ETV Bharat / state

Elephant Attack: ଘରେ ପଶି ମା’କୁ କଚାଡି ମାରିଲେ ହାତୀପଲ, ଅଳ୍ପକେ ବର୍ତ୍ତିଲା ଝିଅ

author img

By

Published : Dec 26, 2021, 5:30 PM IST

Elephant Attack: ହାତୀ ଆକ୍ରମଣରେ ମାଆ ମୃତ, ଅଳ୍ପକେ ବର୍ତ୍ତିଲା ଝିଅ
Elephant Attack: ହାତୀ ଆକ୍ରମଣରେ ମାଆ ମୃତ, ଅଳ୍ପକେ ବର୍ତ୍ତିଲା ଝିଅ

ସୁନ୍ଦରଗଡରେ ହାତୀ ଆକ୍ରମଣ(Sundragarh Elephant Attack)ରେ ମାଆର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତିଲା ଝିଅ । ଅଧିକ ପଢନ୍ତୁ

ସୁନ୍ଦରଗଡ: ବଣାଇଁ ବନଖଣ୍ଡ ଟିକାୟତପାଲି ଥାନା ସାନଦଲକି ଗ୍ରାମରେ ହାତୀ ଆକ୍ରମଣରେ ମାଆର ମୃତ୍ୟୁ(Elephant Attack In Sundragarh) ଘଟିଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ଝିଅ । ଗାଁର ସମ୍ବାରି ଜାରିକା ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଗତକାଲି(ଶନିବାର) ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ମଧ୍ୟରାତ୍ରରେ ସମ୍ବାରୀଙ୍କ ଘର ଭାଙ୍ଗି ଥିଲା ହାତୀପଲ । ଘର ଭଙ୍ଗାରୁଜା ଶବ୍ଦ ଶୁଣି ସମ୍ବାରୀ ଏବଂ ତାଙ୍କ ଝିଅ ଜୀବନ ବିକଳରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ ହାବୁଡରେ ପଡିଯାଇଥିଲେ ସମ୍ବାରୀ । ଫଳରେ ଘଟଣାସ୍ଥଳରେ ହାତୀ ସମ୍ବାରୀଙ୍କୁ ଦଳି ଚକଟି ଦେଇ ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛି ତାଙ୍କ କୁନି ଝିଅ ।

ଅନ୍ୟପଟେ ସମ୍ବାରୀଙ୍କ ସ୍ୱାମୀ ଅନ୍ୟତ୍ର କାମ କରୁଥିବାରୁ ସେ ଘରେ ଅନୁପସ୍ଥିତ ଥିଲେ । ହାତୀ ଅଘଟଣ ଖବର ପାଇ ବଣାଇଁ ବନାଞ୍ଚଳ ସରସରା ସେକ୍ସନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି l

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.