ETV Bharat / sukhibhava

ଋତୁସ୍ରାବ ଉପରେ ପ୍ରଭାବ ପକାଏ ଥାଇରଏଡ୍! ଜାଣନ୍ତୁ କାରଣ

author img

By

Published : Aug 13, 2023, 4:20 PM IST

ଋତୁସ୍ରାବ ଉପରେ ପ୍ରଭାବ ପକାଏ ଥାଇରଏଡ୍! ଜାଣନ୍ତୁ କାରଣ
ଋତୁସ୍ରାବ ଉପରେ ପ୍ରଭାବ ପକାଏ ଥାଇରଏଡ୍! ଜାଣନ୍ତୁ କାରଣ

ଯେତେବେଳେ ଥାଇରଏଡ୍ ହରମୋନରେ ପରିବର୍ତ୍ତନ ଆସେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହେବା ଆରମ୍ଭ ହୋଇଥାଏ। ଅଧିକ କିମ୍ବା କମ୍ ଥାଇରଏଡ୍ ହରମୋନ୍ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ। ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଯେତେବେଳେ ଥାଇରଏଡ୍ ହରମୋନରେ ପରିବର୍ତ୍ତନ ଆସେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଅଧିକ କିମ୍ବା କମ୍ ଥାଇରଏଡ୍ ହରମୋନ୍ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ । ଏହା ଦ୍ବାରା ଋତୁସ୍ରାବ ମଧ୍ୟ ପ୍ରଭାବିତ ହୋଇଥାଏ । କେବଳ ଏହା ନୁହେଁ, ଓଜନ ବୃଦ୍ଧି, କେଶ ଝଡ଼ିବା, ଷ୍ଟ୍ରେସ୍(ଚାପ), ଏସବୁ ଥାଇରଏଡ୍ ହରମୋନ୍‌ର ଅସନ୍ତୁଳନ ହେତୁ ହୋଇଥାଏ ।

ଋତୁସ୍ରାବ ଠିକ୍ ହେବାକୁ ହେଲେ ଥାଇରଏଡ୍ ହରମୋନର ସନ୍ତୁଳନ ରହିବା ଅତ୍ୟନ୍ତ ଆବଶ୍ୟକ । ଥାଇରଏଡ୍ ଗ୍ଲାଣ୍ଡର ପ୍ରଜନନ ଅଙ୍ଗ ସହ ସିଧାସଳଖ ସଂଯୋଗ ରହିଛି । ଏପରି ପରିସ୍ଥିତିରେ, ଯଦି ଥାଇରଏଡ ଗ୍ଲାଣ୍ଡରେ କିଛି ସମସ୍ୟା ଥାଏ, ତେବେ ପ୍ରଜନନ ପ୍ରଣାଳୀରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ଫଳରେ ଡିମ୍ବାଣୁ ଏବଂ ହରମୋନ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହି କାରଣରୁ ବନ୍ଧ୍ୟାକରଣ ସମସ୍ୟା(ଇନଫର୍ଟିଲିଟି ସମସ୍ୟା) ଆରମ୍ଭ ହୁଏ । ତେବେ ଭୁଲ୍‌ରେ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।

ଥାଇରଏଡ୍ ଗ୍ଲାଣ୍ଡରେ ସମସ୍ୟା ହେତୁ ହୋଇପାରେ ଏହି ସବୁ କାରଣ:-

  • ଥାଇରଏଡ୍ ହରମୋନ୍ TSH ବୃଦ୍ଧି ହେତୁ ଏହାର ପ୍ରୋଲାକ୍ଟିନ୍ ହରମୋନ୍ ଉପରେ ସିଧାସଳଖ ପ୍ରଭାବ ପଡିଥାଏ।
  • ପ୍ରୋଲାକ୍ଟିନ୍ ହରମୋନ୍ ମଧ୍ୟ ମହିଳାମାନଙ୍କର ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ, ଏହା ଇଷ୍ଟ୍ରୋଜେନ୍ ହରମୋନକୁ ମଧ୍ୟ କିଛି ପରିମାଣରେ ପ୍ରଭାବିତ କରିଥାଏ ।
  • TSHର ବୃଦ୍ଧି ହେତୁ, ପ୍ରୋଲାକ୍ଟିନ୍ ହରମୋନର ସ୍ତର ବଢିଥାଏ, ଯାହା ପରେ ଋତୁସ୍ରାବରେ ଅନିୟମିତତା ଦେଖାଯାଏ ।
  • ଥାଇରଏଡ୍ ହରମୋନ୍ ହେତୁ ପ୍ରୋଲାକ୍ଟିନ୍ ହରମୋନ୍‌ର ସ୍ତର ବଢ଼ିଥାଏ, ଯେଉଁ କାରଣରୁ ଅଣ୍ଡାଦାନ ଏବଂ ମାସିକ ଋତୁସ୍ରାବ ବହୁତ ପ୍ରଭାବିତ ହୁଏ । ଏହି କାରଣରୁ, ଋତୁସ୍ରାବରେ ବିଶୃଙ୍ଖଳା ଦେଖାଯାଏ । ଏବଂ ରକ୍ତ ପ୍ରବାହ ମଧ୍ୟ ଧୀର କିମ୍ବା ଅଧିକା ବି ହୋଇପାରେ ।

ଥାଇରଏଡ ଦ୍ୱାରା ଏହି ସମସ୍ୟା ହୋଇପାରେ

ଥାଇରଏଡ୍ ଗ୍ଲାଣ୍ଡ୍‌ରେ ସମସ୍ୟା ହେତୁ ବନ୍ଧ୍ୟାକରଣ ସମସ୍ୟା ହୋଇପାରେ। ଥାଇରଏଡ୍ ଯେତେ ଅଧିକ ସକ୍ରିୟ କିମ୍ବା ନିଷ୍କ୍ରିୟ ହେଉନା କାହିଁକି, ଏହା ମହିଳାମାନଙ୍କର ଫର୍ଟିଲିଟିକୁ ବହୁତ ପ୍ରଭାବିତ କରିଥାଏ । ଏହା ସେହି ଗ୍ଲାଣ୍ଡ ଯାହା ଦ୍ବାରା କିଛି ମହିଳାଙ୍କ ଋତୁସ୍ରାବ ଅକାଳରେ ବନ୍ଦ ହୋଇଯାଏ । ଯଦି ଥାଇରଏଡକୁ ଠିକ୍ କିମ୍ବା ନିୟନ୍ତ୍ରଣରେ ରଖିବାକୁ ହେଲେ ଉପଯୁକ୍ତ ଡାଏଟ ସହ ଖାଦ୍ୟ ଖାଇବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ: ଥାଇରଏଡ ସମସ୍ୟାକୁ ନିୟନ୍ତ୍ରଣ କରାଏ ଯୋଗାଭ୍ୟାସ, କରନ୍ତୁ ଏହି ଯୋଗ

ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ କ’ଣ ଖାଇବା ଉଚିତ୍ ?

ଯଦି ଆପଣ ଥାଇରଏଡକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆପଣ ଆୟୋଡିନ୍ ଯୁକ୍ତ ଜିନିଷ, ଅଦା, କଦଳୀ, ବାଦାମୀ ରୁଟି, ଶସ୍ୟ ଜାତୀୟ ଖାଦ୍ୟ, ଗ୍ରୀନ ଟି', ଫଳ, ବାଦାମ, ଦହି, କଖାରୁ ମଞ୍ଜି, ଗାଜର, କଞ୍ଚାଲଙ୍କା, ବାଦାମ, ମହୁ, ଲେମ୍ବୁ ଖାଇବା ଉଚିତ୍ । ଅଲିଭ୍ ତେଲ, ନଡିଆ ତେଲ ପରି ଜିନିଷ ଖାଇବା ଉଚିତ୍ । ଥାଇରଏଡ୍ ଗ୍ଲାଣ୍ଡ୍‌ ଆପଣଙ୍କ ମେଟାବୋଲିଜିମ୍‌କୁ ନିୟନ୍ତ୍ରଣ କରିବା ପାଇଁ କାମ କରେ, ତେଣୁ ଆପଣଙ୍କୁ ଏକ ଡାଏଟ୍ ନେବାକୁ ପଡିବ ଯାହା ଆପଣଙ୍କ ମେଟାବୋଲିଜିମ୍‌କୁ ଶକ୍ତିଶାଳୀ ରଖେ । ଏଥିସହ ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ ଅଦା ଚା' ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଅଦାରେ ଥିବା ଉପାଦାନଗୁଡ଼ିକ ଦ୍ୱାରା ଥାଇରଏଡକୁ ନିୟନ୍ତ୍ରିତ କରିହୁଏ । ସେହିପରି ହଳଦୀ କ୍ଷୀର ମଧ୍ୟ ଥାଇରଏଡକୁ ନିୟନ୍ତ୍ରଣ କରିଥାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.