ETV Bharat / state

ବାଇକକୁ ଧକ୍କା ଦେଲା ଡମ୍ପର, 2 ମୃତ

author img

By

Published : Feb 24, 2021, 5:34 PM IST

ବଇକକୁ ଧକ୍କା ଦେଲା ଡମ୍ପର , 2 ମୃତ
ବଇକକୁ ଧକ୍କା ଦେଲା ଡମ୍ପର , 2 ମୃତ

ରାଉରକେଲାରେ ବାଇକକୁ ଧକ୍କା ଦେଲା ଡମ୍ଫର, ଦୁଇ ମୃତ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଉରକେଲାରେ ଏକ ବାଇକକୁ ଧକ୍କା ଦେଇଛି ଡମ୍ଫର । ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଉଭୟ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ବାଇକ ( OD-14V-4839) ସହ ଡମ୍ପର (OR-14S_5241 )ର ମୁହାଁମୁହିଁ ଧକ୍କା ହୋଇଛି ।

ବଇକକୁ ଧକ୍କା ଦେଲା ଡମ୍ପର , 2 ମୃତ

ସୂଚନା ଅନୁସାରେ ଡମ୍ପରଟି ରାଉରକେଲା ପଟୁ ବେଦଭ୍ୟାସ ଅଭିମୁଖେ ଆସୁଥିବା ବେଳେ ବିପରିତ ଦିଗରୁ ଯାଉଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ରଘୁନାଥପାଲି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରି ଉକ୍ତ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

ମୃତଦେହ ଦୁଇକୁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇବା ସହ ବ୍ରାହ୍ମଣୀ ତରଙ୍ଗ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା ରଘୁନାଥପାଲି ପୋଲିସ। ବ୍ରାହ୍ଣଣୀ ତରଙ୍ଗ ପୋଲିସ ଉଭୟ ଗାଡିକୁ ଜବତ କରି ଥନାକୁ ନେବା ସହ ଡମ୍ପର ଚାଳକକୁ ଥାନାରେ ଅଟକ ରଖିଛି । ମୃତକ ମାନଙ୍କ ପରିଚୟ ମିଳି ନାହିଁ । ତେବେ ଏମାନେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ନୂଆଗାଁ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.