ETV Bharat / state

ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ ଗିରଫ, ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ

author img

By

Published : Dec 8, 2022, 4:43 PM IST

Updated : Dec 8, 2022, 4:51 PM IST

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ

ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ ଗିରଫ । ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଧରା ପଡିଲେ ଭିଜିଲାନ୍ସ ହାତରେ । ଠିକାଦାରଙ୍କ ବିଲ ପାସ କରି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କନିଷ୍ଠ ଯନ୍ତ୍ରୀ । ଅଧିକ ପଢନ୍ତୁ

ରାଉରକେଲା: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ ଗିରଫ । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଦ୍ବାରା ଗିରଫ । ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ । ଜଣେ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଏନେଇ ଆଜି ତାଙ୍କୁ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲା ଗ୍ରାମ୍ୟ ଉନ୍ନୟନ ଡିଭିଜନର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ ଜଣେ ଠିକାଦାରଙ୍କ ବିଲ ପାସ କରି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଠିକାଦାର ଜଣକ ଲାଞ୍ଚ ଟଙ୍କା ଗ୍ରହଣ କଲାବାବେଳେ ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଥିଲେ । ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା ।

ଏହାପରେ ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁଙ୍କ ଛେଣ୍ଡ କଲୋନୀ ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରି କାଗଜପତ୍ର ଯାଞ୍ଚ କରିଥିଲେ । ଏନେଇ ଯାଞ୍ଚ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଏବଂ ବିଭିନ୍ନ ବ୍ୟାଙ୍କରେ ଜମାରାଶି ସଂକ୍ରାନ୍ତୀୟ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଭିଜିଲାନ୍ସ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି ବାବଦରେ ସେମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ରାଉରକେଲା

Last Updated :Dec 8, 2022, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.