ETV Bharat / sukhibhava

Hair Growth Tips: କେଶ ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଭିଟାମିନ୍

author img

By

Published : Nov 4, 2022, 1:38 PM IST

Hair Growth Tips: କେଶ ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଭିଟାମିନ୍
Hair Growth Tips: କେଶ ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଭିଟାମିନ୍

କେଶ ଝଡିବା ସମସ୍ୟା ବର୍ତ୍ତମାନ ସମୟରେ ସାଧାରଣ ହୋଇଗଲାଣି । ଏଥିପାଇଁ ଅଧିକାଂଶ ଲୋକେ ବଜାରରେ ଉପଲବ୍ଧ ହେଉଥିବା ସାମ୍ପୋ କିମ୍ବା ହେୟାର୍ ଅଏଲ୍ ବ୍ୟବହାର କରିଥାନ୍ତି । ମାତ୍ର ଏହାର କୌଣସି ପ୍ରଭାବ ପଡିନଥାଏ । ଏଥିପାଇଁ ଖାଦ୍ୟରେ କେତେକ ପରିବର୍ତ୍ତନ କରାଯିବା ଆବଶ୍ୟକ । କେଉଁ ଖାଦ୍ୟ ଖାଇବା ଦ୍ବାରା କେଶ ବୃଦ୍ଧି ହୋଇଥାଏ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ(Hair Growth Tips)

ହାଇଦ୍ରାବାଦ: ଆକର୍ଷଣୀୟ ଓ ଘନ କେଶ ସୁନ୍ଦର ଚେହାର ପାଇଁ ଏକ ମୁଖ୍ୟ ଭୂମିକା ନିଭାଇଥାଏ ବୋଲି ବିବେଚନା କରାଯାଏ । ଯୁବପିଢି ହୁଅନ୍ତୁ ଅବା ବୟସ୍କ ସମସ୍ତେ ଆକର୍ଷଣୀୟ କେଶ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ମାତ୍ର ବର୍ତ୍ତମାନ ସମୟରେ କେଶ ଝଡିବା ସାଧାରଣ ହୋଇଗଲାଣି । ଏଥିପାଇଁ ପରିବର୍ତ୍ତିତ ଜଳବାୟୁ କିମ୍ବା ଜୀବନଶୈଳୀ ଦାୟୀ ହୋଇପାରେ । ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ସଠିକ୍ ଖାଦ୍ୟ ଗ୍ରହଣ ଦ୍ବାରା ଆମେ ଏହି ସମସ୍ୟାକୁ ରୋକିପାରିବା ।

କେଶ ବୃଦ୍ଧି, ବୟସ, ସ୍ୱାସ୍ଥ୍ୟ, ଜେନେଟିକ୍ସ, ପରିବେଶ ପ୍ରଦୂଷଣ, ବିଭିନ୍ନ ମେଡିସିନ୍‌ର ପାର୍ଶ୍ବ ପ୍ରତିକ୍ରିୟା ଏବଂ ଖାଦ୍ୟ ସହିତ ଅନେକ କାରଣ ସହ ଜଡିତ । ବୟସ ଏବଂ ଜେନେଟିକ୍ସ ପରି କେତେକ କାରଣ ସହିତ ମୁକାବିଲା କରାଯାଇପାରିବ ନାହିଁ, ଉପଯୁକ୍ତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଦ୍ୱାରା କେଶର ସ୍ୱାସ୍ଥ୍ୟ ବୃଦ୍ଧି କରାଯାଇପାରିବ । ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡିବାରେ ଲାଗିଥାଏ ।

ତେଣୁ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ । ଏହିସବୁ ଖାଦ୍ୟ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି(Best Vitamins for Hair Growth)

କେଶ ବୃଦ୍ଧି ପାଇଁ ଭିଟାମିନ୍(Hair Growth Tips):-

ଭିଟାମିନ୍ କେଶ ବୃଦ୍ଧି ପାଇଁ ଜଣାଶୁଣା । ଏହି ପୋଷକ ତତ୍ତ୍ୱ ଖାଇବା ଦ୍ୱାରା କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ । କେଶ ବୃଦ୍ଧି ପାଇଁ ଏହି ଭିଟାମିନ୍ ସହିତ ସପ୍ଲିମେଣ୍ଟେସନ୍ ଆଶ୍ଚର୍ଯ୍ୟକର ଭାବେ କାମ କରିଥାଏ । ଏହି ଭିଟାମିନ୍ ମଧ୍ୟରୁ କେତେକ ହେଉଛି...

ବାୟୋଟିନ୍(Biotin)

ବାୟୋଟିନ୍ ଭିଟାମିନ୍ B7 ଭାବରେ ମଧ୍ୟ ଜଣାଶୁଣା । ବାୟୋଟିନ୍ର ନିମ୍ନ ସ୍ତର କେଶ ଝଡ଼ିବା, ଚର୍ମ କୁଣ୍ଡାଇ ହେବା ଏବଂ ଅଧାରୁ ନଖ ଭାଙ୍ଗିବାର କାରଣ ହୋଇପାରେ । ଅଣ୍ଡାର କେଶର, ମାଂସ ଏବଂ ସବୁଜ ପନିପରିବାରେ ବାୟୋଟିନ୍ ମିଳିଥାଏ । କେଶ ବୃଦ୍ଧି ପାଇଁ ଭିଟାମିନ୍ ମଧ୍ୟରେ ବାୟୋଟିନ୍ ବେଶ୍ ପ୍ରଭାବୀ । ନିରାମିଶି ଏବଂ ଶାକାହାରୀ ବ୍ୟକ୍ତିଙ୍କ ଶରୀରରେ ବାୟୋଟିନ କମ୍ ଥାଏ । ଏହାକ ସପ୍ଲିମେଣ୍ଟେସନ୍ ପ୍ରାୟତଃ ଭଲ ଫଳାଫଳ ଦେଇଥାଏ । ଅଧିକାଂଶ ହେୟାର କେୟାର ସପ୍ଲିମେଣ୍ଟ ଏବଂ ଉତ୍ପାଦରେ ଏହି ଭିଟାମିନ୍ ଥାଏ ।

ଆଇରନ୍(Iron)

ଶରୀରରେ ଅମ୍ଳଜାନ ପରିବହନ ପାଇଁ ଲାଲ୍ ରକ୍ତ କଣିକା ଦ୍ୱାରା ଲୌହ ଆବଶ୍ୟକ ହୁଏ । ଶରୀରରେ ଲୌହ ଅଭାବରୁ କେଶ ମଧ୍ୟ ଝଡିଥାଏ । ଲୌହର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଏବଂ ଏହାକୁ ଅଣଦେଖା କରିବା ଦ୍ବାରା ଶାରୀରିକ ଅସୁସ୍ଥତା ଦେଖାଦିଏ ।

ଦୁଇ ପ୍ରକାରର ଆଇରନ୍ ରହିଛି: ହେମି ଆଇରନ୍ ଏବଂ ଅଣ-ହେମି ଆଇରନ୍ । ଏହାର ଉଚ୍ଚ ଜୈବ ଉପଲବ୍ଧତା କାରଣରୁ ହେମି ଆଇରନକୁ ଲୌହର ସର୍ବୋତ୍ତମ ରୂପ ଭାବରେ ବିବେଚନା କରାଯାଏ । ମାଂସରେ ଭରପୂର ହେମି ଆଇରନ୍ ରହିଥାଏ ।

ଭିଟାମିନ୍ ସି(Vitamin C)

ଭିଟାମିନ୍ ସି, କିମ୍ବା ଆସ୍କୋରବିକ୍ ଏସିଡ୍ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା । ଭିଟାମିନ୍ ସି ପାଇଁ ସର୍ବୋତ୍ତମ ଖାଦ୍ୟ ଉତ୍ସ ହେଉଛି, ପିଜୁଳି, ଲେମ୍ବୁ, ଅମୃତଭଣ୍ଡା, ଷ୍ଟ୍ରବେରୀ, କିୱି ଫଳ, ବ୍ଲାକ୍କୁରାଣ୍ଟ, ଲିଚି, ବ୍ରୋକୋଲି, ଲଙ୍କା ଏବଂ ଭୃସଙ୍ଗ ପତ୍ର ସହିତ ପନିପରିବା ଅନ୍ତର୍ଭୁକ୍ତ । କେଶ ବୃଦ୍ଧି ପାଇଁ ଭିଟାମିନ୍ ସି ନିଶ୍ଚିତ ଭାବରେ ସର୍ବୋତ୍ତମ ଭିଟାମିନ୍ ।

ଭିଟାମିନ୍ ଡି(Vitamin D)

ଭିଟାମିନ୍ ଡି ହେଉଛି ଶରୀର ଦ୍ୱାରା ଆବଶ୍ୟକ ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍ ଏବଂ କେଶ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଭିଟାମିନ୍ ଡି ଥିବା ଖାଦ୍ୟ, ଯେପରିକି ମାଂସ, ଅଣ୍ଡା, ଚର୍ବିଯୁକ୍ତ ମାଛ, ଦୁଗ୍ଧଜାତୀୟ ଖାଦ୍ୟ ଆଦି ନିୟମିତ ସେବନ କରିବା ଆବଶ୍ୟକ ।

ଜିଙ୍କ୍(Zinc)

ସେହିପରି କେଶ ବୃଦ୍ଧି ପାଇଁ ଜିଙ୍କ ହେଉଛି ସର୍ବୋତ୍ତମ ଭିଟାମିନ୍ । ଏହା ଶରୀରରେ ସିନ୍ଥେସାଇଇଜ୍ଡ ଅର୍ଥାତ୍ ହଜମ ହୋଇପାରି ନଥାଏ । ତେଣୁ ଏହାକୁ ଅନ୍ୟ ଖାଦ୍ୟରୁ କିମ୍ବା ସପ୍ଲିମେଣ୍ଟ ଭାବରେ ଗ୍ରହଣ କରାଯିବା ଆବଶ୍ୟକ । ଅଣ୍ଡା କେଶରରୁ ପ୍ରଚୁର ପରିମାଣରେ ଜିଙ୍କ୍ ମିଳିଥାଏ । ଏଥିସହ ନିୟମିତ ଭାବେ ଅଣ୍ଡା ଖାଇବା ଦ୍ବାରା କେଶ ବୃଦ୍ଧି ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.