ETV Bharat / sukhibhava

ଆଖି ହଳଦିଆ ଦେଖାଗଲେ ହୋଇପାରେ ଅଗ୍ନାଶୟ କର୍କଟ

author img

By ETV Bharat Odisha Team

Published : Dec 3, 2023, 12:58 PM IST

ଆଖି ହଳଦିଆ ଦେଖାଗଲେ ହୋଇପାରେ ଅଗ୍ନାଶୟ କର୍କଟ
ଆଖି ହଳଦିଆ ଦେଖାଗଲେ ହୋଇପାରେ ଅଗ୍ନାଶୟ କର୍କଟ

Pancreatic Cancer Symptom: ଅଗ୍ନାଶୟ କର୍କଟ ରୋଗକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ । କାରଣ ଏହି କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଜଣାପଡିନଥାଏ । ତେବେ ଏହି କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ସାଧାରଣତଃ ଆଖିରୁ ଜଣାପଡିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ୟାନ୍ସର ଏକ ଏପରି ରୋଗ ଯାହାର କୌଣସି ସ୍ଥାୟୀ ଉପଚାର ନାହିଁ । ଏହି ବିପଦଜ୍ଜନକ ରୋଗ ହେତୁ ଶରୀରରେ କୋଷଗୁଡିକ ନଷ୍ଟ ହେବାରେ ଲାଗେ । ପରେ ଧୀରେ ଧୀରେ ଶରୀରର ଅଙ୍ଗ ଗୁଡିକ କାମ କରିବା ବନ୍ଦ କରିଦିଏ । ଯଦି ସମୟ ପୂର୍ବରୁ ଏହି ରୋଗ ଜଣାପଡିଯାଏ, ତେବେ ଏହାର ଚିକିତ୍ସା କରିହେବ । କ୍ୟାନ୍ସର ଅନେକ ପ୍ରକାର ରହିଛି । ସେଥିମଧ୍ୟରୁ ପାନକ୍ରିଏଟିକ କ୍ୟାନ୍ସର ବା ଅଗ୍ନାଶୟ କର୍କଟ ରୋଗ ବହୁତ ବିପଦଜ୍ଜନକ କର୍କଟ ରୋଗ ମଧ୍ୟରୁ ଗୋଟିଏ । ଏକ୍ସପର୍ଟଙ୍କ ଅନୁଯାୟୀ ଏହାକୁ ବିପଦଜ୍ଜନକ କହିବାର କାରଣ, ଅଗ୍ନାଶୟ ଶରୀରର ବେଶ ଭିତରେ ଥିବାରୁ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଜାଣିବା ବହୁତ ମୁସ୍କିଲ । ପେଟ ବ୍ୟଥା ହେବା ଅଗ୍ନାଶୟ କର୍କଟ ରୋଗର ସାଧାରଣ ଲକ୍ଷଣ ଅଟେ । ଏଥିସହ ଏହାର ଲକ୍ଷଣ ଆଖିରେ ବି ଦେଖିବାକୁ ମିଳେ ।

ଅଗ୍ନାଶୟ କର୍କଟ ରୋଗର ଲକ୍ଷଣ ଆଖିରେ ଦେଖାଯାଏ

  • ଆଖିର ରଙ୍ଗ ବଦଳିଯିବା
  • ଆଖି ହଳଦିଆ ଦେଖାଯିବା
  • ଆଖି ସବୁବେଳେ କୁଣ୍ଡାଇ ହେବା
  • ଆଖିରେ ଜ୍ବଳନ ଏବଂ କୁଞ୍ଚନ ହେବା

ଏହି ଅଭ୍ୟାସ କରିଥାଏ ଅଗ୍ନାଶୟ କର୍କଟ

  • ତମ୍ବାକୁ ସେବନ କରିବା

ଅଗ୍ନାଶୟ କର୍କଟ ରୋଗର ମୁଖ୍ୟ କାରଣ ତମ୍ବାକୁ ସେବନ କରିବା । ଯେଉଁ ଲୋକଙ୍କ ତମ୍ବାକୁ ଖାଇବାର ଅଭ୍ୟାସ ଅଛି, ସେମାନଙ୍କର ଅଗ୍ନାଶୟ କର୍କଟ ରୋଗ ହେବା ସମସ୍ୟା ଦୁଇ ଗୁଣ ହୋଇଥାଏ ।

  • ଓଜନ ନିୟନ୍ତ୍ରଣରେ ନରହିବା

ଓଜନ ବଢିବା ମଧ୍ୟ ଅଗ୍ନାଶୟ କର୍କଟ ରୋଗର କାରଣ ଅଟେ । ମୋଟା ଲୋକ (ବିଏମଆଇ ୩୦ରୁ ଅଧିକ) ହେଲେ ଅଗ୍ନାଶୟ କର୍କଟର ବିକଶିତ ହେବାର ସମ୍ବାବନା ପ୍ରାୟତଃ ୨୦% ଅଧିକ ରହିଥାଏ ।

  • ଡାଇବେଟିସ୍ ବା ମଧୁମେହ ରୋଗ ବି ଏହାର କାରଣ

ଡାଇବେଟିସ୍ ରୋଗୀଙ୍କୁ ଅଗ୍ନାଶୟ କର୍କଟ ରୋଗ ହେବା ସମ୍ଭାବନା ଅଧିକ ଥାଏ । ବିଶେଷ କରି ଟାଇପ-୨ ଡାଇବେଟିସ୍ ରୋଗୀ ଏହି କ୍ୟାନ୍ସର ରୋଗ ବେଶ କ୍ଷତିକାରକ ।

  • କେମିକାଲର ସମ୍ପର୍କରେ ରହିବା

ଡ୍ରାଏ କ୍ଲିନର୍ସ ଏବଂ ମେଟାଲ ୱାର୍କ୍ସ ଦ୍ବାରା ବ୍ୟବହୃତ ହେଉଥିବା କିଛି କେମିକାଲ ସମ୍ପର୍କରେ ଆସିବା ଲୋକଙ୍କୁ ଅଗ୍ନାଶୟ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏହି କେମିକାଲରେ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ୍ ଦ୍ରବଣ, ନିକେଲ୍ ଏବଂ ନିକେଲ୍ ଯୌଗିକ, କ୍ରୋମିୟମ୍ ଯୌଗିକ, ପଲିସାଇକ୍ଲିକ୍ ସୁଗନ୍ଧିତ ହାଇଡ୍ରୋକାର୍ବନ୍, ଅର୍ଗାନକ୍ଲୋରିନ୍ କୀଟନାଶକ, ସିଲିକା ଡଷ୍ଟ ଏବଂ ଆଲିଫାଟିକ୍ ଦ୍ରବଣ ଅନ୍ତର୍ଭୁକ୍ତ ଥାଏ।

ଏହା ମଧ୍ୟ ପଢନ୍ତୁ: କ୍ୟାନ୍ସରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୃତ୍ୟୁ ହାର ଅଧିକ

  • ଅଗ୍ନାଶୟ କର୍କଟ ରୋଗର ଅନ୍ୟ କାରଣ

ଲିବର ସିରୋସିସ, ଜେନେଟିକ ମ୍ୟୁଟେସନ ମଧ୍ୟ ଅଗ୍ନାଶୟ କର୍କଟ ରୋଗର ସମ୍ଭାବନା ବଢାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.