି, ଯେଉଁମାନେ ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ମାତ୍ର ଏହି ଅଭ୍ୟାସ ଏବେ ସ୍ବାସ୍ଥ୍ୟ ଅପକାରୀ ସାବ୍ୟସ୍ତ ହେବାକୁ ଯାଉଛି । ଆଜ୍ଞା ହଁ, ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ଖାଦ୍ୟକୁ ଅଧିକ ସ୍ବାଦିଷ୍ଟ, ଆକର୍ଷଣୀୟ ଏବଂ ଅନ୍ୟାନ୍ୟ ପ୍ରକାର ଗୁଣ ବଢାଇବା ପାଇଁ ଯେଉଁସବୁ ଉପାଦାନ ବ୍ୟବହାର କରାଯାଏ, ସେସବୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ସହିତ ଜଡିତ । ଏହିସବୁ ଅଭ୍ୟାସ ରହିଲେ ଟାଇପ୍-୨ ମଧୁମେହ ହୋଇପାରେ ବୋଲି ଅନୁସନ୍ଧାନକାରୀମାନେ ଚେତାଇ ଦେଇଛନ୍ତି ।

PLOS ମେଡିସିନ୍ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ନାଇଟ୍ରାଇଟ୍ସ ଏବଂ ନାଇଟ୍ରେଟ୍ସ ହେଉଛି ରାସାୟନିକ ଯୌଗିକ ଯାହାକି, ଖାଦ୍ୟ ଯୌଗକ ଭାବରେ ବ୍ୟବହୃତ ହୋଇଥାଏ । ସେଥିରୁ ନାଇଟ୍ରାଇଟ୍ ଖାଦ୍ୟପେୟର ସଂସ୍ପର୍ଶରେ ଆସିବା ଦ୍ବାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଥାଏ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି । ନାଇଟ୍ରାଇଟ୍ସ /ନାଇଟ୍ରେଟ୍ସ ଟାଇପ୍-୨ ମଧୁମେହ ବିପଦର ଡାଏଟାରୀ ଏକ୍ସପୋଜର ମଧ୍ୟରେ ଥିବା ସମ୍ପର୍କକୁ ଅନୁସନ୍ଧାନ କରିବା ପାଇଁ, ଅନୁସନ୍ଧାନକାରୀମାନେ କୋହୋର୍ଟ୍ ନ୍ୟୁଟ୍ରିନେଟ୍-ସାଣ୍ଟେରେ 1,04,168 ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଅନୁସନ୍ଧାନ କରିଥିଲେ ।

ଅନୁସନ୍ଧାନକାରୀମାନେ ଏକାଧିକ ଡାଟାବେସ୍ ଏବଂ ଉତ୍ସରୁ ଉତ୍ପନ୍ନ ବିସ୍ତୃତ ନାଇଟ୍ରାଇଟ୍/ନାଇଟ୍ରେଟ୍ ଏକ୍ସପୋଜର ବ୍ୟବହାର କରି ଏହି ବିଶ୍ଳେଷଣ କରିଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ନ୍ୟୁଟ୍ରିନେଟ-ସାଣ୍ଟେ କୋହର୍ଟ(ଗୋଷ୍ଠୀ)ରେ ଅଂଶଗ୍ରହଣକାରୀମାନେ ଯେଉଁମାନେ ନାଇଟ୍ରାଇଟ୍ସର ଅଧିକ ମାତ୍ରାରେ ଗ୍ରହଣ କରିଥିଲେ ସେମାନଙ୍କର ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ଥିଲା । ଅଧ୍ୟୟନ ଲେଖକମାନେ କହିଛନ୍ତି, "ଏହା ହେଉଛି ପ୍ରଥମ ବୃହତ-କୋହୋର୍ଟ୍ ଅର୍ଥତ୍ ଏହା ପ୍ରଥମ, ଯେଉଁଠାରେ କି ଏକକାଳୀନ ଏତେ ସଂଖ୍ୟକ ଅଂଶଗ୍ରହଣକାରୀଙ୍କୁ ନେଇ ଅନୁସନ୍ଧାନ କରାଯାଇଛି, ଯାହାକି ଖାଦ୍ୟରେ ମିଶା ଯାଉଥିବା ନାଇଟ୍ରାଇଟ୍ ଏବଂ ଟାଇପ୍-୨ ଡାଇବେଟିସ୍ ମଧ୍ୟରେ ଥିବା ସମ୍ପର୍କକୁ ସିଧାସଳଖ ଉପସ୍ଥାପନ କରିଛି ।

ଏହି ଅନୁସନ୍ଧାନ ଗୋଷ୍ଠୀରେ ଅଧିକ ସଂଖ୍ୟକ ଯୁବ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇ ଥିବାବେଳେ ସୁସ୍ଥ ଆଚରଣ କରୁଥିବା ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । ଖାଦ୍ୟ ଶିଳ୍ପ ଦ୍ବାରା ପ୍ରକ୍ରିୟାକୃତ ମାଂସରେ ନାଇଟ୍ରାଇଟ୍ ଆଡିଭାଇଟ୍ସର ବ୍ୟବହାର ହ୍ରାସ ହେବାର ଆବଶ୍ୟକତା ସମ୍ପର୍କରେ ବର୍ତ୍ତମାନର ଆଲୋଚନା ପରିପ୍ରେକ୍ଷୀରେ ଏହି ଫଳାଫଳଗୁଡିକ ଏକ ନୂତନ ପ୍ରମାଣ ପ୍ରଦାନ କରିଥାଏ ଏବଂ ସାର ଦ୍ବାରା ମୃତ୍ତିକା ପ୍ରଦୂଷଣର ଉତ୍ତମ ନିୟନ୍ତ୍ରଣର ଆବଶ୍ୟକତାକୁ ସୂଚାଇବ ବୋଲି ଅଧ୍ୟୟନର ଲେଖକମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.