ETV Bharat / state

ଢାବାରେ ଶୋଇଥିବାବେଳେ ଦଳି ମାରିଦେଲା ହାତୀ, ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Jun 30, 2021, 10:56 PM IST

ଢାବାରେ ସୋଇଥିବାବେଳେ ଦଳି ମାରିଦେଲା ହାତୀ , ଘଟଣାସ୍ଥଳରେ ଉତ୍ତେଜନା
ଢାବାରେ ସୋଇଥିବାବେଳେ ଦଳି ମାରିଦେଲା ହାତୀ , ଘଟଣାସ୍ଥଳରେ ଉତ୍ତେଜନା

ସୁନ୍ଦରଗଡ କୋଇଡ଼ା ବନାଞ୍ଚଳ ଶଙ୍ଖପଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ଦାବି କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଢାବାରେ ଶୋଇଥିବାବେଳେ ଢାବା ମାଲିକଙ୍କୁ ଦଳି ମାରିଦେଲା ହାତୀ । କୋଇଡ଼ା ବନାଞ୍ଚଳ ଶଙ୍ଖପଡା ଗ୍ରାମରେ ଆଜି ପାହାନ୍ତିଆରେ ଘଟିଛି ଏହି ଅଭାବନୀୟ ଘଟଣା l ହାତୀ ପଲ ଉକ୍ତ ଅଞ୍ଚଳରେ ତାଣ୍ଡବ କରିବା ସହ ଗୋଟିଏ ଢାବାକୁ ଆକ୍ରମଣ କରିବା ଫଳରେ ଢାବାରେ ଶୋଇଥିବା ଭୀମସେନ ଚୌଧୁରୀ ନାମକ ଜଣେ 55 ବର୍ଷୀୟ ବ୍ୟକ୍ତି ଘଟଣାସ୍ଥଳରେ ପ୍ରାଣ ହରାଇଥବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଭୀମସେନ ତାଙ୍କ ଢାବାରେ ଶୋଇଥିବାବେଳେ ହାତୀପଲ ହଠାତ ମାଡି ଯାଇଥିଲେ । ଖବର ପାଇ କୋଇଡ଼ା ବନାଞ୍ଚଳ ଅଧିକାରୀ କାଜଲ କୁମାରୀ ନାୟକ, ବଣାଇଁ ସହକାରୀ ବନ ସଂରକ୍ଷକ ମହେନ୍ଦ୍ର ନାଥ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହା ସହ ମୃତଦେହ ସତ୍କାର ପାଇଁ ତୁରନ୍ତ ମୃତକଙ୍କ ପରିବାରକୁ 10 ହଜାର ଟଙ୍କା ଅଗ୍ରୀମ ସହାୟତା ପ୍ରଦାନ କରାଯାଇଛି ।

ରାସ୍ତା କଡରେ ଛୋଟିଆ ଢାବା ଖଣ୍ଡେ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଭୀମସେନଙ୍କର ଏହି ଶୋଚନୀୟ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି । ସେହିପରି ସେଠାରେ ବାରମ୍ବାର ହାତୀ ଉପଦ୍ରବ ଓ ଆକ୍ରମଣରେ ଧନ ଜୀବନ ପ୍ରଭାବିତ ହେଉଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.