ETV Bharat / state

ବନ୍ଧୁ ସାଜିଲା ବୈରୀ, ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତିନି ସାଙ୍ଗ

author img

By ETV Bharat Odisha Team

Published : Sep 26, 2023, 2:02 PM IST

Updated : Sep 26, 2023, 2:11 PM IST

ନାବାଳକଙ୍କୁ ବୀଭତ୍ସ ହତ୍ୟା। ଥାନାରେ ଅଭିଯୋଗ ପରେ ମୃତକଙ୍କ ତିନି ସାଙ୍ଗକୁ ଅଟକ ରଖିଲା ପୋଲିସ। ଅଧିକ ପଢନ୍ତୁ

minor boy murder in rourkela
minor boy murder in rourkela

minor boy murder in rourkela

ରାଉରକେଲା: ବନ୍ଧୁ ସାଜିଲା ବୈରୀ । ଟଙ୍କା ନଦେବାରୁ ସାଙ୍ଗର ଜୀବନ ନେଲା ସାଙ୍ଗ । ପଥରରେ ଛେଚି ନାବାଳକଙ୍କୁ ବୀଭତ୍ସ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ରାଉରକେଲାରେ । ଦଶମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି ତାଙ୍କ ତିନି ନାବାଳକ ସାଙ୍ଗ । ମୃତ ଛାତ୍ର ହେଲେ ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ । ଆଜି ସକାଳୁ କଚଡ଼ା ପୁଲିଆ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଗତକାଲି (ମଙ୍ଗଳବାର) ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟାରେ ସଂପୃକ୍ତ ମୋଟ ତିନିଜଣ ନାବାଳକ ଛାତ୍ରଙ୍କୁ ଉଦିତନଗର ପୋଲିସ ଅଟକ ରଖିଛି ।

ଏହା ମଧ୍ୟ ପଢନ୍ତୁ-ଗତପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ ଏରିଆ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି । ପୂଜା ମେଳଣକୁ ଯାଇଥିବା କହି ଘରୁ ବାହାରି ଥିଲେ 15 ବର୍ଷୀୟ ରୁଦ୍ର ଏବଂ ଏହାପରେ ଘରକୁ ଆଉ ଫେରିନଥିଲେ । ରବିବାର ଦିନରୁ ସେ ନିଖୋଜ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ସେହିଦିନ ଦିନ ଟଙ୍କାକୁ ନେଇ 4 ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ତିନିଜଣ ସାଙ୍ଗ ରୁଦ୍ରଙ୍କୁ ନିର୍ମମ ରୂପେ ତାଙ୍କ ମୁଣ୍ଡକୁ ଲାଠି ଏବଂ ପଥରରେ ଛେଚି ହତ୍ୟା କରିଥିଲେ । ରୁଦ୍ରଙ୍କୁ ହତ୍ୟା କରିଥିବା ତିନି ନାବଳକ ତାଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ-ସମ୍ପର୍କରେ ରକ୍ତ ଛିଟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାକୁ ହାଣିଲା ଦାଦା

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ

ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ । କିନ୍ତୁ ରୁଦ୍ର ପାଖରେ ଟଙ୍କା ନଥିଲା । ରୁଦ୍ରଙ୍କୁ ତାଙ୍କ ତିନି ସାଙ୍ଗ କଲ୍‌ କରି ଉଦିତନଗରକୁ ଡାକିଥିଲେ । ସେଠାରେ ବଚସା ହେବା ପରେ ଘଟିଥିଲା ହତ୍ୟାକାଣ୍ଡ । ରୁଦ୍ର ଘରକୁ ନଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି କରି ତାଙ୍କ ଅଭିଯୁକ୍ତ ସାଙ୍ଗ ମାନଙ୍କୁ ଜେରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ରୁଦ୍ରଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧର କରିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Sep 26, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.