ETV Bharat / state

କୋଟିପତି RWD ସହକାରୀ ଯନ୍ତ୍ରୀ: ଘରୁ ମିଳିଲା ନଗଦ ୧୦ ଲକ୍ଷ, ପିଲାଙ୍କ ପଢାରେ ଖର୍ଚ୍ଚ ହୋଇଛି ୮୧ ଲକ୍ଷ

author img

By

Published : Jun 7, 2023, 9:35 AM IST

Vigilance raid on RWD assistant engineer properties
Vigilance raid on RWD assistant engineer properties

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜିଲ୍ଲା ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ । ୧ କୋଟି ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ପାଇଲା ଭିଜିଲାନ୍ସ । ଅଭିଯୁକ୍ତ ସହକାରୀ ଯନ୍ତ୍ରୀ ଗିରଫ । ଅଧିକ ପଢନ୍ତୁ

Sundargarh RWD assistant engineer

ସୁନ୍ଦରଗଡ: କୋଟିପତି ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ମଙ୍ଗଳବାର ତାଙ୍କର ବାସଭବନ ଓ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ଠାବ ହୋଇଛି । ୧ କୋଟି ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ସହ ଘରୁ ନଗଦ ୧୦ ଲକ୍ଷ ଟଙ୍କା, ୨୦୦ ଗ୍ରାମ ସୁନା ଅଳଙ୍କାର, ଦୁଇଟି ଦୁଇ ଚକିଆ ଯାନ, ଜମି ଏବଂ ପ୍ଲଟ କାଗଜପତ୍ର ଜବତ କରାଯାଇଛି । ଏନେଇ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ସହକାରୀ ଯନ୍ତ୍ରୀଙ୍କ ଦୁଇ ମହଲା କୋଠା, ଦୁଇଟି ପ୍ଲଟ ଜମି ସହିତ ବ୍ୟାଙ୍କ, ଡାକ ଓ ବୀମା ଆକାଣ୍ଟରେ ୧ କୋଟି ୬୭ ଲକ୍ଷରୁ ଅଧିକ ଜମା ରହିଛି । ସେହିପରି ନିଜ ପୁଅ ଝିଅଙ୍କ ପାଠପଢାରେ ସେ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆରଡବ୍ଲୁଡି ସହକାରୀ ଯନ୍ତ୍ରୀଙ୍କର ଏତେ ପରିମାର ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗର ଆଖି ଟେରା ହୋଇଯାଇଛି । ସଞ୍ଜୟ ବେହେରା ନିଜ ପୁଅ ଝିଅଙ୍କ ଡାକ୍ତରୀ ଶିକ୍ଷା ପାଇଁ ୮୧.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ RWD ସହକାରୀ ଯନ୍ତ୍ରୀ, 7ଟି ସ୍ଥାନରେ ଏକକାଳୀନ ରେଡ୍‌

ଜମା ହୋଇଥିବା ସମ୍ପତ୍ତିର ଉତ୍ପତ୍ତି ଏବଂ ଦୁର୍ନୀତି ନେଟୱାର୍କରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହାର ଅନୁସନ୍ଧାନ କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି । ଗତକାଲି ସଞ୍ଜୟ ବେହେରାଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ସୁନ୍ଦରଗଡ଼ ସମେତ କେନ୍ଦ୍ରାପଡା ସ୍ଥିତ ଭଡା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସରେ ଚଢ଼ାଉ ହୋଇଥିଲା । ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତ ଠାରେ ଥିବା ପୈତୃକ ବାସଭବନ, ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ବଶୁର ଘରେ ମଧ୍ୟ ତନାଘନା କରାଯାଇଥିଲା । ଏହି ଭିଜିଲାନ୍ସ ଚଢାଉରେ ୭ଟି ଟିମ୍ ସାମିଲ ଥିଲେ । ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ବର୍ତ୍ତମାନ ଭିଜିଲାନ୍ସ ସବୁ ସମ୍ପତ୍ତିର ମୂଲ୍ୟାଙ୍କାନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.