ETV Bharat / sukhibhava

Memory Loss: ସ୍ମରଣଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : May 5, 2023, 2:10 PM IST

Memory Loss
Memory Loss

ଛୋଟ ଛୋଟ କଥା ଭୁଲିଯିବାର ଅଭ୍ୟାସ ଅଛି କି ? ସ୍ମୃତିଶକ୍ତି ଦୁର୍ବଳ ହେଲେ ହୋଇଥାଏ ଏହି ସମସ୍ୟା । ଘରୋଇ ଉପଚାର ମାଧ୍ୟମରେ କିପରି ସ୍ମରଣଶକ୍ତି ଦୃଢ କରିବେ, ଜାଣନ୍ତୁ

ହାଇଦ୍ରାବାଦ: ପ୍ରତିଟି ବ୍ୟକ୍ତିଙ୍କର ଏକ ଇଚ୍ଛା ଥାଏ, ଯେ ସେମାନେ ଯାହା ଥରେ ଦେଖିବେ କିମ୍ବା ପଢିବେ ତାକୁ ସବୁଦିନ ପାଇଁ ମନେ ରଖିବେ । ମେମୋରି ପାୱାର୍ ବା ସ୍ମରଣଶକ୍ତିକୁ ଦୃଢ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରୟାସ କରିଥାନ୍ତି । ବିଶେଷକରି ବିଦ୍ୟାର୍ଥୀମାନଙ୍କ ମନେରଖିବା ଶକ୍ତିକୁ ନେଇ ପିତା-ମାତାମାନେ ଚିନ୍ତିତ ଥା'ନ୍ତି । ହେଲେ ଶତ ଚେଷ୍ଟା ପରେ ମଧ୍ୟ ଭୁଲିବା ଗୁଣ ଦୂର ହୋଇନଥାଏ ।

ପାଠ୍ୟପୁସ୍ତକ କଥା ଛାଡନ୍ତୁ, ଲୋକମାନେ ସାଧାରଣ କଥା ମଧ୍ୟ ଭୁଲିଯାଆନ୍ତି । ଏପରି ପରିସ୍ଥିତିରେ, କେତେକ ସାଧାରଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ, ଯାହା ସ୍ମୃତିଶକ୍ତି ଦୃଢ କରିବାରେ ସହାୟକ ହେବ । କଣ ସେହି ସବୁ ଉପାୟ, ଜାଣନ୍ତୁ...

ଓମେଗା-3 ଖାଆନ୍ତୁ:-

ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ, ଯାହା ଖାଇବା ଉଚିତ୍ ତାହା ସେବନ କରୁଛନ୍ତି କି ନାହିଁ ତର୍ଜମା କରନ୍ତୁ । କାରଣ ଅନେକ ଖାଦ୍ୟ ଆମ ମସ୍ତିଷ୍କ କାର୍ଯ୍ୟକୁ ସୁଦୃଢ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଓମେଗା-3 ଭଳି ଉପାଦାନ ଖାଇବା ଉଚିତ୍ । ଏହା ଚାପମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ:- World Hand Hygiene Day: ହାତର ସ୍ବଚ୍ଛତା ହିଁ ସୁସ୍ବାସ୍ଥ୍ୟର ପ୍ରଥମ ସୋପାନ

ପ୍ରାଣାୟାମ କରନ୍ତୁ:-

ସ୍ମୃତିଶକ୍ତି ବୃଦ୍ଧି ପାଇଁ ଭ୍ରମାରି ପ୍ରାଣାୟାମ କରନ୍ତୁ । ଖାଦ୍ୟ ଏବଂ ପ୍ରାଣାୟାମ ମଧ୍ୟରେ ଅତି କମରେ 3 ଘଣ୍ଟାର ବ୍ୟବଧାନ ରଖନ୍ତୁ । ନିୟମିତ ସଠିକ୍ ଆହାର ଗ୍ରହଣ ଏବଂ ଧ୍ୟାନ କରିବା ଫଳରେ ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ । ଯଦି ଅନ୍ୟାନ୍ୟ ଶାରୀରିକ ସମସ୍ୟା ଥାଏ, ତେବେ କୌଣସି ଆସନ ବା ପ୍ରାଣାୟାମ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ଆଦୌ ମଦ୍ୟପାନ କରନ୍ତୁ ନାହିଁ:-

ବିଶେଷଜ୍ଞଙ୍କ କହିବା ଅନୁସାରେ, ନିଶା ସିଧାସଳଖ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ । ମଦ୍ୟପାନ ମସ୍ତିଷ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଏହି କାରଣରୁ ମସ୍ତିଷ୍କ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୁଏ ନାହିଁ । ଡ୍ରଗ୍‌ର ଅତ୍ୟଧିକ ବ୍ୟବହାର ମସ୍ତିଷ୍କର ସକ୍ରିୟ କୋଷଗୁଡ଼ିକୁ ନଷ୍ଟ କରିଦିଏ । ଫଳରେ ସ୍ମୃତିଶକ୍ତି ଦୁର୍ବଳ ହେବାକୁ ଲାଗେ । ତେଣୁ ଏସବୁ ଅଭ୍ୟାସ ଥିଲେ ତୁରନ୍ତ ଏଡାନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.