ETV Bharat / state

ମିଲରଙ୍କ ଦାଉରେ ଚାଷୀ ହନ୍ତସନ୍ତ, ସ୍ଥିତି ସମୀକ୍ଷା କଲେ ବିଧାୟିକା

author img

By

Published : Jan 27, 2021, 11:05 PM IST

Updated : Jan 28, 2021, 8:06 AM IST

ମିଲରଙ୍କ ଦାଉରେ ଚାଷୀ ହନ୍ତସନ୍
ମଲରଙ୍କ ଦାଉରେ ଚାଷୀ ହନ୍ତସନ୍ତ , ସିସ୍ଥି ସମୀକ୍ଷା କଲେ ବିଧାୟିକା

ସୁନ୍ଦରଗଡରୁ ଜିଲ୍ଲାରେ ଏବେ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଧାନମଣ୍ଡି ପରିଦର୍ଶନ କରି ସ୍ଥିତି ପରିଖିଲେ ବିଧାୟିକା । ଅଧିକ ପଢନ୍ତୁ....

ସୁନ୍ଦରଗଡ: ସାରା ଜିଲ୍ଲାରେ ଏବେ ଧାନ ବିକ୍ରିକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ମିଲର୍ସ କେଉଁଠି କ୍ୱିଣ୍ଟାଲ ପିଛା ଦେଢ କିଲୋଗ୍ରାମ ଧାନ କାଟି ପଇସା ଗଣୁଛନ୍ତି ତ ପୁଣି କେଉଁଠି କୁଇଣ୍ଟାଲ ପିଛା 3 କିଲୋ ଗ୍ରାମ ଧାନ କାଟୁଛନ୍ତି । ଏହାକୁ ନେଇ ସୁନ୍ଦରଗଡ ବିଧାୟିକା ବିଧାନସଭାରେ ପ୍ରଶ୍ନ ଉଠାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ମିଲରଙ୍କ ଦାଉରେ ବିଭିନ୍ନ ପ୍ରକାର ଧାନଚାଷୀ ଶୋଷଣର ଶିକାର ହେଉଛନ୍ତି । କେତେ ବେଳେ ଟୋକନ ପାଇଁ ତ ପୁଣି କେତେ ବେଳେ ମିଲର୍ସଙ୍କ ଭାଉ ପାଇଁ ଆଉ କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଶୋଷିତ ହେବାରେ ଲାଗିଛନ୍ତି । ଏପରିକି 50 ବସ୍ତା ଧାନରୁ ମାତ୍ର 20 ବସ୍ତା ଧାନ ଭଲ ଥିବା କଥା କହି ଚାଷୀଙ୍କ ବାକି ଧାନକୁ ରିଜେକ୍ଟ କରୁଛନ୍ତି , ତାହା ପୁଣି କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ତସଲାଡିହି ମଣ୍ଡିରେ ଏପରି ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି ।

ମିଲରଙ୍କ ଦାଉରେ ଚାଷୀ ହନ୍ତସନ୍

ଧାନଚାଷୀଙ୍କ ଠାରୁ ସୂଚନା ପାଇବା ପରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଚାଷୀଙ୍କ ନିକଟରେ ପହଞ୍ଚିଛନ୍ତି । ହେଲେ ବିଧାୟିକାଙ୍କୁ ଦେଖି ମିଲର୍ସ ଦଲାଲ ଓ ଲ୍ୟାମ୍ପସ ଏମ୍.ଡି ଫେରାର ହୋଇ ଯାଇଥିବା କଥା ସେ କହିବା ସହ ଏ ନେଇ ସି.ଏସ.ଓ ( ସାଧାରଣ ଯୋଗାଣ ବିଭାଗ ଅଧିକାରୀ )ଙ୍କୁ ସେ ତାଗିଦ କରିଛନ୍ତି ବିଧାୟକ ।

ହେଲେ ଏହି ସମସ୍ତ ବିଭ୍ରାଟ ରାଜ୍ୟ ସରକାର , ମିଲର୍ସ ଓ ଜିଲ୍ଲା ପ୍ରଶାସନର ମଧୁ ଚନ୍ଦ୍ରିକା ଯୋଗୁଁ ହେଉ ଥିବା କଥା ସେ କହିଛନ୍ତି । ଜାଣି ଶୁଣି ଧାନ ଚାଷୀଙ୍କୁ ହଇରାଣ କରାଯାଉଥିବା କଥା ସେ କହିବା ସହ ଏ ନେଇ ବିଧାନ ସଭାରେ ସେ ପ୍ରଶ୍ନ କରିବେ ବୋଲି ସ୍ପଷ୍ଟ କରିଛନ୍ତି ବିଧାୟିକା । କେବଳ ସେତିକି ନୁହେଁ ଏ ନେଇ ତାଙ୍କ ଦଳ ବିଜେପି ଆସନ୍ତା 29 ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବେ ବୋଲି ସ୍ଥିର କରିଥିବା କଥା ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

Last Updated :Jan 28, 2021, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.