ETV Bharat / sukhibhava

ବାରମ୍ବାର ଭୋକ ଲାଗୁଛି କି ? ହୋଇପାରେ ଏହି ରୋଗ

author img

By

Published : Apr 13, 2023, 4:18 PM IST

Etv Bharat
Etv Bharat

ଖାଇବା ପରେ ମଧ୍ୟ ଭୋକ ଲାଗୁଥିଲେ କିମ୍ବା ବାରମ୍ବାର ଖାଇବାକୁ ଇଚ୍ଛା ହେଉଥିଲେ ଆଦୌ ଅବହେଳା କରନ୍ତୁ ନାହିଁ । କାରଣ ଏହା ଏକ ଅଭ୍ୟାସ ନୁହେଁ, ଅନେକ ରୋଗର ଲକ୍ଷଣ ହୋଇପାରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନେକ ଥର ଏପରି ହୁଏ ଖାଦ୍ୟ ଖାଇବା ପରେ ମଧ୍ୟ ଜଣେ ଭୋକିଲା ଅନୁଭବ କରନ୍ତି । ଏପରି ଲାଗେ ଯେପରି କିଛି ଖାଇନାହାନ୍ତି । ଆପଣଙ୍କ ସହ ସମାନ ଘଟଣା ଘଟୁଛି କି ? ଯଦି ଘଟୁଛି, ତେବେ ଏହାକୁ ଆଦୌ ହାଲୁକା ଭାବରେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କୁ ଦେଖାକରନ୍ତୁ । କାରଣ ଏହି ଅଭ୍ୟାସ ଅନେକ ରୋଗର ଲକ୍ଷଣ ହୋଇପାରେ । ତେବେ ଏହି ଲକ୍ଷଣ କେଉଁ ରୋଗର, ଜାଣନ୍ତୁ...

ମଧୁମେହ:- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ସମସ୍ୟା ହେତୁ ଗ୍ଲୁକୋଜ କୋଷରେ ସଠିକ୍ ଭାବରେ ପହଞ୍ଚେ ନାହିଁ । ଏହି କାରଣରୁ ଶରୀରରେ ଏନର୍ଜି(ଶକ୍ତି) ସଠିକ୍ ଭାବରେ ତିଆରି ହୁଏ ନାହିଁ ଏବଂ ଏହା ପରିସ୍ରା ମାଧ୍ୟମରେ ନିଷ୍କାସିତ ହୋଇଯାଏ । ଫଳରେ ବାରମ୍ବାର ଭୋକ ଲାଗେ ।

ଥାଇରଏଡ୍:- ଯଦି କେହି ଅଧିକ ଭୋକିଲା ଅନୁଭବ କରନ୍ତି, ତେବେ ଏହା ଥାଇରଏଡ୍‌ର ଏକ ସଙ୍କେତ ମଧ୍ୟ ହୋଇପାରେ । ଯେତେବେଳେ ଶରୀରରେ ଥାଇରଏଡ୍ ହରମନର ସ୍ତର ବଢିଯାଏ, ସେତେବେଳେ ଏନର୍ଜି ହ୍ରାସପାଏ । ଏହି କାରଣରୁ, ଥକ୍କା ଲାଗେ ଏବଂ ଭୋକ ମଧ୍ୟ ଅଧିକ ଲାଗେ । ଅନେକ ଥର ଏହା ମଧ୍ୟ ଘଟେ ଯେ, ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ । ଯଦି ଏହା ଘଟେ, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଚାପ:- ଡାକ୍ତରଙ୍କ କହିବାନୁସାରେ, ଚାପ ଯୋଗୁଁ ଭୋକ ମଧ୍ୟ ବଢିଯାଏ । ଯେତେବେଳେ ଅଧିକ ଚାପ ଥାଏ, ସେତେବେଳେ ହରମନ୍ କର୍ଟିସୋଲ୍ ବୃଦ୍ଧି ପାଇଥାଏ । ଏଭଳି ପରିସ୍ଥିତିରେ ଚିନି ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଭଳି ଲାଗେ । ଏହା ମଧ୍ୟ ଉଦାସୀନତା ଏବଂ ମୋଟାପଣର କାରଣ ହୋଇପାରେ ।

ଅଳ୍ପ ନିଦ:- ବେଳେବେଳେ, ନିଦ୍ରା ଅଭାବ ଏବଂ କମ୍ ନିଦ ହେତୁ ଜଣେ ବାରମ୍ବାର ଭୋକିଲା ଅନୁଭବ କରନ୍ତି । ଯେତେବେଳେ ଶରୀରର ଥକ୍କା ସଂପୂର୍ଣ୍ଣ ଦୂର ହୋଇନଥାଏ, କ୍ଷୁଧା ହରମନ୍ ଅଧିକ ପ୍ରଭାବିତ ହୁଏ । ଏପରି ପରିସ୍ଥିତିରେ ଅଧିକ ଭୋକ ଲାଗେ ଏବଂ ଜଣେ ବ୍ୟକ୍ତି ଅତ୍ୟଧିକ ଖାଇବା କାରଣରୁ ମେଦବହୁଳତାର ଶିକାର ହୁଅନ୍ତି ।

କିପରି ନେବେ ଯତ୍ନ:- ଯଦି ଚାହୁଁଛନ୍ତି ଯେ ଶରୀର ସଠିକ୍ ଭାବରେ କାର୍ଯ୍ୟ କରୁ, ତେବେ ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ, ପୁଷ୍ଟିକର ଖାଦ୍ୟରେ ଭରପୂର ଖାଦ୍ୟ ଗ୍ରହଣ କରନ୍ତୁ । ଶରୀରରେ ଖଣିଜ ପଦାର୍ଥର ଅଭାବ ପୂରଣ କରୁଥିବା ଖାଦ୍ୟ ଗ୍ରହଣ ବାଛନ୍ତୁ । ସର୍ବାଧିକ ପରିମାଣର ପାଣି ପିଅନ୍ତୁ । ଚାପ, ଟେନସନ ଏବଂ ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ବ୍ୟାୟାମ, ଯୋଗ, ପ୍ରାଣାୟାମ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.