ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Jun 20, 2021, 9:56 PM IST

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର ମଧୁସୂଦନ କଲୋନୀରେ ସଙ୍ଗୀତା ସା ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ରାଜଗାଙ୍ଗପୁର ପୋଲିସ । ଏପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ପାରିବାରିକ କଳହର କରୁଣ ପରିଣିତି । ରାଜଗାଙ୍ଗପୁର ମଧୁସୂଦନ କଲୋନୀରେ ସଙ୍ଗୀତା ସା ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ରାଜଗାଙ୍ଗପୁର ପୋଲିସ । ଏପଟେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ।

ସୂଚନା ଅନୁଯାୟୀ, ଶନିବାର ରାତିରେ ବିଜୟ ସା ଓ ତାଙ୍କ ସ୍ତ୍ରୀ ସଙ୍ଗୀତା ସାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ସାମାନ୍ୟ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ସଙ୍ଗୀତା ସା ଘରର ଭିତର ପଟୁ କବାଟ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲେ ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ବିଜୟ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ଫୋନ ଯୋଗେ ସମସ୍ତ କଥା ଜଣାଇଥିଲେ । ଏହା ଜାଣିବା ପରେ ସଙ୍ଗୀତାଙ୍କ ଭାଇ ତାଙ୍କୁ ଫୋନ କରିଥିଲେ । ହେଲେ ସଙ୍ଗୀତା ଫୋନର ଉତ୍ତର ନ ଦେବାରୁ ସମସ୍ତଙ୍କର ସନ୍ଦେହ ବଢ଼ି ଯାଇଥିଲା ।

ଦୀର୍ଘ ସମୟ ପରେ କିଛି ଉପାୟ ନପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବିଜୟ ଘରର ଝରକା ଭାଙ୍ଗି ପଶିଥିଲେ । ଘର ଭିତରେ ସଙ୍ଗୀତା ପଙ୍ଖାରେ ଝୁଲୁଥିବା ଦେଖି ପୋଲିସକୁ ଜଣାଇଥିଲେ ।

ରବିବାର ଅପରାହ୍ନରେ ସଙ୍ଗୀତାଙ୍କ ବାପ ଘର ଲୋକ ପହଞ୍ଚିଲା ପରେ ରାଜଗାଙ୍ଗପୁର ପୋଲିସ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଅପରପକ୍ଷେ ସଙ୍ଗୀତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.