ETV Bharat / sukhibhava

କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତାରେ ପ୍ରଭାବ ପକାଏ, ଏପରି ଧାରଣା ଭୁଲ୍

author img

By

Published : Sep 17, 2022, 12:18 PM IST

କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତାରେ ପ୍ରଭାବ ପକାଏ ! ଏପରି ଧାରଣା ଭୁଲ୍
କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତାରେ ପ୍ରଭାବ ପକାଏ ! ଏପରି ଧାରଣା ଭୁଲ୍

କୋଭିଶିଲ୍ଡ ଟିକା ପୁରୁଷ ପ୍ରଜନନ କ୍ଷମତା ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପକାଇନଥାଏ (Covishield is not detrimental to male fertility) । ଏପରି ଆଶଙ୍କାରୁ ଦୂରେଇ ରହି ଟୀକାକରଣ ପାଇଁ ପରାମର୍ଶ ଦେଲେ ଅନୁସନ୍ଧାନକାରୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କୋଭିଶିଲ୍ଡ(Covishield) ଟିକା ପୁରୁଷ ପ୍ରଜନନ କ୍ଷମତାରେ ପ୍ରଭାବ ପକାଇଥାଏ ! ଏପରି ଭ୍ରମରୁ ଦୂରେଇ ରହନ୍ତୁ । କାରଣ ସଦ୍ୟତମ ଅନୁସନ୍ଧାନ ଅନୁଯାୟୀ, ମହାମାରୀ କୋଭିଡ ସଞ୍ଜିବନୀ କୋଭିଶିଲ୍ଡ ଟିକାରେ ଏପରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ପ୍ରମାଣିତ ହୋଇଛି(Covishield vaccine is not detrimental to male fertility) ।

ପ୍ରଥମ ଥର ପାଇଁ ପାଇଲଟ ଅଧ୍ୟୟନ(pilot study)ରେ, ମଣିପାଲର କସ୍ତୁରବା ମେଡିକାଲ କଲେଜରେ ଭାରତୀୟ ପ୍ରଜନନ ବିଶେଷଜ୍ଞଙ୍କ ଏକ ଟିମ୍ କୋଭିଶିଲ୍ଡ ଟିଏମ ଟିକା(CovishieldTM vaccines) ଗ୍ରହଣ କରିଥିବା ପୁରୁଷଙ୍କ ଶୁକ୍ରାଣୁ ଗୁଣରେ ପରିବର୍ତ୍ତନ ଦେଖିଥିଲେ । ଏହି ଅଧ୍ୟୟନ ପ୍ରିମା ଫେସୀ ପ୍ରମାଣ ପ୍ରଦାନ କରେ ଯେ, COVID19 ବିରୁଦ୍ଧରେ ଟିକା ସିମନ୍(ବୀଜାଣୁ) ଗୁଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

ଅଣ mRNA(messenger RNA) ଆଧାରିତ ଟିକା ମଧ୍ୟ ନିରାପଦ ଅଟେ, କାରଣ ଏହି ଟିକା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ଏହି ପ୍ରମାଣ ସେହି ପୁରୁଷମାନଙ୍କ ମଧ୍ୟରେ ଥିବା ଭୟକୁ ଦୂର କରିବ, ଯେଉଁମାନେ କୋଭିଶିଲ୍ଡରେ ପାର୍ଶ୍ବଗତ ପ୍ରତିକ୍ରିୟା ପାଇଁ ଟୀକାକରଣ କରିବାକୁ ଦ୍ୱିଧାବୋଧ କରୁଛନ୍ତି ବୋଲି ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ICMR)ର ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ ଗବେଷଣା ପାଇଁ ଶୀର୍ଷ ସଂଗଠନ ଥିବା NIRRCHର ନିର୍ଦ୍ଦେଶକ ଡ. ଗୀତାଞ୍ଜଳି ସଚଦେବ କହିଛନ୍ତି ।

କର୍ଣ୍ଣାଟକର ମଣିପାଲର କସ୍ତୁରବା ମେଡିକାଲ କଲେଜର ଭାରତୀୟ ପ୍ରଜନନ ଅନୁସନ୍ଧାନକାରୀଙ୍କ ଏକ ଟିମ୍ ଟୀକାକୃତ ବ୍ୟକ୍ତିଙ୍କ ଶୁକ୍ରାଣୁ ଗୁଣର ପରିବର୍ତ୍ତନରେ ଦେଖିଲେ ଯେ, ଟୀକାକରଣ ପରେ ପ୍ରଜନନ ଦୁର୍ବଳ ହେବା ଆଶଙ୍କା ନାହିଁ । ମାତ୍ର ଏହି କାରଣରୁ ଟିକା ନେବାକୁ ଅନେକ ଲୋକେ ଭୟଭୀତ ହେଉଛନ୍ତି । କେତେକ ପୁରୁଷ ପ୍ରଜନନ ଏବଂ ଶୁକ୍ରାଣୁର ଗୁଣ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କାରେ COVID ଟିକା ନେବାରେ ବିଳମ୍ବ କରିଛନ୍ତି ।

ଅନୁସନ୍ଧାନକାରୀ ଦଳ 2ରୁ 7 ଦିନ ଧିରି 53 ଜଣ ପୁରୁଷ, ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଥିଲେ ସେମାନଙ୍କର ବିଜାଣୁ ସାମ୍ପଲ୍ ପରୀକ୍ଷା କରିଥିଲେ । ପ୍ରାୟ ଦୁଇମାସ ଟୀକାକରଣ ପରେ ଶୁକ୍ରାଣୁ ଗୁଣର ମୂଲ୍ୟାଙ୍କନ କରାଯାଇଥିଲା । ଯେଉଁମାନେ COVID-19 ପଜିଟିଭ୍ ଥିଲେ କିମ୍ବା କୋଭିଡର ଲକ୍ଷଣ ଥିଲା ସେମାନଙ୍କୁ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇନଥିଲା । ବ୍ରିଟେନର ସୋସାଇଟି ଫର ରିପ୍ରଡକ୍ସନ ଏବଂ ଫର୍ଟିଲିଟି ସରକାରୀ ପତ୍ରିକାରେ ଏହି ଅଧ୍ୟୟନ ରିପୋର୍ଟ କରାଯାଇଥିଲା ।

53ଟି ପରୀକ୍ଷା ମଧ୍ୟରୁ ଯେଉଁମାନେ ଦୁଇଟି ଡୋଜ ଟିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଟୀକାକରଣ ପୂର୍ବରୁ WHO ସୁପାରିଶ କରିଥିବା ମୂଲ୍ୟଠାରୁ କମ୍ ବୀଜାଣୁ ଥିଲେ ଯାହା ଟୀକାକରଣ ପରେ ବିଶେଷ ପରିବର୍ତ୍ତନ କରିନଥିଲା । ଟୀକାକରଣର ଦୁଇଟି ଡୋଜ ଗ୍ରହଣ କରିଥିବା ପୁରୁଷମାନଙ୍କ ମଧ୍ୟରେ ବେସଲାଇନ୍ ଏବଂ ଫଲୋଅପ୍ ନମୁନା ମଧ୍ୟରେ ବୀଜାଣୁ ବୈଶିଷ୍ଟ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇନଥିଲା ।

ମଣିପାଲ ଏକାଡେମୀ ଅଫ୍ ହାୟର୍ ଏଜୁକେସନର କୁଳପତି ପ୍ରଫେସର, 'ଇଟିଭି ଭରତ' ଏମ.ଡି ଭେଙ୍କଟେଶଙ୍କ ସହ ଆଲୋଚନା ସମୟରେ କହିଛନ୍ତି, "ଭାରତରେ ସାଧାରଣତ ବ୍ୟବହୃତ ହେଉଥିବା COVID ଟିକାଗୁଡ଼ିକର ନିରାପତ୍ତାକୁ ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସମ୍ପୃକ୍ତ ଯେକୌଣସି ପୂର୍ବ କାଳର ଚିନ୍ତାଧାରାକୁ ଦୂର କରିବାରେ ସାହାଯ୍ୟ କରିବ ଏବଂ ଟୀକା ସୁରକ୍ଷା ସମ୍ପର୍କରେ ପୁରୁଷଙ୍କ ପାଖରେ ଥିବା ଆଶଙ୍କା ଦୂର ହେବ ।"

କସ୍ତୁରବା ମେଡିକାଲ କଲେଜର ଡିନ୍ ପ୍ରଫେସର ଶରଥ ରାଓ କହିଛନ୍ତି ଯେ, "COVID-19 ସଂକ୍ରମଣର ଜଟିଳତା ଭୋଗିବା ଅପେକ୍ଷା ଟୀକାକରଣ କରିବା ଏକ ନିରାପଦ ବିକଳ୍ପ । ଏହି ପରି ଏକ ଅଧ୍ୟୟନ ଲୋକଙ୍କୁ ଆଶ୍ୱାସନା ଦେବାରେ ସାହାଯ୍ୟ କରିପାରିବ ଏବଂ ଟୀକାକରଣ କରାଯିବ କି ନାହିଁ ସେମାନଙ୍କ ଉପରେ ଥିବା ସନ୍ଦେହ ଦୂର କରିପାରିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.