ETV Bharat / state

ଘରେ ପଶି ସଶସ୍ତ୍ର ଲୁଟ, ଚାରିମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Dec 22, 2022, 12:55 PM IST

loot case in sundargarh
loot case in sundargarh

ରାଜଗାଙ୍ଗପୁର ପୋଲିସକୁ ସଫଳତା । ଲୋମଲୋଇରେ ହୋଇଥିବା ସଶସ୍ତ୍ର ଲୁଟ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଅଧିକ ପଢନ୍ତୁ

ରାଜଗାଙ୍ଗପୁର ଲୁଟ ଘଟଣା ପର୍ଦ୍ଦାଫାସ

ରାଉରକେଲା: ରାଜଗାଙ୍ଗପୁର ଲୋମଲୋଇରେ ସଶସ୍ତ୍ର ଲୁଟ ଘଟଣା । ଅଭିଯୋଗର ୪ ମାସ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାଜଗାଙ୍ଗପୁର ପୋଲିସ । ଏକ ଦେଶୀ ବନ୍ଧୁକ ସହ ଲୁଟ ସାମଗ୍ରୀ ଜବତ କରିଛି ପୋଲିସ । ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚୋରା ଜିନିଷ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲମଲୋଇ ଗ୍ରାମରେ ନବୀନ ଲାକ୍ରାଙ୍କ ଘରୁ ଚୋରି ହୋଇଥିଲା । କିଛି ଯୁବକ ଘରେ ପଶି ଖଣ୍ଡା ଓ ବନ୍ଧୁକ ଦେଖାଇ ସୁନା ଗହଣା ମୋବାଇଲ ସହ ନଗଦ ଟଙ୍କା ଲୁଟପାଟ କରିଥିଲେ । ଏନେଇ ପରିବାର ଲୋକେ ରାଜଗାଙ୍ଗପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେହି ଦିନ ଠାରୁ ଲଗାତାର ୪ ମାସ ଧରି ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ବୁଧବାର ଦିନ ଏହି ଲୁଟ ଘଟଣାରେ ପୋଲିସକୁ ସଫଳତା ମିଳିଥିଲା ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା ଠାରୁ ଅପରାଧରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଓ ମଟର ସାଇକେଲ ଜବତ କରିଛି । ଏଥି ସହ ଲୁଟ ହୋଇଥିବା ସୁନା ଗହଣା ଓ ମୋବାଇଲକୁ ମଧ୍ୟ ରାଜଗାଙ୍ଗପୁର ପୋଲିସ ଜବତ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଉଛି କୁତ୍ରା ଥାନା ଗୋଲେଇପଡାର ଦେବେନ୍ଦ୍ର ବାଙ୍କରା । ଅନ୍ୟ ଜଣଙ୍କୁ ଚୋରା ସାମଗ୍ରୀ କିଣିବା ଅଭିଯୋଗରେ କୁତ୍ରା ଗଙ୍ଗାଜଳ ଅଞ୍ଚଳର ଅଜୟ କୁମାର ସାକୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଜଗାଙ୍ଗପୁର ଏସଡିପିଓ ସୂଚନା ଦେଇଛନ୍ତି । ଘରୁ ଲୁଟ ହୋଇଥିବା ସୁନା ଗହଣାରୁ ଅଳ୍ପ ସୁନା ଗହଣା ଏବଂ ମୋବାଇଲକୁ ପୋଲିସ ଜବତ କରିଛି । ଏହି ଘଟଣାର ସମସ୍ତ ଅପରାଧୀଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବା ନେଇ ସୂଚନା ମିଳିଛି ।

ଏନେଇ ରାଜଗାଙ୍ଗପୁର ଏସଡିପିଓ କହିଛନ୍ତି ଯେ, ''ଗତ ଅଗଷ୍ଟ ମାସରେ ଲମଲୋଇ ଗ୍ରାମର ନବୀନ ଲାକ୍ରାଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଚୋରି କରିବା ପରେ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କୁ ଖଣ୍ଡା ଓ ବନ୍ଧୁକ ଦେଖାଇ ସୁନା ଗହଣା ମୋବାଇଲ ସହ ନଗଦ ଟଙ୍କା ଲୁଟି ନେଇଥିଲେ । ଏନେଇ ଅଭିଯୋଗ ପରେ ତଦନ୍ତ ଜାରି ରଖିଥିଲା ପୋଲିସ । ଶେଷରେ ବୁଧବାର ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଅଜୟ କୁମାର ଓ ଦେବେନ୍ଦ୍ର ବାଙ୍କରା । ଗିରଫ ପରେ ଅଭିଯୁକ୍ତଙ୍କ ଠାରୁ ରୁପା ଓ ସୁନାର ଅଳଙ୍କାର ଜବତ କରାଯାଇଛି । ଏଥି ସହ କୋଟିଏ ବନ୍ଧୁକ ଓ ତିନୋଟି ମୋବାଇଲ ଫୋନ ଜବତ ହୋଇଛି । ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି । କାରଣ ଆହୁରୁ ଅନେକ ମଧ୍ୟ ଏହି ଚୋରି ଘଟଣାରେ ସମ୍ପୃକ୍ତି ରହିଛନ୍ତି । ତଦନ୍ତ ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ରାଜଗାଙ୍ଗପୁର ଏସଡିପିଓ ।''

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.