ETV Bharat / sukhibhava

ଅନୁସନ୍ଧାନ: ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ଆଜମା ଆଶଙ୍କା ଅଧିକ

author img

By

Published : Mar 3, 2023, 12:17 PM IST

Etv Bharat
Etv Bharat

ଲାନସେଟ୍ ପ୍ଲାନେଟାରୀ ହେଲ୍‌ଥ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ଆଜମା ହେବାର ଆଶଙ୍କା ଅଧିକ । ଏହାର କାରଣ କଣ, ଜାଣନ୍ତୁ...

ହାଇଦ୍ରାବାଦ: ଗ୍ରାମାଞ୍ଚଳ ପିଲାଙ୍କ ଠାରୁ ସହରାଞ୍ଚଳରେ ପିଲାମାନଙ୍କର ଆଜମା ହେବାର ଆଶଙ୍କା ଅଧିକ । ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଲାନସେଟ୍ ପ୍ଲାନେଟାରୀ ହେଲ୍‌ଥ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ସହରାଞ୍ଚଳ ବାୟୁରେ ଥିବା ପ୍ରଦୂଷକ ପିଲାମାନଙ୍କର ଆଜମା ସମସ୍ୟା ବୃଦ୍ଧି କରୁଛି । ପିଲାମାନଙ୍କୁ ଭାଇରାଲ୍ ଏବଂ ନନ୍-ଭାଇରାଲ୍ କାରଣରୁ ହେଉଥିବା ଆଜ୍‌ମା ବାୟୁରେ ଥିବା ପ୍ରଦୂଷକ କାରଣରୁ ହେଉଛି କି ନାହିଁ, ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ।

ଅଧ୍ୟୟନରୁ ଜଣାପଡିଛି ଯେ, ସହରାଞ୍ଚଳର ବାୟୁରେ ପ୍ରଦୂଷକ ମାତ୍ରା ବୃଦ୍ଧି ପାଉଥିବାରୁ, ଏଠାରେ ରହୁଥିବା ପିଲାମାନଙ୍କର ଆଜମା ଆଶଙ୍କା ଅଧିକ ହୋଇପାରେ । ଉଲ୍ଲେଖନୀୟ ବିଷୟ ହେଉଛି, ଅଧିକାଂଶ ଭାଇରାଲ୍ ଶ୍ବାସ ସମ୍ବନ୍ଧୀୟ ସଂକ୍ରମଣ ଆଜମା ପାଇଁ ଦାୟୀ ବୋଲି ବିବେଚନା କରାଯାଏ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ନନ୍-ଭାଇରାଲ୍ କାରକ ଯେପରିକି ସହରାଞ୍ଚଳରେ ବାୟୁରେ ଥିବା ପ୍ରଦୂଷକ ବିଶେଷତଃ ଓଜନ୍ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ କଣିକା ପିଲାମାନଙ୍କଠାରେ ଆଜ୍‌ମା ଆଶଙ୍କା ବଢାଉଛି ।

ଲାନସେଟ୍ ପ୍ଲାନେଟାରୀ ହେଲ୍‌ଥ ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ବାୟୁରେ ଅଧିକ ପ୍ରଦୂଷଣ ସ୍ତର, ବିଶେଷତଃ ଓଜନ୍ ଏବଂ ଅନ୍ୟାନ୍ୟ କଣିକା ପଦାର୍ଥ ଆଜମା ବିପଦ ଆଶଙ୍କା ବୃଦ୍ଧି କରିପାରେ । ଏଥିସହ ଫୁସଫୁସ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ, ବିଶେଷକରି ସହରାଞ୍ଚଳରେ ରହୁଥିବା ପିଲାମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯିବାର ସମ୍ଭାବନା ରହିଛି । ଅଧ୍ୟୟନର ଅନ୍ୟତମ ଅନୁସନ୍ଧାନକାରୀ, ଶିଶୁ ଚିକିତ୍ସା ବିଭାଗର ପ୍ରଫେସର ତଥା ନ୍ୟୁୟର୍କ ମେଡିକାଲ୍ କଲେଜର ପଲ୍ମୋନୋଲୋଜି ବିଭାଗର ମୁଖ୍ୟ ଡକ୍ଟର ଆଲାନ୍ ଡୋଜର୍ ମେଡିକାଲ୍ ନ୍ୟୁଜ୍ ଟୁଡେକୁ କହିଛନ୍ତି ଯେ, ପିଲାମାନଙ୍କଠାରେ ଭାଇରାଲ୍ ସଂକ୍ରମଣ ଅତି ସାଧାରଣ । ଶ୍ୱାସରୋଗ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବା ଅଞ୍ଚଳରେ ଦେଖାଯାଇଥାଏ ।

ଅଧ୍ୟୟନ କିପରି ଥିଲା: ଏହି ଅଧ୍ୟୟନରେ, ଗବେଷକମାନେ ପ୍ରଥମେ ଆମେରିକାର କେତେକ ସହରାଞ୍ଚଳରେ ବାସ କରୁଥିବା ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଶ୍ୱାସରୋଗର ତୀବ୍ରତା ଏବଂ ସେମାନଙ୍କ ସହରରେ ବାୟୁ ପ୍ରଦୂଷଣ ସ୍ତର ମଧ୍ୟରେ ଥିବା ସମ୍ପର୍କକୁ ଯାଞ୍ଚ କରିଥିଲେ । ଏଥିସହ, ସେମାନେ କେତେକ ପୁରାତନ ପର୍ଯ୍ୟବେକ୍ଷଣ ଅଧ୍ୟୟନ ଏବଂ ଅଂଶଗ୍ରହଣକାରୀଙ୍କ ଜିନ୍ ଏକ୍ସପ୍ରେସନ୍ ପ୍ରୋଫାଇଲ ଗୁଡିକର ତଥ୍ୟ ମଧ୍ୟ ବିଶ୍ଳେଷଣ କରିଥିଲେ ।

ଅଧ୍ୟୟନ ପାଇଁ, ଲେଖକମାନେ MUPPITS1 ଅଂଶଗ୍ରହଣକାରୀ ଏବଂ ସେମାନଙ୍କର ତଥ୍ୟ ବ୍ୟବହାର କରିଥିଲେ । ଉଲ୍ଲେଖନୀୟ ବିଷୟ ହେଉଛି, MUPPITS1ରେ 6 ରୁ 17 ବର୍ଷ ବୟସର 208 ପିଲାଙ୍କ ତଥ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ଯେଉଁମାନଙ୍କର ତୀବ୍ର ଆଜ୍‌ମା ଥିଲା, ସେମାନେ ଆମେରିକାର ନଅଟି ସହରରେ ସ୍ୱଳ୍ପ ଆୟକାରୀ ଅଞ୍ଚଳରେ ରହୁଥିଲେ ।

MUPPITS1 ବ୍ୟତୀତ, ଏହି ଅନୁସନ୍ଧାନରେ ଆମେରିକାର ଆଠଟି ପ୍ରମୁଖ ସହରରେ ସ୍ୱଳ୍ପ ଆୟକାରୀ ପରିବାରରେ ବାସ କରୁଥିବା 6 ରୁ 20 ବର୍ଷ ବୟସର 419 ଜଣ ପିଲାଙ୍କ ଅନ୍ୟ ଏକ ଅଧ୍ୟୟନର ତଥ୍ୟ ମଧ୍ୟ ବ୍ୟବହୃତ ହୋଇଥିଲା । ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ଅଧ୍ୟନରେ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କରାଯାଇ ଥିବାରୁ ଏହା ଉପରେ ଆଗକୁ ଅଧିକରୁ ଅଧିକ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.