ETV Bharat / state

ବଡଦିନ ପାଳନ ପାଇଁ ପ୍ରସ୍ତୁତ ରାଉରକେଲା ହମିରପୁର ଚର୍ଚ୍ଚ

author img

By

Published : Dec 24, 2022, 9:33 PM IST

Rourkela Hamirpur Church preparation of  Christmas
ବଡ଼ଦିନ ପାଳନ ପାଇଁ ପ୍ରସ୍ତୁତ ହମିରପୁର ଚର୍ଚ୍ଚ

ରାତି ପାହିଲେ ବଡ଼ଦିନ ବା ଖ୍ରୀଷ୍ଟମାସ । ଏନେଇ ଖୁସି ଓ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ । ଅଧିକ ପଢ଼ନ୍ତୁ

ବଡ଼ଦିନ ପାଳନ ପାଇଁ ପ୍ରସ୍ତୁତ ହମିରପୁର ଚର୍ଚ୍ଚ

ରାଉରକେଲା : ସଜେଇ ହେଲାଣି ରାଉରକେଲା । ଆଉ କିଛି ଘଣ୍ଟାର ସମୟ ପରେ ପାଳିତ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ। ରାଉରକେଲା ସହରର ହମିରପୁରର କ୍ୟାଥଲିକ ଚର୍ଚ୍ଚରେ ଚାଲିଛି ଏନେଇ ଜୋରଦାର ପ୍ରସ୍ତୁତି । ଚର୍ଚ୍ଚରେ ସାଜାସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୀତ ସହ ପ୍ରାର୍ଥନାର ଚାଲିଛି ରିହାରସଲ । ଏହି ଦିନକୁ ଧୁମଧାମରେ ପାଳନ କରିବା ଲାଗି ରାଉରକେଲା ସହରର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବେଶ୍ ଉତ୍ସାହିତ।

କୋରୋନା ପାଇଁ ଗତ ୨ବର୍ଷ ରାଉରକେଲା ସହରରେ ଏହି ଖ୍ରୀଷ୍ଟମାସ ଉତ୍ସବ ଫିକା ପଡ଼ିଥିଲା। ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ଥିବାରୁ ବଡ଼ଦିନ ବା ଖ୍ରୀଷ୍ଟମାସ ବେଶ ଆଡ଼ମ୍ବରରେ ପାଳନ ହେବ ବୋଲି ଆଶା ରଖିଛନ୍ତି ରାଉରକେଲାବାସୀ। ସେଥିପାଇଁ ଖୁସିରେ ରାଉରକେଲା ସହରର ଖ୍ରୀଷ୍ଟିୟାନ ଭାଇ ଭଉଣୀ ।

ଚିକମିକ ଆଲୁଅରେ ଝଲସୁଛି ଚର୍ଚ୍ଚ ଆଉ ପ୍ରାର୍ଥନା ଗୃହ । ଏଥର ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ସହରରେ ଥିବା ଚର୍ଚ୍ଚ ଗୁଡ଼ିକୁ ନୂଆ ରଙ୍ଗ କରିବାସହ ଆଲୋକମାଳାରେ ସଜା ଯାଇଛି । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ କରାଯାଇଛି ସ୍ୱତନ୍ତ୍ର ଆୟୋଜନ ।

ଯୀଶୁଖ୍ରୀଷ୍ଟଙ୍କ ପାଇଁ ଏକ ଘର ତିଆରି କରାଯାଇଛି । ଯେଉଁଠାରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଗ୍ରହଣ ବିଧି ହେବ । ଏନେଇ ଘରେ ଘରେ ପିଠାପଣା ସହ କେକ୍ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରାଯାଇଛି। ସମସ୍ତ ଖ୍ରୀଷ୍ଟିୟାନ ଭାଇ ଭଉଣୀମାନେ ଆଜି ସମସ୍ତ ଲୋକଙ୍କ ପାଇଁ ସୁଖଶାନ୍ତି ପ୍ରାର୍ଥନା କରନ୍ତି ।

ଏହାମଧ୍ୟ ପଢ଼ନ୍ତୁ. Christmas 2022: ଦିଲ୍ଲୀ କ୍ୟାଥେଡ୍ରାଲ ଚର୍ଚ୍ଚରେ ରାଷ୍ଟ୍ରପତି ମୁର୍ମୁ, ମାନବିକତାର ବିକାଶ ଲାଗି କଲେ ପ୍ରାର୍ଥନା

ସବୁଠାରୁ ବଡ଼କଥା ହେଉଛି କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହେଁ ବରଂ ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ପବିତ୍ର ଦିନକୁ ଖୁସିର ସହକାରେ ପାଳନ କରନ୍ତି । ବିଶେଷ ଭାବେ ଏହି ପର୍ବ ପିଲାମାନଙ୍କୁ ବେଶୀ ଆନନ୍ଦ ଦେଇଥାଏ ।

ଏ ସମ୍ପର୍କରେ କୁମାର ଜାମିର ଟପ୍ପୋ କହିଛନ୍ତି, ''ଗତ 2 ବର୍ଷ ହେବ କୋରୋନା କଟକଣା ପାଇଁ ଓ ସରକାରଙ୍କ ଗାଇଡଲାଇନ ଅନୁସାରେ ବହୁ କମ ସଂଖ୍ୟାରେ ଭକ୍ତ ଆସି ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରିଥିଲେ । ତେବେ ଈଶ୍ବରଙ୍କ ଦୟା । ଚଳିତ ବର୍ଷ ଆମେ ବଡ଼ଦିନ ପାଳନ କରିପାରୁଛୁ । ଏନେଇ ଆମ ଖ୍ରୀଷ୍ଟ ସମାଜ ବହୁତ ଖୁସି। ଏହି ପର୍ବ ସମସ୍ତଙ୍କ ପାଇଁ। ସାରା ବିଶ୍ବର ମଙ୍ଗଳପାଇଁ । ଯୀଶୁ ଖ୍ରୀଷ୍ଟଙ୍କ ଯେଉଁ ଶାନ୍ତିର ବାର୍ତ୍ତା ନେଇ ଆସିଛନ୍ତି ତାହାକୁ ଏହି ପର୍ବ ମାଧ୍ୟମରେ ସମାଜକୁ ଆମେ ବାର୍ତ୍ତା ଦେବାକୁ ଯାଉଛୁ। ଏନେଇ ଘରେ ଘରେ ଖୁସିର ମାହୋଲ ।''

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.