ETV Bharat / state

ଡକାୟତି ଯୋଜନା ପଣ୍ଡ, ରାଜଗାଙ୍ଗପୁର ପୋଲିସ ପଞ୍ଝାରେ 5 ଅଭିଯୁକ୍ତ

author img

By

Published : May 25, 2021, 7:35 AM IST

ଡକାୟତି ଯୋଜନା ପଣ୍ଡ, 5 ଅଭିଯୁକ୍ତ ଗିରଫ କଲା ରାଜଗାଙ୍ଗପୁର ପୋଲିସ
ଡକାୟତି ଯୋଜନା ପଣ୍ଡ, 5 ଅଭିଯୁକ୍ତ ଗିରଫ କଲା ରାଜଗାଙ୍ଗପୁର ପୋଲିସ

ରାଜଗାଙ୍ଗପୁର ଥାନା ଅଧିକାରୀଙ୍କୁ ମିଳିଲା ଆଉ ଏକ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ 5 ଅଭିଯୁକ୍ତ ଗିରଫ କରିବା ସହ ନଗଦ 2000 ଟଙ୍କା ଓ ମାରଣାସ୍ତ୍ର ଜବତ କଲା ରାଜଗାଙ୍ଗପୁର ପୋଲିସ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଅଧିକାରୀଙ୍କୁ ମିଳିଲା ଆଉ ଏକ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ 5 ଅଭିଯୁକ୍ତ ଗିରଫ କଲା ରାଜଗାଙ୍ଗପୁର ପୋଲିସ ।

ତେବେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ନିକଟ ରାଜ୍ୟ ରାଜପଥ–10 କଡରେ ଥିବା କେ.କେ. ଢାବା ନିକଟରେ ବସି କେତେକ ଦୁର୍ବୃତ୍ତ ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ନଜରକୁ ଆସିଥିଲେ । ରାଜଗାଙ୍ଗପରୁ ପୋଲିସ କୌଶଳକ୍ରମେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 2000 ଟଙ୍କା , ଗୋଟିଏ ମାବାଇଲ ଫୋନ, ଦୁଇଟା ଭୁଜାଲି, ଗୋଟିଏ ନକଲି ପିସ୍ତଲ, ଦୁଇଟା ଲୁହା ଛଡ ଓ କିଛି ଲଙ୍କା ଗୁଣ୍ଡ ଜବତ କରିଛି ।

ରବିବାର ମଧ୍ୟରାତ୍ରୀରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଗତକାଲି(ସୋମବାର) ସମସ୍ତ ଅଭିଯୁକ୍ତଙ୍କୁ ଦଫା 399/402 IPC ରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ – ସତୀଶ ସା, ସୁଭମ ସାହୁ ଓରଫ ପିଚୁ, ରାହୁଲ ରବ୍ବାନୀ, କରନ ମାହତୋ ଓ ମହମ୍ମଦ ସଫିକ୍ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.