ETV Bharat / state

ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା 580 ଟପିଲା, ସ୍ଥିତି ନିୟନ୍ତ୍ରଣରେ କହିଲେ କମିଶନର

author img

By ETV Bharat Odisha Team

Published : Dec 19, 2023, 6:39 PM IST

ରାଉରକେଲାରେ ଚିନ୍ତା ବଢ଼ାଉଛି ଡାଇରିଆ
ରାଉରକେଲାରେ ଚିନ୍ତା ବଢ଼ାଉଛି ଡାଇରିଆ

Rourkela Diarrhoea Situation Under Control: ଚିନ୍ତା ବଢ଼ାଉଛି ଡାଇରିଆ । 580 ଟପିଲାଣି ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା । 244 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଅପଡେଟ ଦେଲେ କମିଶନର । ଆଗକୁ ପଢ଼ନ୍ତୁ...

ସ୍ଥିତି ନିୟନ୍ତ୍ରଣରେ କହିଲେ କମିଶନର

ସୁନ୍ଦରଗଡ଼ : ଚିନ୍ତା ବଢ଼ାଉଛି ଡାଇରିଆ । 580 ଟପିଲାଣି ଝାଡା ବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା । 244 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଅପଡେଟ ଦେଲେ କମିଶନର । ୯ଟି ରାପିଡ ରେସପନ୍ସ ଟିମ କାର୍ଯ୍ୟ କରୁଛନ୍ତି । ପାନୀୟ ଜଳକୁ ଡିସ ଇନଫେକ୍ଟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପାଣିର TDS, କ୍ଲୋରିନ ଏବଂ ଅନ୍ୟାନ୍ୟ ଅଶୁଦ୍ଧ କେମିକାଲର ଟେଷ୍ଟିଙ୍ଗ କରାଯାଉଛି ।

ରାଉରକେଲାରେ ଝାଡା ବାନ୍ତି କାରଣରୁ ଭୟର ବତାବରଣ ସୃଷ୍ଟି ହେଉଛି । ଏହି ବଢୁ ଥିବା ଝାଡା ବାନ୍ତି ଧିରେ ଧିରେ ଡାଇରିଆର ରୂପ ନେବାରେ ଲାଗିଛି । ତେବେ ଜିଲ୍ଲାରୁ ମୋଟ 580 ଜଣ ଡାଇରିଆରରେ ଆକ୍ରାନ୍ତ ହୋଇଥିଲେ । ସେଥି ମଧ୍ୟରୁ 429 ଜଣ କେବଳ ରାଉରକେଲା ସହରର ଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ 244 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ନୂତନ ରୂପେ 287 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଡାଇରିଆର ସ୍ତିତିକୁ ନିୟନ୍ତ୍ରଣ କରିବା ପାଇଁ ୯ଟି ରାପିଡ ରେସପନ୍ସ ଟିମ କାର୍ଯ୍ୟ କରୁଛନ୍ତି । ଏହି ଟିମ ସହରର ବିଭିନ୍ନ ହଟସ୍ପଟରୁ ସାମ୍ପୁଲ କଲେକ୍ସନ କରୁଛନ୍ତି । ପାନୀୟ ଜଳକୁ ଡିସ ଇନଫେକ୍ଟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପାଣିର TDS, କ୍ଲୋରିନ ଏବଂ ଅନ୍ୟାନ୍ୟ ଅଶୁଦ୍ଧ କେମିକାଲର ଟେଷ୍ଟିଙ୍ଗ କରାଯାଉଛି । ତା ସହିତ ସରକାରୀ ହସ୍ପିଟାଲରେ ଅଧିକ ଡାକ୍ତର ଏବଂ ପାରା ମେଡ଼ିକାଲ ଷ୍ଟାଫଙ୍କ ସହ ନର୍ସ ମଧ୍ୟ ନିୟମିତ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... 'ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ'

ଡାଇରିଆ ସ୍ଥିତିକୁ ନେଇ ରାଉରକେଲା ମହାନଗର ନିଗମ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହାନଗର ନିଗମ କମିଶନର କହିଛନ୍ତି, ’’ବର୍ତ୍ତମାନ ସୁସ୍ଥହାର ସହରରେ ଭଲ ରହିଛି । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଯାଇ ଟିମ ବୁଲି ପାଣିର ସାମ୍ପୁଲ ସଂଗ୍ରହ କରାଯାଉଛି । ସରକାରୀ ହସ୍ପିଟାଲରେ ଅଧିକ ଡାକ୍ତର ଏବଂ ପାରା ମେଡ଼ିକାଲ ଷ୍ଟାଫଙ୍କ ସହ ନର୍ସ ମଧ୍ୟ ନିୟମିତ କାର୍ଯ୍ୟ କରୁଛନ୍ତି । ଏବଂ ସହର ସମେତ ଆଖ ପାଖ ଅଞ୍ଚଳରେ ପହଞ୍ଚି ରୋଗୀ ଚିହ୍ନଟ କରୁଛନ୍ତି । ୯ଟି ରାପିଡ ରେସପନ୍ସ ଟିମ କାର୍ଯ୍ୟ କରୁଛନ୍ତି । ଫାଟିଥିବା ପାଇପ ଲାଇନକୁ ମଧ୍ୟ ସଜଡ଼ା ଯାଉଛି । ପାନୀୟ ଜଳ ନେଇ କୌଣସି ପ୍ରକାର ଅସୁବିଧା ନାହିଁ ।’’

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.