ETV Bharat / sukhibhava

Research: ଅଧିକ ଚିନି ସେବନ ସାଜିପାରେ କିଡନୀ ଷ୍ଟୋନର କାରଣ

author img

By

Published : Aug 15, 2023, 8:44 PM IST

ଆପଣ ଭାବୁଛନ୍ତି କି ଚିନି କେବଳେ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିପାରେ। କିନ୍ତୁ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଚିନି ସେବନ କିଡନୀ ଷ୍ଟୋନର ଆଶଙ୍କାକୁ ବୃଦ୍ଧି କରିପାରେ। ଅଧିକ ପଢନ୍ତୁ

Kidney stones with sugar
Kidney stones with sugar

ହାଇଦ୍ରାବାଦ: ଅତ୍ୟଧିକ ଚିନି ସେବନରୁ ଦୂରେଇ ରହିବା ପାଇଁ ସର୍ବଦା ଡାକ୍ତର ପରାମର୍ଶ ଦେଇଥାଆନ୍ତି। କିନ୍ତୁ କିଛି ଲୋକ ଅବହେଳା କରି ଚିନି ଖାଇଥାଆନ୍ତି। ଯଦି ଆପଣ ମଧ୍ୟ ପ୍ରତିଦିନ ଚିନି ଖାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। ଅତ୍ୟଧିକ ଶର୍କରା ଖାଇବା ଦ୍ବାରା ହୋଇପାରେ କିଡନୀ ଷ୍ଟୋନ। ଏନେଇ ଏକ ରିସର୍ଚ୍ଚରେ ଖୁଲାସା କରାଯାଇଛି। ଯେଉଁମାନେ ଦୈନିକ ଆବଶ୍ୟକୀୟ କ୍ୟାଲୋରୀରର 25 ପ୍ରତିଶତରୁ ଅଧିକ ଚିନି ଖାଉଥିଲେ ସେମାନଙ୍କ ନିକଟରେ କିଡନୀ ଷ୍ଟୋନ ଆଶଙ୍କା 88 ପ୍ରତିଶତ ରହିଥିଲା।

ଥଣ୍ଡା ପାନୀୟ ଏବଂ ଶର୍କରାଯୁକ୍ତ ଫଳ ରସ ପିଉଛନ୍ତି କି? ମିଠା, ଆଇସ୍ କ୍ରିମ୍, କେକ୍, ଏବଂ ବିସ୍କୁଟରେ ଲୋଭ ରହିଛି କି? ତେବେ ଏହି ସବୁ ପ୍ରକାର ଖାଦ୍ୟ ପ୍ରତ୍ୟେକ ଦିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଚିନିରୁ ପ୍ରସ୍ତୁତ ହେଉଥିବା ପାନୀୟ ବା ଖାଦ୍ୟ ପଦାର୍ଥ କ୍ୟାନ୍ସରର କାରଣ ହୋଇପାରେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ଏହା ବ୍ୟତୀତ ମଧ୍ୟ କିଡନୀ ଷ୍ଟୋନର ଏନେକ କାରଣ ରହିଛି। ମେଦବହୁଳତା, ଡାଇରିଆ, କୋଷ୍ଠକାଠିନ୍ୟ, ଅନ୍ତନଳୀ ପ୍ରଦାହ, ମଧୁମେହ ରୋଗୀଙ୍କ ନିକଟରେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ ବୋଲି ଅନୁସନ୍ଧାନକାରାମାନେ କହିଛନ୍ତି। ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ପରୀକ୍ଷଣ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: କିଡନୀରେ ଛୋଟ ଷ୍ଟୋନ୍‌ ଭବିଷ୍ୟତରେ ଆଣିପାରେ ବଡ ବିପଦ

ଦୈନିକ ଚିନି ଖାଉଥିବା ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଯେଉଁମାନେ ଦୈନିକ କ୍ୟାଲୋରୀର 25 ପ୍ରତିଶତରୁ ଅଧିକ ଶର୍କରା ସେବନ କରୁଥିଲେ ସେମାନଙ୍କ କ୍ଷେତ୍ରରେ 5 ପ୍ରତିଶତରୁ କମ ଶର୍କରା ଖାଉଥିବା ବ୍ୟକ୍ତିମାନଙ୍କ ଠାରୁ କିଡନୀ ଷ୍ଟୋନର ଆଶଙ୍କା 88 ପ୍ରତିଶତ ଅଧିକ ରହିଥିଲା। ଏହାସହିତ ଶର୍କରା ସେବନ ହେତୁ ପରିସ୍ରାରେ ଅକ୍ସାଲେଟ୍ ଏବଂ କ୍ୟାଲସିୟମ୍ ସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖାଯାଇଥିଲା। ଏଗୁଡ଼ିକ ପରିସ୍ରାରେ ଜମା ହୋଇ କ୍ରିଷ୍ଟଲ ହୋଇଥାଏ। ଏହାପରେ ଧୀରେ ଧୀରେ କିଡନୀ ଏବଂ ୟୁରିଟସରେ ଷ୍ଟୋନ ହୋଇଥାଏ। ଅଧିକ ଚିନି ଖାଇବା ଦ୍ୱାରା ପରିସ୍ରାର ଅମ୍ଳତା ମଧ୍ୟ ବୃଦ୍ଧି ପାଇଥାଏ। କିଡନୀ ଷ୍ଟୋନରେ ଆକ୍ରାନ୍ତ ହେବା ପରେ ମଧ୍ୟ ଚିନିର ସେବନ କମ କରିବା ଲାଭଦାୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ପ୍ରକାଶଥାଉକି, ଗତ ଦୁଇ ମାସ ପୂର୍ବରୁ ଚିନିର ସେବନକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଅଧିକ ଚିନି ସେବନ ଦ୍ବାରା ଉଚ୍ଚ ରକ୍ତଚାପ ହୋଇପାରେ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଚିନି ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ମେଦବହୁଳତା ଦେଖାଦେଇଥାଏ, ଯାହା ରକ୍ତଚାପ ବୃଦ୍ଧି କରିବାର ମୁଖ୍ୟ କାରଣ ଅଟେ ବୋଲି କୁହାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.