ETV Bharat / state

L&T ବିସ୍ଥାପିତ କମିଟିର ୬୦ ସଦସ୍ୟ ଗିରଫ, ବିକ୍ଷୋଭବେଳେ ବାନ୍ଧିଲା ପୋଲିସ

author img

By

Published : Jan 6, 2022, 8:40 AM IST

L&T protester arrested
L&T protester arrested

ଆନ୍ଦୋଳନକାରୀଙ୍କୁ ବାନ୍ଧି ନେଲା ପୋଲିସ । କାଂଶବାହାଲ ଏଲଆଣ୍ଡଟି ବିସ୍ଥାପିତ କମିଟିର 60 ଜଣ ସଦସ୍ୟ ଏଲଆଣ୍ଡଟି କାଂଶବାହାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୁଧବାର ରାଜଗାଙ୍ଗପୁର ପୋଲିସ ସେମାନଙ୍କୁ ଗିରଫ କରିଛି (Rajgangpur police arrested L&T protester)। ବିଭିନ୍ନ ଦଫାରେ ସେମାନଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ ।

ସୁନ୍ଦରଗଡ: ଆନ୍ଦୋଳନକାରୀଙ୍କୁ ବାନ୍ଧିନେଲା ପୋଲିସ । କାଂଶବାହାଲ ଏଲଆଣ୍ଡଟି ବିସ୍ଥାପିତ କମିଟିର 60 ଜଣ ସଦସ୍ୟ ଏଲଆଣ୍ଡଟି କାଂଶବାହାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୁଧବାର ରାଜଗାଙ୍ଗପୁର ପୋଲିସ ସେମାନଙ୍କୁ ଗିରଫ କରିଛି (Rajgangpur police arrested L&T protester)। ବିଭିନ୍ନ ଦଫାରେ ସେମାନଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ । ପ୍ରଶାସନ ବାରମ୍ବାର ବୁଝାଇବାରେ ଅସଫଳ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

L&T ବିସ୍ଥାପିତ କମିଟିର ୬୦ ସଦସ୍ୟ ଗିରଫ, ବିକ୍ଷୋଭ ବେଳେ ବାନ୍ଧିଲା ପୋଲିସ

କାଂଶବାହାଲ ଏଲ ଆଣ୍ଡ ଟି ବିସ୍ଥାପିତ କମିଟି ଆନ୍ଦୋଳନକାରୀମାନେ ଗତ ଚାରିଦିନ ଧରି କମ୍ପାନୀର କାର୍ଯ୍ୟକୁ ଅଚଳ କରିଥିଲେ । ଏହାସହ କମ୍ପାନୀର କଲୋନୀ ମଧ୍ୟକୁ କଲୋନୀବାସୀଙ୍କୁ ପୁରେଇ ନ ଦେବା କିମ୍ବା କଲୋନୀ ମଧ୍ୟରୁ ବାହାରକୁ ବାହାରିବାକୁ ନ ଦେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଖାଲି ସେତିକି ନୁହେଁ ଜିଲ୍ଲା ପ୍ରଶାସନ ବାରମ୍ବାର ଆପୋଷ ବୁଝାମଣା ନେଇ ଏହି ଆନ୍ଦୋଳନକାରୀଙ୍କୁ ସୁଯୋଗ ଦେଇଥିଲା । ହେଲେ ସେମାନେ ଓଲଟା ଢଙ୍ଗରେ ପାରମ୍ପରିକ ମାରଣାସ୍ତ୍ର ଯଥା–ଫାର୍ସା, ଟାଙ୍ଗିଆ , ଧନୁତୀର, ଲାଠି ଓ ପଥର ଧରି ଆନ୍ଦୋଳନକୁ ତେଜେଇବା ସହ ରାଜରାସ୍ତାକୁ ଅସାମ୍ବିଧାନିକ ଭାବେ ଅବରୋଧ କରି ରଖିଥିଲେ ।

ଏହାକୁ କେନ୍ଦ୍ର କରି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଏପରି ନକରିବାରୁ ଅନୁରୋଧ କରିଥିଲା । ସେମାନେ ଆଲୋଚନା କରିବା ତ ଦୂରର କଥା ତାଙ୍କର ଦାବି ନେଇ ନାରାବାଜି କରିବା ସହ ପ୍ରଶାସନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ । ପ୍ରଶାସନ ଅନ୍ୟ ବିକଳ୍ପ ନ ପାଇ ଆଜି (ବୁଧବାର) ଆନ୍ଦୋଳନକାରୀଙ୍କ ମଧ୍ୟରୁ 60 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନାମରେ ଦଫା – 147/148/341/294/506/323/186/283/353/332/149 IPC/25 Arms Actରେ ଗିରଫ କରିଛି । ସେମାନଙ୍କ ନାମରେ ରାଜଗାଙ୍ଗପୁର ଥାନାରେ କେଶ ନମ୍ବର – 08 ରେ ମାମଲା ରୁଜ୍ଜୁ ହୋଇଛି । ରାଜଗାଙ୍ଗପୁର ପୋଲିସ ଏହି ଗିରଫ ଆନ୍ଦୋଳନକାରୀଙ୍କ ତାଲିକା ନେଇ ରାଜଗାଙ୍ଗପୁର JMFCଙ୍କୁ ଜଣାଇଛି। ଗିରଫଙ୍କ ମଧ୍ୟରେ 15 ଜଣ ମହିଳା ଆନ୍ଦୋଳନକାରୀ ଥିବା କଥା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.