ETV Bharat / state

ବଜେଟକୁ ଧୂଆଁବାଣ କହି ବିକ୍ଷୋଭ ପ୍ରଦର୍ଶନ କଲା ରାଉରକେଲା ଯୁବ କଂଗ୍ରେସ

author img

By

Published : Feb 5, 2023, 9:32 AM IST

ଫେବୃଆରୀ 1 ତାରିଖରେ ଉପସ୍ଥାପିତ କେନ୍ଦ୍ର ବଜେଟକୁ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ । ବଜେଟକୁ ଧୂଆଁବାଣ କହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଯୁବ କଂଗ୍ରେସ । ଅଧିକ ପଢନ୍ତୁ

ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ
youth congress protest over union budget

ବଜେଟକୁ ନେଇ ରାଉରକେଲା ଯୁବ କଂଗ୍ରେସର ବିକ୍ଷୋଭ

ରାଉରକେଲା: କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ତେଜୁଛି ରାଜନୀତି । ଆର୍ଥିକ ବର୍ଷ 2023-24କୁ ନେଇ କେନ୍ଦ୍ର ବଜେଟ ବିରୋଧରେ ବର୍ଷିଛି କଂଗ୍ରେସ । ବଜେଟକୁ ଧୂଆଁବାଣ କହିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଯୁବ କଂଗ୍ରେସ । ରାଉରକେଲାରେ ବଜେଟକୁ ନେଇ ବିରୋଧ ତେଜିବାରେ ଲାଗିଛି । ବଜେଟ ଉପସ୍ଥାପନକୁ ମାତ୍ର କିଛିଟା ଦିନ ବିତିଛି ଏହାରି ମଧ୍ୟରେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ । କେନ୍ଦ୍ରର ବଜେଟ ସମ୍ପୂର୍ଣ୍ଣ ଧୂଆଁବାଣ ଏହା କେବଳ ଫମ୍ପା ମାଠିଆ ଭଳି କେବଳ ଶବ୍ଦ ବେଶୀ କରୁଛି କିନ୍ତୁ କାମ ଶୂନ । ଏହି ବଜେଟରେ ଗରିବ ଲୋକଙ୍କ ପାଇଁ କିଛି ନାହିଁ ବୋଲି କହି ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଯୁବ କଂଗ୍ରେସ ।

କିଛି ଲୋକେ ବଜେଟକୁ ଭଲ କହୁଥିବା ବେଳେ କିଛି ଲୋକେ ବଜେଟକୁ ନେଇ ଅସନ୍ତୋଷ ଅଛନ୍ତି । ଏଥର ମଧବିତ୍ତ ପରିବାର ପାଇଁ କେନ୍ଦ୍ର ସରକାର ବଜେଟ ଠିକ ଭାବରେ ଦେଇ ନାହାନ୍ତି ତେଣୁ ଲୋକେ ହଇରାଣ ହେବେ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ରାଉରକେଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।

କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ବଜେଟ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛି ରାଉରକେଲା ଯୁବ କଂଗ୍ରେସ । ରାଉରକେଲା ଉଦିତନଗର ଆମ୍ବେଦକର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଯୁବ କଂଗ୍ରେସ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର କେବେଳ ଧନୀ ଲୋକଙ୍କ କଥା ଭାବୁଛନ୍ତି ଏବଂ ଗରିବ ଲୋକଙ୍କ କଥା ଭୁଲି ଯାଉଛନ୍ତି। ଏହି ବଜେଟରେ ଛାତ୍ର, ଯୁବପିଢି, ଶିକ୍ଷା, ସ୍ବାସ୍ଥ୍ୟ, କୃଷକ, ଗରିବ ମଧ୍ୟବିତ୍ତ ପରିବାର ଆଦିଙ୍କ ପାଇଁ କିଛି ନାହିଁ । କେବଳ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ଏହି ବଜେଟ ଆଗତ ହୋଇଛି ବୋଲି କହିଛି ଯୁବ କଂଗ୍ରେସ ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର

ବିଶେଷ କରି ଯେଉଁଭଳି ପ୍ରକାରର ଦରଦାମ ବୃଦ୍ଧି ପାଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ବଜେଟରେ କିଛି କରାଯାଇନାହିଁ । ଏହି ବଜେଟ ସମ୍ପୂର୍ଣ୍ଣ ଭାବରେ ଏକ ଫମ୍ପା ବଜେଟ । କେବଳ ପଇସା ଵାଲାଙ୍କ ପାଇଁ ବଜେଟ ହୋଇଛି ଏବଂ ଗରିବ ଲୋକଙ୍କୁ ଲୁଟିବାକୁ ବଜେଟ ହୋଇଛି ବୋଲି କହିଛି ରାଉରକେଲା ଯୁବ କଂଗ୍ରେସ । ବଜେଟରେ ଶିକ୍ଷା ବିଭାଗ ପାଇଁ ମଧ୍ୟ କିଛି ପ୍ରାଧାନ୍ୟ ଦିଆଯାଇନାହିଁ ।

ସ୍ବାସ୍ଥ୍ୟ ବିଭାଗ ପାଇଁ ବଜେଟ କମାଇ ଦିଆଯାଇଛି । ଏହି ବଜେଟ ସମ୍ପୂର୍ଣ୍ଣ ଫେଲ ହୋଇଛି। ସେହିଭଳି ଯୁବପୀଢୀଙ୍କ ପାଇଁ ବଜେଟରେ କିଛି ନାହିଁ। ବର୍ଷକୁ ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ଫେଲ ମାରିଛି। ପୂର୍ବରୁ ମଧ୍ୟ ଏଭଳି ବଜେଟ ଆଣି ସାଧାରଣ ଲୋକଙ୍କୁ ହଇରାଣ କରିବାରେ ଲାଗିଛି କେନ୍ଦ୍ର ସରକାର । ଏଭଳି ଅଭିଯୋଗ ଆଣି ଏହି ବଜେଟକୁ ବିରୋଧ କରିଛି ରାଉରକେଲା ଯୁବ କଂଗ୍ରେସ ।

ଇଟିିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.