ETV Bharat / state

ଟ୍ରାକ୍ଟର ଚକା ତଳେ ଚାପିହୋଇ ଡ୍ରାଇଭର ମୃତ

author img

By

Published : Jan 19, 2021, 9:59 PM IST

ଟ୍ରାକ୍ଟର ଚକା ତଳେ ଚାପିହୋଇ ଡ୍ରାଇଭର ମୃତ
ଟ୍ରାକ୍ଟର ଚକା ତଳେ ଚାପିହୋଇ ଡ୍ରାଇଭର ମୃତ

କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତରେ ଟ୍ରାକକ୍ଟର ଦୁର୍ଘଟଣାରେ ଡ୍ରାଇଭର ମୃତ । ପଢନ୍ତୁ ଅଧିକ....

ସୁନ୍ଦରଗଡ: କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର କାହ୍ନୁସାହିରେ ଘଟିଛି ଏହି ଦୁର୍ଘଟଣା । ଟ୍ରାକ୍ଟର ଚକା ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣା ପଡଛି । ମୃତ ଟ୍ରାକ୍ଟର ଡ୍ରାଇଭରଙ୍କ ନାଁ ରାଜେନ୍ଦ୍ର ବେହେରା ବୋଲି ଜଣା ପଡିଛି ।

ଟ୍ରାକ୍ଟର ଚକା ତଳେ ଚାପିହୋଇ ଡ୍ରାଇଭର ମୃତ

ରାଜେନ୍ଦ୍ରଙ୍କ ଟ୍ରାକ୍ଟରରେ ହେଲପର ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ଟର ଚଳାଇବାକୁ ଦେଇ ରାଜେନ୍ଦ୍ର ରାଜେନ୍ଦ୍ର ପାଖ ସିଟରେ ବସିଥିଲେ । ତେବେ କାହ୍ନୁସାହି ସ୍କୁଲ ସମ୍ମୁଖ ଥିବା ଏକ ହମ୍ପସ ପାର କରୁଥିବା ବେଳେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ସେହି ସ୍ଥାନରେ ରାଜେନ୍ଦ୍ର ଟ୍ରାକ୍ଟର ତଳକୁ ଛିଟିକି ପଡିଥିଲା ଓ ଟ୍ରାକ୍ଟର ଚକା ଚାପି ହୋଇଯାଇଥିଲା ବୋଲି କୋଇଡା ପୋଲିସ କହିଛି ।

ପରେ ତାଙ୍କୁ ଟ୍ରାକକ୍ଟର ତଳୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣା ପଡିଥିଲା । ଦୁର୍ଘଟଣା ଘଟିବା ପରେ ଗାଡି ଚଳାଉଥିବା ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ସହ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.