ETV Bharat / state

ଶିଳ୍ପନଗରୀରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

author img

By

Published : Jan 26, 2023, 2:05 PM IST

republic day celebration in Rourkela
ଶିଳ୍ପନଗରୀରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା ଉଦିତନଗର ପଡ଼ିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ

ଶିଳ୍ପନଗରୀରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା: ସାରା ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା ପତାକା । ରାଉରକେଲା ଉଦିତନଗର ପଡ଼ିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଦୁଇ ବର୍ଷ ପରେ ପାଳନ ହୋଇଛି ଗଣତନ୍ତ୍ର ଦିବସ । ରାଉରକେଲା ଉଦିତନଗର ପଡ଼ିଆରେ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଉତ୍ତରାଞ୍ଚଳ ଆରିଡିସି । ଏହାପରେ ପରେଡ଼ ପ୍ରଦର୍ଶନ କରିଥିଲେ ସମସ୍ତ ପରେଡ଼ ପ୍ଲାଟୁନ।

ଉଦିତନଗର ପଡ଼ିଆରେ ମୋଟ ୩୧ଟି ପ୍ଲାଟୁନ ପରେଡ଼ ପ୍ରଦର୍ଶନ କରିଥିଲେ। ଉତ୍ସାହ ଉଲ୍ଲାସରେ ରାଉରକେଲା ଉଦିତନଗର ପଡ଼ିଆରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି । ଆଜିର ଦିନରେ ଭାରତ ଗଣତନ୍ତ୍ର ଇତିହାସରେ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ମଧ୍ୟରାତ୍ରରେ ବ୍ରିଟିଶ ଶାସନ ସମାପ୍ତ ପରେ ଭାରତ ସ୍ବାଧୀନ ହୁଏ ଏବଂ ବ୍ରିଟିଶ ସରକାର ଭାରତ ଛାଡ଼ି ଚାଲିଯିବା ପରେ ଭାରତୀୟମାନେ ନିଜକୁ ନିଜେ ସ୍ବାଧୀନ ଭାବରେ ଶାସନ ପର୍ବ ଆରମ୍ଭ ହେଲା। ମାତ୍ର ଦେଶର ସୁପରିଚାଳନା ପାଇଁ ନୀତି ନିୟମ କିଛି ଲାଗୁ ହୋଇ ନଥିଲା ସେତେବେଳେ ଦେଶର କୌଣସି ନିଜସ୍ବ ସମ୍ବିଧାନ ନଥିଲା। ଏଥିପାଇଁ ବିଆର ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫ୍‌ଟିଂ କମିଟି ଗଠିତ ହୋଇଥିଲା। ଏହି କମିଟି ଦେଶର ନ୍ୟାୟ ବ୍ୟବସ୍ଥା ଏବଂ ନୀତି ନିୟମକୁ ଲୋକଙ୍କ ପାଇଁ ଉତ୍ସର୍ଗ କରିବାକୁ ଲାଗି ପଡ଼ିଥିଲେ ।

ବିଭିନ୍ନ ରାଷ୍ଟ୍ରର ସମ୍ବିଧାନ ସହ ଦେଶର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଏବଂ ମହାନ ନାୟକଙ୍କ ସହ ଆଲୋଚନା କରି ଉକ୍ତ କମିଟି କିଭଳି ଭାରତ ଦେଶରେ ନିଜର ଆଇନ ଏବଂ ସମ୍ବିଧାନ ପ୍ରଣୟନ ହେବ ତାହା ନେଇ ଚେଷ୍ଟା ଚଳାଇଥିଲେ। ଶେଷରେ ୧୯୪୯ ନଭେମ୍ବର ୨୬ ତାରିଖରେ ଲିଖିତ ସମ୍ବିଧାନ ଆଗତ କରିଥିଲେ ଯାହା ଭାରତ ପାଇଁ ଏକ ଇତିହାସ ରଚନା କରିଥିଲା। ଏହାର ଠିକ୍‌ ଦୁଇ ମାସ ପରେ ୧୯୫୦ ଜାନୁଆରି ୨୬ ତାରିଖରେ ଆମ ମହାନ ଦେଶ ଭାରତ ଦେଶ ଏକ ସାର୍ବଭୌମ ସାଧାରଣତନ୍ତ୍ରରେ ପରିଣତ ହେବା ସହ ପ୍ରସ୍ତାବିତ ସମ୍ବିଧାନ ଦ୍ବାରା ଦେଶର ଶାସନ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶର ଐକ୍ୟର ପ୍ରତୀକ ବିଭିନ୍ନ ସାଂସ୍କୃତିକ ସମାରୋହକୁ ଉଦ୍‌ଘାଟନ କରିବାର ପରମ୍ପରା ରହି ଆସିଛି। ଏହାସହ ସାରା ଦେଶରେ ବିଭିନ୍ନ ସ୍ଥାନରେ ଧୂମଧାମରେ ଦିନଟିକୁ ପାଳନ କରାଯାଏ ।

ଆଜିର ଦିନରେ ମହାପୁରୁଷଙ୍କୁ ଉତ୍ସର୍ଗ କରାଯାଇଥାଏ । ରାଉରକେଲା ସହରରେ ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ଆଜି ରାଉରକେଲା ଉଦିତନଗର ପଡ଼ିଆରେ ପୁରସ୍କୃତ କରାଯାଇଛି। ସହର ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏବଂ କାର୍ଯ୍ୟଳୟରେ ଗଣତନ୍ତ୍ର ଦିବସ ପାଳନ କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.