ETV Bharat / sukhibhava

କମ ମଦ୍ୟପାନ ବି ଶରୀରକୁ ପହଞ୍ଚାଇପାରେ କ୍ଷତି: REPORT

author img

By

Published : Mar 14, 2022, 3:24 PM IST

କମ ହେଉ କି ଅଧିକ ମାତ୍ରା, ମଦ୍ୟପାନ ସାଧାରଣତଃ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ । ମାତ୍ର ଅଧିକାଂଶ ବିଶ୍ବାସ କରନ୍ତି ଯେ ବେଳେବେଳେ ମଦ ସେବନ କରିବା ଦ୍ବାରା ଶରୀର ଉପରେ କୌଣସି ପ୍ରଭାବ ପଡିନଥାଏ । ଏହି ଧାରଣାଟି ଭୁଲ । ଏହା ଆମେ କହୁନାହୁଁ ଆମେରିକାର ଗବେଷକମାନେ ଗବେଷଣା କରି ଏହାକୁ ସ୍ପଷ୍ଟ କରିଛନ୍ତି । ଆଲକୋହଲ ଶରୀର ଉପରେ ୨୦୦ରୁ ଅଧିକ ରୋଗ ସୃଷ୍ଟି କରିଥାଏ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

କମ ମଦ୍ୟପାନ ବି ଶରୀରକୁ ପହଞ୍ଚାଇପାରେ କ୍ଷତି: REPORT
କମ ମଦ୍ୟପାନ ବି ଶରୀରକୁ ପହଞ୍ଚାଇପାରେ କ୍ଷତି: REPORT

ହାଇଦ୍ରାବାଦ: ମଦ୍ୟପାନ ଶରୀର ପକ୍ଷେ ହାନିକାରକ ହୋଇଥାଏ । ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି ଯେ କେବଳ ନିୟମିତ ମଦ୍ୟପାନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇଥାଏ । ମାତ୍ର କିଛି ବ୍ୟବଧାନରେ ମଦ୍ୟପାନ କଲେ ଶରୀରେ ଉପରେ ସେତେଟା ପ୍ରଭାବ ପଡିନଥାଏ । ତେବେ ଆପଣ ଏକ ଭୁଲ ଧାରଣା ସହିତ ଗତି କରୁଛନ୍ତି । କମ ମଦ୍ୟପାନ ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହା ଆମେ କହୁନାହୁଁ, 'Nature Communication' ପତ୍ରିକାରେ ଏ ସମ୍ପର୍କରେ ପ୍ରକାଶିତ ହୋଇଛି । କମ ମାତ୍ରା ହେଉ କି ଅଧିକ ମାତ୍ରା, ମଦ୍ୟ ସର୍ବଦା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହା ଉପରେ ଆମେରିକାର ଏକ ୟୁନିଭର୍ସିଟି ଗବେଷଣା କରିଥିଲା । ଏଥିରେ ସାମିଲ ହୋଇଥିଲେ ପ୍ରାୟ ୩୬ ହଜାରରୁ ଅଧିକ ଲୋକ । ରିପୋର୍ଟ ଅନୁସାରେ ପ୍ରତିଦିନ ମଦ୍ୟ ପିଇବା ଦ୍ବାରା ଲୋକଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ । ଅଧିକ ମାତ୍ରାରେ ପ୍ରତିଦିନ ମଦ୍ୟପାନ କଲେ ମସ୍ତିଷ୍କର ଆକାରରେ ପରିବର୍ତ୍ତନ ଆସିବା ସହିତ ଏହାର କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇଥାଏ । ଫଳରେ ଉକ୍ତ ବ୍ୟକ୍ତିର ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ ।

  • କମ୍‌ ମାତ୍ରାର ମଦ୍ୟପାନ ବି ହାନିକାରକ

ଗବେଷଣାରେ ଆମେରିକାର ପେନ୍ସ ହ୍ବାର୍ଟନ୍ ସ୍କୁଲର ଅଧ୍ୟାପକ ଗିଡୋନ୍ କହିଛନ୍ତି ଯେ ଅଧ୍ୟୟନରେ କିଛି ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିୟର ପିଉଥିବା ନଜର ଆସିଥିଲା । ଏଥିଲାଗି ବିୟର ପିଇବା ଦ୍ବାରା ଶରୀର ଉପରେ କଣ ପ୍ରଭାବ ପଡୁଛି ତାହା ଉପରେ ଗବେଷଣା କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଛି ଯେ ମଦ୍ୟ ପିଇବା ଠାରୁ ଏହାର ପ୍ରଭାବ ଶରୀର ଉପରେ ସାମାନ୍ୟ କମ ରହିଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅନ ଆଲକୋହଲ ଏବ୍ୟୁଜ ଆଣ୍ଡ ଆଲୋକହଲିଜମ ଅନୁସାରେ ମହିଳା ପ୍ରତିଦିନ ଗୋଟିଏ ପେଗ୍‌ ଓ ପୁରୁଷ ୨ ପେଗ୍‌ ସେବନ କରିପାରିବେ । ତଥାପି ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।

  • ମଦ୍ୟ ସେବନର ଶରୀର ଉପରେ ପ୍ରଭାବ

ଏହା ପୂର୍ବରୁ ମଧ୍ୟ ଅଧିକ କିମ୍ବା କମ ପରିମାଣରେ ମଦ୍ୟପାନ ଯୋଗୁଁ ଶରୀରର ଅଙ୍ଗ ଉପରେ ଏହାର ପ୍ରଭାବ ବିଷୟରେ କରାଯାଇଥିବା କେତେକ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି ଯେ ମଦ୍ୟପାନ ଏକାସାଙ୍ଗରେ ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ । ଏହା କେବଳ ଯକୃତ ଏବଂ ହୃତପିଣ୍ଡକୁ ପ୍ରଭାବିତ କରେ ନାହିଁ, ବରଂ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ବିଶ୍ବାସ କରାଯାଏ ଯେ କେବଳ 30 ସେକେଣ୍ଡରେ ମସ୍ତିଷ୍କକୁ ମଦ୍ୟପାନ ଆଣିବା ପାଇଁ ଗୋଟିଏ ଢୋକ ମଦ୍ୟପାନ ଯଥେଷ୍ଟ ।

2015 ମସିହାରେ ପ୍ରକାଶିତ ଅନ୍ୟ ଏକ ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଥିଲା ଯେ ମଦ୍ୟପାନର ଅଧିକ କିମ୍ବା କମ ବ୍ୟବହାର ଉଭୟ ଶରୀର ଉପରେ ପ୍ରଭାବ ପକାଇପାରେ । ମଦ୍ୟପାନ କରିବା ମାତ୍ରେ ଶରୀରର ଅଙ୍ଗ ଉପରେ ଏହାର ପ୍ରଭାବ ବିଷୟରେ ହାଇଡେଲବର୍ଗ ବିଶ୍ବବିଦ୍ୟାଳୟର ଗବେଷକ ହେଲମୁଟ୍ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଗବେଷଣାରେ କୁହାଯାଇଛି ଯେ ଯକୃତରେ ଏପରି ଏକ ଏନଜାଇମ୍ ଅଛି ଯାହା ମଦକୁ ହଜମ କରିଥାଏ, ମାତ୍ର ସଂପୂର୍ଣ୍ଣ ଭାବରେ ନୁହେଁ । ଯକୃତର କାର୍ଯ୍ୟ ହେଉଛି ଶରୀରରୁ କ୍ଷତିକାରକ ପଦାର୍ଥ ବାହାର କରିବା । ଆଲକୋହଲ ମଧ୍ୟ ହାନିକାରକ ପଦାର୍ଥରେ ଆସିଥାଏ ।

କିନ୍ତୁ ଶରୀର ମଧ୍ୟରେ ପ୍ରଥମେ ପହଞ୍ଚୁଥିବା ଆଲକୋହଲ ଭଲ ଭାବରେ ହଜମ ହୋଇନଥାଏ । ଫଳରେ ଏହା କମ ମାତ୍ରାରେ ଶରୀରର ସମସ୍ତ ଅଙ୍ଗ ନିକଟରେ ପହଞ୍ଚିଥାଏ । ଏହି କାରଣରୁ ବିଭିନ୍ନ ଅଙ୍ଗରେ ଅନେକ ପରିବର୍ତ୍ତନ ଏବଂ ପ୍ରଭାବ ଦେଖା ଦେଇଥାଏ । ଗବେଷକ କହିଛନ୍ତି ଯେ ଆଲକୋହଲ ରକ୍ତ ଓ ପାଣିରେ ମିଶି ଯାଇଥାଏ । ଯେହେତୁ ଶରୀରରେ ୬୦ରୁ ୭୦ ପ୍ରତିଶତ ଭାଗ ପାଣି ରହିଥାଏ ଏହା ସହଜରେ ମସ୍ତିଷ୍କ ମଧ୍ୟକୁ ପ୍ରବେଶ କରିଥାଏ ।

ମସ୍ତିଷ୍କରେ ପହଞ୍ଚିବା ପରେ ଏହା ମସ୍ତିଷ୍କରେ ଥିବା ନ୍ୟୁରୋଟ୍ରାନ୍ସମିଟର ଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ମଦ ସେବନ କରିବା ଦ୍ବାରା ଭିଟାମିନ ବି୧ ଓ ପୋଷକ ପଦାର୍ଥ ମଧ୍ୟ କମ ହେବାରେ ଲାଗେ । ଆଲକୋହଲ ଶରୀର ଉପରେ ୨୦୦ରୁ ଅଧିକ ରୋଗ ସୃଷ୍ଟି କରିଥାଏ ।

  • ହୃତପିଣ୍ଡ ଓ ମସ୍ତିଷ୍କ ଉପରେ ପ୍ରଭାବ

ଯେଉଁ ବ୍ୟକ୍ତି ଆବଶ୍ୟକଠାରୁ ଅଧିକ ମଦ ସେବନ କରିଥାଏ ସେମାନଙ୍କ କ୍ଷେତ୍ରରେ dysarthria ରୋଗ ହେବାର ଆଶଙ୍କା ରହିଥାଏ । ଏହି ରୋଗର ଉକ୍ତ ବ୍ୟକ୍ତିକୁ ଅନେକ ଶବ୍ଦ ଉଚ୍ଚାରଣରେ ସମସ୍ୟା ହୋଇଥାଏ । ଏହା ସାଧାରଣ ଭାବରେ ମସ୍ତିଷ୍କରେ ଆଘାତ, ବ୍ରେନ ଟ୍ୟୁମର ବା ଷ୍ଟ୍ରୋକ ଯୋଗୁଁ ଦେଖା ଦେଇଥାଏ । ମାତ୍ର ନିୟମିତ ଭାବରେ ମଦ ସେବନ କରିବା ଦ୍ବାରା ଏହି ରୋଗଟି ସ୍ଥାୟୀ ଭାବରେ ଶରୀରରେ ଦେଖାଯିବାର ସମ୍ଭାବନା ବଢିଥାଏ । ଏହାସହିତ ଅଧିକ ମଦ୍ୟପାନ ଉଚ୍ଚ ରକ୍ତଚାପ, ହାର୍ଟ ଫେଲ୍ୟୁର, ଷ୍ଟ୍ରୋକର ଆଶଙ୍କାକୁ ବଢାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.