ETV Bharat / state

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

author img

By

Published : May 6, 2021, 6:37 PM IST

9 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ
9 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

କିଞ୍ଜିରକେଲା ଥାନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ....

ସୁନ୍ଦରଗଡ:କିଞ୍ଜିରକେଲା ଥାନା ଅନ୍ତର୍ଗତ ବି କରୁଆ ବାହାଲ ଗ୍ରାମରେ ଜଣେ 9 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛି କିଞ୍ଜିରକେଲା ପୋଲିସ । ଗତକାଲି ରାତିରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ କିଞ୍ଜିରକେଲା ଥାନା ଅନ୍ତର୍ଗତ ବି କରୁଆ ବାହାଲରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁଷ୍କର୍ମ ଘଟଣା । ଶିଶୁର ମା ରୋଷେଇ କରୁଥିବାବେଳେ ଶିଶୁଟି ଘର ବାରଣ୍ଡାରେ ବସିଥିଲା । ଅଭିଯୁକ୍ତ ଶିଶୁଟିକୁ ଏକୁଟିଆ ପାଇ ଘର ଠାରୁ କିଛି ଦୂରକୁ ନେଇ ଏହି କାଣ୍ଡ ଘଟାଇ ଚେତାଶୂନ୍ୟ ଅବସ୍ଥାରେ ଛାଡି ଫେରାର ମାରିଥିଲା । ବିଳମ୍ବିତ ରାତିରେ ସଂଜ୍ଞାହୀନ ଅବସ୍ଥାରେ ନାବାଳିକୁ ଧରି ଶିଶୁର ମା କିଞ୍ଜିରକେଲା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ବଳମ୍ବିତ ରାତିରେ ପ୍ରାୟ 2ଟା ସମୟରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନାବାଳିକାକୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଆଜି ଅଭିଯୁକ୍ତ ଶିବ ଶଙ୍କର ବରୁଆକୁ କିଞ୍ଜିରକେଲା ପୋଲିସ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡିଛି । ଅଭିଯୁକ୍ତର ଘର ବି କରୁଆ ବାହାଲ ବୋଲି କିଞ୍ଜିରକେଲା ଥାନା ଅଧିକାରୀ କହିଛନ୍ତି । ସୂଚନା ଥାଉକୁ ଶିଶୁକନ୍ୟାଟିର ବାପା ଜଣେ ସେନା ଯବାନ ଓ ବର୍ତ୍ତମାନ ସେ ଜମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.