ETV Bharat / sukhibhava

ମଶା କାମୁଡିବା ଦ୍ବାରା ହୋଇଥାଏ ଡେଙ୍ଗୁ-ଚିକେନଗୁନିଆ, ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

author img

By ETV Bharat Odisha Team

Published : Sep 26, 2023, 5:35 PM IST

Dengue and Chikungunya
Dengue and Chikungunya

ମଶା କାମୁଡିବା ଦ୍ବାରା ହୋଇଥାଏ ଡେଙ୍ଗୁ-ଚିକେନଗୁନିଆ। ତେବେ ଏଭଳି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ହାଇଦ୍ରାବାଦ: ଉଭୟ ଡେଙ୍ଗୁ ଏବଂ ଚିକେନଗୁନିଆ ମଶା କାମୁଡ଼ିବା ଦ୍ବାରା ହୋଇଥାଏ। ଯାହା ଋତୁକାଳୀନ ଭାବେ ଅଧିକ ଦେଖାଯାଇଥାଏ। ପ୍ରବଳ ବର୍ଷା, ପାଣି ଜମିବା ଏବଂ ବନ୍ୟା ପରି ପରିସ୍ଥିତିରେ ମଶାଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ । ମୌସୁମୀ ଏବଂ ପରବର୍ତ୍ତୀ ମାସରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗରେ ବହୁ ସଂଖ୍ୟାରେ ରୋଗୀମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳେ । ଭାରତରେ ଏହି ସମୟରେ ଭାଇରାଲ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଋତୁରେ ମଶାଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ରୋଗର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଯଦିଓ ଉଭୟ ରୋଗ ମଶା ଦ୍ବାରା ହୋଇଥାଏ କିନ୍ତୁ ଉଭୟଙ୍କ ମଧ୍ୟରେ କାରଣସ ଲକ୍ଷଣ ଏବଂ ଗମ୍ଭୀରତାରେ ମଧ୍ୟ ଅନେକ ପାର୍ଥକ୍ୟ ଦେଖାଯାଇଥାଏ। ଡେଙ୍ଗୁ ସାଧାରଣତଃ ଚିକେନଗୁନିଆ ଅପେକ୍ଷା ଅଧିକ ଗମ୍ଭୀର ବୋଲି ପ୍ରମାଣିତ ହୋଇପାରେଷ ତେବେ ଜାଣନ୍ତୁ ଡେଙ୍ଗୁ ଏବଂ ଚିକେନଗୁନିଆ ମଧ୍ୟରେ କଣ ରହିଛି ପାର୍ଥକ୍ୟ

ଉଭୟ ଚିକୁଙ୍ଗୁନିଆ ଏବଂ ଡେଙ୍ଗୁ ହେଉଛି ମଶା ଜନିତ ସଂକ୍ରାମକ ରୋଗ। ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଡେଙ୍ଗୁ ସଂକ୍ରମଣ ଏଡିସ୍ ଏଜିପ୍ଟି ନାମକ ମଶା ଦ୍ବାରା ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ଚିକେନଗୁନିଆ ଏଡିସ୍ ଆଲବୋପିକ୍ଟସ୍ ଦ୍ବାରା ହେବାର ସମ୍ଭାବନା ଅଧିକ ରହିଥାଏ।

ଏହା ମଧ୍ୟ ପଢନ୍ତୁ: ଡେଙ୍ଗୁ-ମ୍ୟାଲେରିଆ ଓ ଚିକେନଗୁନିଆ କେଉଁଟା ଅଧିକ ମାରାତ୍ମକ ? ଜାଣନ୍ତି କି

ଡେଙ୍ଗୁ ଏବଂ ଚିକେନଗୁନିଆ ମଧ୍ୟରେ ପାର୍ଥକ୍ୟ:

  • ଉଭୟ ଡେଙ୍ଗୁ ଏବଂ ଚିକେନଗୁନିଆ ହେଉଛି ମଶା କାମୁଡ଼ିବା ଦ୍ବାରା ବିସ୍ତାରିତ ଭାଇରାଲ୍ ଜ୍ୱର।
  • ନିକଟ ଅତୀତରେ, ଡେଙ୍ଗୁ ଅପେକ୍ଷା ଚିକେନଗୁନିଆ କମ୍ ବିପଜ୍ଜନକ ହୋଇପଡିଛି। କିନ୍ତୁ ଚିକେନଗୁନିଆ ଦ୍ବାରା ହେଉଥିବା ଯନ୍ତ୍ରଣା ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ ବୋଲି ଜଣାପଡିଛି।
  • ସଂକ୍ରମଣର 3-4 ଦିନ ପରେ ଡେଙ୍ଗୁ ରୋଗର ଲକ୍ଷଣ ଆରମ୍ଭ ହୁଏ ଏବଂ ଉପଯୁକ୍ତ ଚିକିତ୍ସା ମିଳିଲେ ଏହା 3ରୁ 4 ସପ୍ତାହ ମଧ୍ୟରେ କମ ହୋଇଯାଇଥାଏ। ଅନ୍ୟପକ୍ଷରେ, ହଠାତ୍ ଜ୍ୱର ଆରମ୍ଭ ହେବାର 2-4 ଦିନ ପରେ ଚିକେନଗୁନିଆର ଲକ୍ଷଣ ଆରମ୍ଭ ହୁଏ ଏବଂ ଏହା ଅନେକ ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ରହିପାରେ।
  • ଚିକେନଗୁନିଆର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା, ଆଖି ସଂକ୍ରମଣ ଏବଂ ନାଲି ଦାଗ ଦେଖାଯାଇଥାଏ। ଡେଙ୍ଗୁରେ ପ୍ରଥମେ ଜ୍ୱର, ଗଣ୍ଠି ଯନ୍ତ୍ରଣା, ଆଖି ଯନ୍ତ୍ରଣା ହୋଇଥାଏ।
  • ଚିକେନଗୁନିଆରେ ଶରୀର ଏବଂ ହାତରେ ଲାଲ ରଙ୍ଗର ଦାଗ ଦେଖାଯାଏ। କିନ୍ତୁ ଡେଙ୍ଗୁରେ ବାହୁ ଏବଂ ମୁହଁରେ ଦେଖାଯାଏ।
  • ଚିକୁଙ୍ଗୁନିଆରେ ହାତ, ଗୋଡ, ପାଦର ଗଣ୍ଠି ଯନ୍ତ୍ରଣା ହୁଏ। ଡେଙ୍ଗୁରେ ଏହି ଯନ୍ତ୍ରଣା କାନ୍ଧ ଏବଂ ଆଣ୍ଠୁରେ ଅନୁଭୂତ ହୁଏ।
  • ଡେଙ୍ଗୁ ଜ୍ୱର ଯୋଗୁଁ ରକ୍ତରେ ପ୍ଲେଟଲେଟର ଦ୍ରୁତ ହ୍ରାସ ଘଟିଥାଏ। କିନ୍ତୁ ଚିକେନଗୁନିଆ ଦ୍ବାରା ପ୍ଲେଟଲେଟ ଉପରେ ଅଧିକ ପ୍ରଭାବ ପଡେ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.