ETV Bharat / state

ଚାଲିଥିଲା ଆଇପିଏଲ ବେଟିଂ, 6 ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Apr 7, 2023, 2:16 PM IST

six arrested in connection with ipl betting
six arrested in connection with ipl betting

ଆଇପିଏଲ ବେଟିଂ ଚାଲିଥିବା ବେଳେ ମାଡିବସିଲା ପୋଲିସ । 6ଜଣ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

six arrested in connection with ipl betting

ରାଉରକେଲା: ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ ହେବ, କିଏ କାହାକୁ ଆଉଟ କରିବ, କେଉଁ ଓଭରରେ କେତେ ରନ ଯିବ ଓ କେତେ ଉଇକେଟ ପଡିବ ସେନେଇ ଚାଲିଛି ବେଟିଂ । ଗୋଟିଏ ଲେଖାଏଁ ମ୍ୟାଚରେ ଲାଗୁଛି କୋଟି କୋଟି ଟଙ୍କାର ବେଟିଂ । ରାଉରକେଲାରେ ଏପରି ଚାଲିଥିବା ବେଳେ ବେଟିଂ ରାକେଟ ଉପରେ ପୋଲିସ ଚଢ଼ାଉ କରି 6 ଜଣଙ୍କୁ ଗିରଫ କରିଛି ।

ଅନଲାଇନରେ ଚାଲିଥିଲା ଆଇପିଏଲ ବେଟିଂ । ଅନ ଲାଇନରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ମ୍ୟାଚରେ ଲାଗୁଥିଲା କୋଟି କୋଟି ଟଙ୍କାର ବେଟିଂ । ଲାଭବାନ ହେଉଥିଲେ ଦଲାଲ । କିନ୍ତୁ ଖବର ପାଇ ମାଡିବସିଲା ରାଉରକେଲା ପୋଲିସ । ରାଉରକେଲା ସହରର ସିଭିଲ ଟାଉନ ସିପରୁ ସମସ୍ତ ବେଟିଂ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସିଭିଲ ଟାଉନ ସିପ ସ୍ଥିତ ଏକ ଘରେ ଚାଲିଥିଲା ବେଟିଂ । ଆଇପିଏଲ ନାମରେ ହେଉଥିଲା କୋଟି କୋଟି ଟଙ୍କାର ବେଟିଂ । ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ, ୩ଟି ଲାପଟପ , ୪ଟି ଏଟିଏମ୍ କାର୍ଡ ସହ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରାଯାଇଛି । ଏଥିସହ ଅନଲାଇନରେ ଆକାଉଣ୍ଟରୁ ବର୍ତ୍ତମାନ ଯାଏଁ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫ୍ରିଜ କରାଯାଇଛି ।

ବେଟିଂରେ ବ୍ୟବହୃତ ହେଉଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି ପୋଲିସ । ରାଉରକେଲା ସହରର ସିଭିଲ ଟାଉନ ସିପର ଏକ ଘରେ ଇଣ୍ଡିଆନ ପ୍ରିମିୟର ଲିଗ ନାମରେ ଅନଲାଇନରେ ଜୁଆ ବା ବେଟିଂ ଚାଲିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଗୁରୁବାର ଦିନ ରଘୁନାଥପାଲି ଥାନା ପୋଲିସ ସିଭିଲ ଟାଉନସିପର ଏକ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏହି ୬ ଜଣ ଅଭିଯୁକ୍ତ ବେଆଇନ ଭାବେ ଆଇପିଏଲ କ୍ରିକେଟ ସଟା ବାଜି ଲଗାଇ ଲୋକଙ୍କୁ ଜାଲରେ ପକାଇ ଠକୁ ଥିବାର ଜଣା ପଡିଥିଲା ।

ଛଅ ଜଣ ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶର ରବି ସିଂ, ଛତିଶଗଡ଼ର ଶେଖର ବଧାବନି, ଅନୁରାଗ ଦେହରିଆ, ଦିନେଶ ପ୍ରୀତବାଣୀ, ସଂସ୍କାର ଗଙ୍ଗବାନୀ ଏବଂ ମହାରାଷ୍ଟ୍ରର ଧିରଜ ଆଡ଼ବାନୀ । ଏକ ରୁମ ଭିତରେ ବସି କୋଟି କୋଟି ଟଙ୍କାର ଅନଲାଇନ ଟ୍ରାନଜକ୍ସନ କରୁଥିଲେ ଗିରଫ ଅଭିଯୁକ୍ତ । ଏହି ବେଟିଂ ରାକେଟର ଗ୍ୟାଙ୍ଗ ଉପରେ ଚଢ଼ାଉ ବେଳେ ପୋଲିସକୁ ଠେଲାପେଲା କରି ଅଭିଯୁକ୍ତ ମାନେ ଦଉଡି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି । ରାଉରକେଲା ସହରରେ କିଏ ଏମାନଙ୍କୁ ଆଣି ଏଠାରେ ରଖି ଏଭଳି ଭାବରେ ଏକ ବଡ଼ ନେକ୍ସସ ଚଳାଇଥିଲା ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.