ETV Bharat / sukhibhava

ମୃତ୍ୟୁ ପରେ ବି ଅମର, ଦୁଇ ଜଣଙ୍କୁ ପୁନର୍ଜନ୍ମ ଦେଲେ ବ୍ରେନ୍ ଡେଡ୍ ଘୋଷିତ ମହିଳା

author img

By

Published : Mar 29, 2023, 1:14 PM IST

Updated : Mar 29, 2023, 3:07 PM IST

ଅଙ୍ଗଦାନ କରି ଅମର ହେଲେ ଆଉ ଜଣେ ମସ୍ତିଷ୍କ ମୃତ(ବ୍ରେନ୍ ଡେଡ୍) ଘୋଷିତ ରୋଗୀ । ଦୁଇ ଜଣଙ୍କୁ ଦେଇଗଲେ ପୁନର୍ଜନ୍ମ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ମୃତ୍ୟୁ ପରେ ବି ଅଙ୍ଗଦାନ କରି ଅମର ହେଲେ ଆଉ ଜଣେ ମସ୍ତିଷ୍କ ମୃତ(ବ୍ରେନ୍ ଡେଡ୍) ଘୋଷିତ ରୋଗୀ । ନିଜେ ଦୁନିଆ ଛାଡି ଚାଲି ଯାଇଥିଲେ ମଧ୍ୟ ଦୁଇ ଦୁଇ ଜଣଙ୍କୁ ଦେଇ ଯାଇଛନ୍ତି ନୂଆ ଜୀବନ । ଏସସିବି ୟୁରୋଲୋଜି ବିଭାଗର ଚିକିତ୍ସିତ ହେଉଥିବା ୨ ଜଣ ରୋଗୀଙ୍କଠାରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କର ଦୁଇ କିଡନୀ ସଫଳ ପ୍ରତିରୋପଣ ହୋଇଛି ।

ଦୁଇ ଜଣଙ୍କୁ ପୁନର୍ଜନ୍ମ ଦେଲେ ବ୍ରେନ୍ ଡେଡ୍ ଘୋଷିତ ମହିଳା

ସୂଚନା ଅନୁଯାୟୀ, ଜଗତସିଂହପୁରର ତନୁଜା କର(57) ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି(ମଙ୍ଗଳବାର) ତାଙ୍କୁ ଏସସିବି CTVS ବିଭାଗକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକେ ଅଙ୍ଗଦାନ ପାଇଁ ଅନୁମତି ଦେବାରୁ ତୁରନ୍ତ ଦୁଇ କିଡ଼ନୀ କଢାଯାଇ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳ ରୂପେ ପ୍ରତିରୋପଣ କରାଯାଇଛି । ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ 4ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- Karnataka Assembly Poll: ବାଜିଲା ବିଗୁଲ, ମଇ 10ରେ ଭୋଟ 13ରେ ଫଳାଫଳ

ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫ୍ରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ବାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡନୀ ଦାନ ପାଇଁ ଅନୁରୋଧ କରିଥିଲେ । ପରିବାର ଲୋକଙ୍କ ସମ୍ମତି ପ୍ରଦାନ ପାରେ ତନୁଜାଙ୍କ ଶରୀରରୁ ଦୁଇଟି କିଡନୀ କଢ଼ାଯାଇ ଅନ୍ୟ ଦୁଇ କିଡନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । କିଡନୀ ପ୍ରତିରୋପଣ କରାଯାଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି, ଝାରସୁଗୁଡ଼ା ବ୍ରଜରାଜନଗରର ୩୬ ବର୍ଷୀୟ ଆଲୋକ ବୋଡାକ୍ ଏବଂ କଟକର ସିଡିଏ ଅଞ୍ଚଳର ୪୮ ବର୍ଷୀୟ ସୂର୍ଯ୍ୟ ରଞ୍ଜନ ସାହୁ ।

ଏହା ମଧ୍ୟ ପଢନ୍ତୁ:-ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ଲାଭହୀନ: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କର ଏହା ଦ୍ୱିତୀୟ କିଡନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି । ଆଲୋକ ଗତ 2ବର୍ଷ ହେବ ଓ ସୂର୍ଯ୍ୟ 19 ବର୍ଷ ହେବ କିଡ଼ନୀ ରୋଗରେ ପୀଡିତ ଥିଲେ। ସୂର୍ଯ୍ୟଙ୍କ କିଡ଼ନୀ 2000 ମସିହାରେ ପ୍ରତିରୋପଣ ହୋଇଥିବା ବେଳେ ଗତ ସେପ୍ଟେମ୍ବରରୁ ପୁଣିଥରେ ଖରାପ ହୋଇଯାଇଥଲା । ସୋମବାର କିଡନୀ ପ୍ରତିରୋପଣ ପାଇଁ ତାଙ୍କୁ ଏସସିବି ପକ୍ଷରୁ ଫୋନ୍ କଲ୍ ଯୋଗେ ଡକାଯାଇଥିଲା । ଅସ୍ତ୍ରୋପଚାର ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ବିରଳ ଅସ୍ତ୍ରୋପଚାରରେ ଡାକ୍ତର ଅରୁଣାଙ୍କ ସହିତ ୧୭ ଜଣ ମେଡିକାଲ ଟିମ ସହଯୋଗ କରିଥିଲେ । ବର୍ତ୍ତମାନ ଦୁଇ ଜଣ ରୋଗୀ ସୁସ୍ଥ ଥିବା ଜଣାପଡିଛି ।

ଏହି ଅସ୍ତ୍ରୋପଚାରକୁ ନେଇ ଦୁଇ ରୋଗୀଙ୍କ ପରିବାର ଲୋକେ ଖୁସି ପ୍ରକଟ କରିଛନ୍ତି । ଜଣେ ସଦସ୍ୟ କହିଛନ୍ତି, "ତନୁଜାଙ୍କ ଦାନ ଓ ଡାକ୍ତରଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଲା । ସମସ୍ତକୁ ଧନ୍ୟବାଦ ଜଣାଉଛୁ । ଅଙ୍ଗଦାନ ପ୍ରତି ସମସ୍ତେ ସଚେତନ ହୁଅନ୍ତୁ । ମୃତକ ତନୁଜାଙ୍କ ପରିବାରରକୁ ଏହି ବଦାନ୍ୟ କାର୍ଯ୍ୟ ପାଇଁ ସାଧୁବାଦ ଜଣାଉଛୁ । ଆଗାମୀ ଦିନରେ ଏପରି କାର୍ଯ୍ୟ ନିଶ୍ଚୟ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାର ସଫଳ ହେବ ।"

ତେବେ ମୃତ ଘୋଷିତ ବ୍ୟକ୍ତିଙ୍କର ଅଙ୍ଗ ଏହିପରି ଅନେକ ଲୋକଙ୍କ ଜୀବନ ବଞ୍ଚାଇଛି । ଏଥିପାଇଁ ଅଙ୍ଗଦାନ ପ୍ରକ୍ରିୟାକୁ ବ୍ୟାପକ କରିବା ଏବଂ ଏଥିପ୍ରତି ପ୍ରତିଟି ବ୍ୟକ୍ତିଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଦାନ କରାଯାଉଥିବା ଅଙ୍ଗର କିପରି ସଠିକ୍ ବିନିଯୋଗ କରାଯିବ ସେଥିପାଇଁ କେନ୍ଦ୍ର ସରକାର 'ୱାନ୍ ନେସନ୍, ୱାନ୍ ପଲିସି' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

Last Updated : Mar 29, 2023, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.