ETV Bharat / sukhibhava

ଉପକାରୀ କୋଲେଷ୍ଟ୍ରଲ ବୃଦ୍ଧି କରେ ଏହିସବୁ ଖାଦ୍ୟ

author img

By

Published : Nov 16, 2022, 7:00 PM IST

ଉପକାରୀ କୋଲେଷ୍ଟ୍ରଲ ବୃଦ୍ଧି କରେ ଏହିସବୁ ଖାଦ୍ୟ
ଉପକାରୀ କୋଲେଷ୍ଟ୍ରଲ ବୃଦ୍ଧି କରେ ଏହିସବୁ ଖାଦ୍ୟ

ଶରୀରରେ ଅତ୍ୟଧିକ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ନାନା ରୋଗର କାରଣ ହୋଇଥାଏ । ଏହାର ମୁଖ୍ୟ କାରଣ ଖାଦ୍ୟରେ ଅସନ୍ତୁଳନ ସାଙ୍ଗକୁ ଖରାପ ଜୀବନଶୈଳୀ । ତେବେ କେଉଁ ଖାଦ୍ୟ ଭଲ କୋଲେଷ୍ଟ୍ରଲ ସୃଷ୍ଟି କରିଥାଏ ଜାଣନ୍ତୁ (Which food Boost Good Cholesterol Levels) ।

ହାଇଦ୍ରାବାରଦ: ଏକ ଭଲ ସ୍ବାସ୍ଥ୍ୟ ପାଇଁ ବ୍ୟାୟାମ, ସୁସ୍ଥ ଜୀବନଶୈଳୀ ଆବଶ୍ୟକ ଥିଲେ ମଧ୍ୟ ଦୈନନ୍ଦିନ ଖାଦ୍ୟର ମୁଖ୍ୟ ଭୂମିକା ରହିଥାଏ । ଆମେ ସମସ୍ତେ ଜାଣୁ ପ୍ରକ୍ରିୟାକୃତ ଏବଂ ଅତ୍ୟଧିକ-ପ୍ରକ୍ରିୟାକୃତ ଖାଦ୍ୟ ଶରୀରର କୋଲେଷ୍ଟ୍ରଲ ସ୍ତରକୁ ଅସନ୍ତୁଳନ କରିବା ସହିତ ଅନେକ ରୋଗର କାରଣ ହୋଇଥାଏ । ଶରୀରରେ ଅତ୍ୟଧିକ ଖରାପ କୋଲେଷ୍ଟ୍ରଲ ଧମନୀରେ ଏକ ପ୍ଲେକ୍ ସୃଷ୍ଟି କରେ । ଯାହା ହୃଦ୍‌ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୁଏ । ତେଣୁ, ଭଲ କୋଲେଷ୍ଟ୍ରଲ ସହିତ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ ।

ତେବେ ଏହା କରିବେ କିପରି ? ବ୍ୟାୟାମ ଏବଂ ଏକ ସୁସ୍ଥ ଜୀବନଶୈଳୀ ଏହାର ଚାବି ହୋଇଥିବାବେଳେ ଖାଦ୍ୟ ମଧ୍ୟ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭଲ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରୁଥିବା କେତେକ ଖାଦ୍ୟ ବାବଦରେ(Which food Boost Good Cholesterol Levels)...

ଚିଆ ସିଡ୍ସ(Chia seeds)-

ଚିଆ ସିଡ୍ସ ବା ମଞ୍ଜିକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ ଏବଂ ଏହା ବିଭିନ୍ନ ଜରୁରୀ ପୋଷକ ତତ୍ତ୍ୱ ଯୋଗାଇଥାଏ । ସେଗୁଡିକ ଉଦ୍ଭିଦ ଭିତ୍ତିକ ଓମେଗା-3 ଫ୍ୟାଟି ଏସିଡ୍ ଫାଇବର ଏବଂ ଅନ୍ୟାନ୍ୟ ପ୍ରକାରର ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଯାହା ଶରୀରରେ LDL(low-density lipoprotein) ଅର୍ଥାତ୍ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Barley
Barley

ବାର୍ଲି(Barley)-

ଏହା ଅନ୍ୟ ଏକ ସୁସ୍ଥ ଖାଦ୍ୟ ଉପାଦାନ, ବାର୍ଲି ହେଉଛି ଏକ ସମ୍ପୂର୍ଣ୍ଣ ଶସ୍ୟ । ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣର ବିଟା-ଗ୍ଲୁକାନ୍ ଥାଏ - ଦ୍ରବୀଭୂତ ଫାଇବର ଯାହା HDL(ଭଲ କୋଲେଷ୍ଟ୍ରଲ) ଏବଂ LDL(ଖରାପ କୋଲେଷ୍ଟ୍ରଲ) ଅନୁପାତକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ।

Walnuts
Walnuts

ୱଲନଟ୍ସ(Walnuts)-

ଓମେଗା-ଫ୍ୟାଟି ଏସିଡ୍‌ରେ ଏକ ଭଲ ଉତ୍ସ । ଯାହା ହୃଦ୍‌ରୋଗର ସୁରକ୍ଷା ପାଇଁ ଜଣାଶୁଣା । ପୁଷ୍ଟିକର ବିଶେଷଜ୍ଞଙ୍କ ମତ ଅନୁସାରେ, ୱଲନଟ୍ସ ସମୁଦାୟ ରକ୍ତ କୋଲେଷ୍ଟ୍ରୋଲ୍କୁ କମ୍ କରିଥାଏ ଏବଂ HDL(ଭଲ କୋଲେଷ୍ଟ୍ରୋଲ୍) ବୃଦ୍ଧି କରିଥାଏ ।

Coconut Oil
Coconut Oil

ନଡିଆ ତେଲ(Coconut Oil)-

ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ, "ନଡ଼ିଆ ତେଲ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢାଇଥାଏ । ବାସ୍ତବରେ ମଧ୍ୟମ ଚେନ ଟ୍ରାଇଗ୍ଲିସେରାଇଡ୍ସ ନଡ଼ିଆ ତେଲରେ ଅଳ୍ପ ପରିମାଣର ଫ୍ୟାଟି ଏସିଡ ତିଆରି କରିଥାଏ ।"

ସୋୟାବିନ୍(Soybean)-

ଏହାକୁ ମାଂସ ସହିତ ଏକ ଶାକାହାରୀ ସମକକ୍ଷ ଭାବରେ ବିବେଚନା କରାଯାଏ । ଅସନ୍ତୁଳିତ ଚର୍ବି, ଫାଇବର ଏବଂ ଉଦ୍ଭିଦ ଭିତ୍ତିକ ପ୍ରୋଟିନର ଉତ୍ତମତା ରହିଥାଏ ସୋୟାବିନ୍‌ରେ । "ଆହୁରି ମଧ୍ୟ, ସୋୟାବିନ୍‌ରେ ଥିବା ଆଇସୋଫ୍ଲୋଭୋନ୍ HDL ସ୍ତରକୁ ବଢାଇଥାଏ ଏବଂ ଯଦି ଫାଇଟୋଷ୍ଟ୍ରୋଜେନ୍ LDL ସ୍ତର ଏବଂ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରେ । ଏହାସହ ଲିପିଡ୍ ସ୍ତର ମଧ୍ୟ ଉନ୍ନତ କରେ ।

ତେବେ ସବୁଠୁରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଅତି ସବୁଠୁ ଖରାପ । ତେଣୁ ଯେକୌଣସି ଭଲ ଖାଦ୍ୟ ହେଲେ ମଧ୍ୟ ମଧ୍ୟମ ପରିମାଣରେ ଗ୍ରହଣ କରିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ।

Disclaimer: ପରାମର୍ଶ ସହିତ ଏହି ବିଷୟବସ୍ତୁ କେବଳ ସାଧାରଣ ସୂଚନା ପ୍ରଦାନ କରେ । ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.