ETV Bharat / state

ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା: କୋଇଲା ବୋଝେଇ ହାଇୱା ଜବତ, 3 ଗିରଫ

author img

By

Published : May 23, 2021, 10:00 PM IST

ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା , କୋଇଲା ବୋଝେଇ ହାଇୱା ଜବତ କରିବା ସହ ତିନି ଜଣ ଗିରଫ
ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା , କୋଇଲା ବୋଝେଇ ହାଇୱା ଜବତ କରିବା ସହ ତିନି ଜଣ ଗିରଫ

ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା । କୋଇଲା ବୋଝେଇ ହାଇୱା ଜବତ କରିବା ସହ ତିନି ଜଣ ଗିରଫ । ଅଧିକ ପଢନ୍ତୁ..

ସୁନ୍ଦରଗଡ: ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା । ଚୋରାରେ ଚାଲାଣ କରୁଥିବା କୋଇଲା ବୋଝେଇ ହାଇୱା ଜବତ । ତିନିଜଣ ଅଭିଯୁକ୍ତ ଗିରଫ । ରାଜଗାଙ୍ଗପୁର ପୋଲିସ ଚୋରାରେ କୋଇଲା ଚାଲାଣ କରୁଥିବା OD-16C-8365 ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ହାଇୱାକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ସହ 28 ମ୍ୟାଟ୍ରିକ ଟନ କୋଇଲା ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦରଗଡ ଜିଲ୍ଲା ହେମଗିର ରେଲୱେ ସାଇଡିଙ୍ଗରୁ କୋଇଲା ଚୋରି କରି ଅନ୍ୟତ୍ର ଚାଲାଣ କରୁଥିବାବେଳେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଣ୍ଡିଆ କୁଦର ନିକଟରୁ ଏମାନଙ୍କୁ ଗତକାଲି ରାତିରେ ପୋଲିସ ଧରିଥିଲା । ଆଜି ଦଫା (u/s) 379/411/34 IPC/21 MMDR Act ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.