ETV Bharat / state

ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ 25 ବର୍ଷ ଲେଖାଏଁ କାରାଦଣ୍ଡ

author img

By

Published : Oct 5, 2021, 7:15 AM IST

ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ 25 ବର୍ଷ ଲେଖାଏଁ କାରାଦଣ୍ଡ
ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ 25 ବର୍ଷ ଲେଖାଏଁ କାରାଦଣ୍ଡ

ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ମାମଲା । ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ...

ସୁନ୍ଦରଗଡ: 2014 ନାବାଳିକା ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡାଦେଶ ରାୟ ଶୁଣାଇଲେ ପୋକ୍ସୋ କୋର୍ଟ ।ଏହା ସହ ପୀଡିତାଙ୍କୁ 7 ଲକ୍ଷ ଟଙ୍କାର ସାହୟତା ରାଶି ମଧ୍ୟ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

2014ରେ ବଣାଇଁ ଅଞ୍ଚଳରେ ଘଟିଥିବା ଏହି ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପାର୍ଥ ସାରଥି ପଟ୍ଟନାୟକ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଭିତ୍ତିରେ 25 ବର୍ଷର ଜେଲଦଣ୍ଡ ସହ 10 ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ରାୟ ପ୍ରକାଶ ପାଇଛି।

ସୁନ୍ଦରଗଡ ନାବାଳିକା ଗଣଦୁଷ୍କର୍ମ ମାମଲା, 2 ଅଭିଯୁକ୍ତଙ୍କୁ 25 ବର୍ଷ ଲେଖାଏଁ କାରାଦଣ୍ଡ

ଘଟଣାକ୍ରମରେ, ସୁନ୍ଦରଗଡ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବାରତେଙ୍ଗଡ଼ା ନଦୀ ଖଣ୍ଡିରେ 2014 ମସିହା ମେ ମାସ 12ତାରିଖରେ ମଧ୍ୟରାତ୍ରୀରେ ଘଟିଥିଲା ଏହି ଅପକର୍ମ । ନାବାଳିକା ଏକ ସାମାଜିକ ଅନୁଷ୍ଠାନରେ ଯୋଗଦେବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଥିଲା । ତେବେ ଏଥିରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ସେତେବେଳେ ପୋଲିସର ତଦନ୍ତରେ ଜଣା ପଡିଥିଲା । ମାତ୍ର ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଠୋସ ସାକ୍ଷ୍ୟ ପ୍ରମାଣ ନ ମିଳିବାରୁ ସମ୍ପୃକ୍ତ ମହିଳା କୋର୍ଟଙ୍କ ଦ୍ବାରା ଛାଡ ପାଇଛନ୍ତି ।ତେବେ ଦୁଇ ଅଭିଯୁକ୍ତ ଟୁନୁ ଓରଫ ହରେ କିଶାନ ଓ ପ୍ରହଲ୍ଲାଦ କିଶାନଙ୍କୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରିଛନ୍ତି । ଗତ 29 ସେପ୍ଟେମ୍ବରରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଆଜି ଅନ୍ତିମ ରାୟ ପ୍ରକାଶ ପାଇଛି । ସରକାରଙ୍କ ତରଫରୁ ତଥା ପୀଡିତାଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ ମିଶ୍ର ଏହି ମାମଲା ଲଢୁଥିଲେ ।

ଅଭିଯୁକ୍ତମାନେ ଦୁଷ୍କର୍ମ ସମ୍ପର୍କରେ ବାହାରେ ପ୍ରକାଶ କଲେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଏନେଇ ପୀଡିତା 2014 ମେ 19ରେ ବଣାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲା । ତତ୍କାଳୀନ ବଣାଇଁ ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାସ କେଶ ନମ୍ବର-41ମେ’19ରେ ଏକ ମାମଲା ପଞ୍ଜୀକୃତ କରି ଦଫା 366 (A)/376 ( D)/ 506/109/IPC / 6 POCSO ରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଆଜି ଘଟଣାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇଛି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ 25 ବର୍ଷର କାରଗାର ଦଣ୍ଡାଦେଶ ଦେବା ସହ 10 ହଜାର ଟଙ୍କା ଜୋରିମାନା ଦେବା ନେଇ ରାୟ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.