ETV Bharat / sukhibhava

Diabetes Diet: ମଧୁମେହ ଥିଲେ ଏହି 5ଟି ଖାଦ୍ୟର ପାଖ ମାଡନ୍ତୁନି

author img

By

Published : Dec 5, 2022, 2:38 PM IST

Diabetes Diet: ମଧୁମେହ ଥିଲେ ଏହି 5ଟି ଖାଦ୍ୟର ପାଖ ମାଡନ୍ତୁନି
Diabetes Diet: ମଧୁମେହ ଥିଲେ ଏହି 5ଟି ଖାଦ୍ୟର ପାଖ ମାଡନ୍ତୁନି

ମଧୁମେହରୁ ମୁକ୍ତି ପାଇବା ପାଇଁ ମୁଖ୍ୟ ଉପାୟ ହେଉଛି ଖାଦ୍ୟଶୈଳୀକୁ ବଜାୟ ରଖିବା । ଅନେକ ସ୍ବାସ୍ଥ୍ୟ ଉପକାରୀ ଖାଦ୍ୟ ଥାଏ, ଯାହା ମଧୁମେହ ରୋଗୀ ଖାଇବା ଉଚିତ୍ ନୁହେଁ । ଜାଣନ୍ତୁ ଏହି 5ଟି ଖାଦ୍ୟ କଣ(Diabetes Diet) ।

ହାଇଦ୍ରାବାଦ: ମଧୁମେହ ଏପରି ଏକ ରୋଗ, ଯାହା ଥରେ ହେଲେ ତମାମ ଜୀବନ ଆମ ସହ ରହିଥାଏ ! ମଧୁମେହ ଚିକିତ୍ସା ପାଇଁ ଔଷଧ ଆବିଷ୍କାର ହୋଇଥିଲେ ମଧ୍ୟ ଏଥିପାଇଁ ସତର୍କ ରହିବା ନିହାତି ଜରୁରୀ । ବିଶେଷ କରି ଖାଦ୍ୟ, ପାନୀୟରେ ସତର୍କତା ହିଁ ଆମକୁ ମଧୁମେହରୁ ମୁକ୍ତି ଦେଇପାରିବ । ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଜରୁରୀ । ଖାଦ୍ୟ ମଧ୍ୟ ଜୀବନଶୈଳୀର ଏକ ଅଂଶ ଏବଂ ଶରୀରକୁ ବହୁତ ପ୍ରଭାବିତ କରିଥାଏ । ଏପରି ଖାଦ୍ୟ ଗ୍ରହଣ କରିବା ଉଚିତ୍, ଯାହା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିବ ନାହିଁ ।

ତେଣୁ, କେବଳ ସେହି ଖାଦ୍ୟଗୁଡିକୁ ଗ୍ରହଣ କରନ୍ତୁ, ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ । ନିମ୍ନରେ ଏପରି କେତେକ ଖାଦ୍ୟ ପଦାର୍ଥର ଏକ ତାଲିକା ଦିଆଯାଇଛି, ଯାହା ମଧୁମେହ ରୋଗୀ ଖାଇବା ଉଚିତ୍ ନୁହେଁ(Diabetes Diet) । କାରଣ ଏହି ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିପାରେ(Blood sugar levels) ଏବଂ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ...

ପୂର୍ଣ୍ଣ ଚର୍ବିଯୁକ୍ତ କ୍ଷୀର:-

କ୍ଷୀରରେ କ୍ୟାଲସିୟମ୍ ଭରପୂର ଥାଏ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ନୁହେଁ । ମଧୁମେହରେ ପୂର୍ଣ୍ଣ ଚର୍ବି କ୍ଷୀର ପରି ପରିପୂର୍ଣ୍ଣ ଚର୍ବିରୁ ଦୂରେଇ ରହିବା ଆବଶ୍ୟକ । ତଥାପି, କମ୍ ଚର୍ବିଯୁକ୍ତ କ୍ଷୀର ସୀମିତ ପରିମାଣରେ ପିଇପାରିବେ ।

full fat milk
full fat milk

ମହୁ:-

ଚିନି ଅପେକ୍ଷା ମହୁ ଭଲ ବୋଲି ଭାବି ମଧୁମେହ ରୋଗୀମାନେ ମହୁ ଖାଇବା ଉଚିତ୍ ନୁହେଁ । ମହୁ ରକ୍ତ ଗ୍ଲୁକୋଜକୁ ଟ୍ରିଗର କରିପାରେ, ଯାହା ଶରୀରର ରକ୍ତରେ ଶର୍କରା ସ୍ତରକୁ ଅତ୍ୟଧିକ ବଢାଇପାରେ । ଏହି କାରଣରୁ, ଅଳ୍ପ ପରିମାଣରେ ଏବଂ କେବଳ ଡାକ୍ତରଙ୍କ ପରାମର୍ଶ ପରେ ମହୁ ଖାଇବା ଉଚିତ୍ ।

Honey
Honey

ପ୍ୟାକେଟ୍ ଜୁସ୍:-

କୌଣସି ପ୍ରକାରର ପ୍ୟାକେଟ୍ ଜୁସ୍ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ନୁହେଁ । ଏହି ଜୁସ୍‌ରେ ଫ୍ରୁକଟୋଜ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ବହୁଗୁଣିତ କରିଥାଏ । ତେଣୁ ପ୍ୟାକେଟ୍ ଜୁସ୍ ଠାରୁ ଦୂରେଇ ରୁହନ୍ତୁ । ଏହା ପରିବର୍ତ୍ତେ ତାଜା ଫଳ ଖାଇପାରିବେ ।

ଫାଷ୍ଟଫୁଡ୍:-

ଫାଷ୍ଟଫୁଡ୍ ବା ଜଙ୍କ ଫୁଡ୍ ମଧୁମେହ ରୋଗୀଙ୍କ ପାଇଁ ଆଦୌ ଲାଭଦାୟକ ନୁହେଁ । ପ୍ୟାକେଟରେ ଆସୁଥିବା ପାସ୍ତା କିମ୍ବା ଫ୍ରିଜ୍ ସ୍ନାକ୍ସ ଆପଣଙ୍କ ଶରୀରକୁ ପ୍ରଭାବିତ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତର ବଢାଇଥାଏ । ତେଣୁ ଏହିସବୁ ଖାଦ୍ୟରୁ ଦୂରେଇ ରହିବା ଭଲ ।

Fast Food
Fast Food

ସ୍ୱାଦଯୁକ୍ତ ଦହି:-

ସ୍ବାଦଯୁକ୍ତ ଦହି କିମ୍ବା ମିଠା ସ୍ବାଦଯୁକ୍ତ ଦହିରେ ପ୍ରସ୍ତୁତ ଲସି ମଧୁମେହ ରୋଗୀ ଖାଇବା ଉଚିତ୍ ନୁହେଁ । ଏହା ସୁସ୍ଥ ଓ ସ୍ୱାଦିଷ୍ଟ ଦେଖାଯାଏ ସତ, କିନ୍ତୁ ଏଥିରେ କୃତ୍ରିମ ସ୍ୱାଦ ଏବଂ ବହୁ ପରିମାଣର ଚିନି ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

flavored yogurt
flavored yogurt

Disclaimer: ଉପରସ୍ଥ ଟିପ୍ସ ଏବଂ ପରାମର୍ଶଗୁଡିକ କେବଳ ସାଧାରଣ ସୂଚନା । ଏହାକୁ ବୃତ୍ତିଗତ ଚିକିତ୍ସା ପରାମର୍ଶ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ । କୌଣସି ଫିଟନେସ୍ ପ୍ରୋଗ୍ରାମ ଆରମ୍ଭ କରିବା କିମ୍ବା ଖାଦ୍ୟରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ସର୍ବଦା ଡାକ୍ତର କିମ୍ବା ଡାଏଟିସିଆନଙ୍କ ସହିତ ପରାମର୍ଶ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.