ETV Bharat / state

150 ମିଟର ବାଟ ପାଇଁ ବୁଲୁଛନ୍ତି 50 କିମି ! 4ବର୍ଷ ହେଲା ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

author img

By

Published : Dec 6, 2022, 5:34 PM IST

ଉପରେ ପୋଲ, ତଳେ ବାଉଁସ ଧଡା । ନଦୀରେ ଆଣ୍ଠୁଏ ପାଣିରେ ପସି ପାର ହେଉଛନ୍ତି ଲୋକେ । କିଏ ସାଇକେଲକୁ ଟେକି ତ କିଏ ଦୁଇ ଚକିଆ ଯାନକୁ ଠେଲି ଠେଲି ପାର ଦେଉଛି ନଦୀ । 150 ମିଟର ବାଟ ଯିବାକୁ ଅଣମୌସମୀ ସମୟରେ ଏମିତି ହସ୍ତସନ୍ତ ହେଉଛନ୍ତି 9ଟି ଗାଁର ଲୋକେ । ଆଉ ବର୍ଷା ଦିନ କଥା ନକିବା ଭଲ । କାରଣ ପୋଲ କାମ କୋମାରେ ପଡିବା କାରଣରୁ 50 କିମି ବୁଲିବାକୁ ପଡୁଛି । ସ୍ମାର୍ଟସିଟି ଇସ୍ପାତ ନଗରରୀର ଝିରପାଣି ଅଞ୍ଚଳରେ ଆସିଛି ଏଭଳି ଦୃଶ୍ୟ । 4 ବର୍ଷ ଧରି ବ୍ରିଜ ନିର୍ମାଣଧୀନ । ଅଧିକ ପଢନ୍ତୁ

ଚାଲି ଚାଲି ନଦୀ ପାରି ହେଉଛନ୍ତି ଲୋକେ ; ଚାରି ବର୍ଷ ହେଲା ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ
ଚାଲି ଚାଲି ନଦୀ ପାରି ହେଉଛନ୍ତି ଲୋକେ ; ଚାରି ବର୍ଷ ହେଲା ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

ରାଉରକେଲା: ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ନଦୀରେ ପଶି ନଦୀ ପାରି ହେଉଛନ୍ତି ଲୋକେ । ଏହା କୌଣସି ଉପାନ୍ତ କି ଅପହଞ୍ଚ ଅଞ୍ଚଳ ନୁହେଁ ବରଂ ରାଉରକେଲା ସହରର ଦୃଶ୍ୟ । ଦୀପ ତଳ ଅନ୍ଧାର ଭଳି ଆଜି ବିକାଶଠୁ ଯୋଜନ ଦୂରରେ । ଜମି ବିବାଦ ଯୋଗୁଁ ଅଟକି ରହିଛି ଆପ୍ରୋଚ ରୋଡ୍ କାମ । ଫଳରେ ଅଧାରେ ଅଟକିଛି ବ୍ରିଜ ନିର୍ମାଣ କାର୍ଯ୍ୟ । ଯେଉଁଥି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଚାଲି ଚାଲି ନଦୀ ପାରି ହେଉଛନ୍ତି ଲୋକେ ; ଚାରି ବର୍ଷ ହେଲା ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

ତେବେ ସେ ପିଲା, ବୁଢା ହେଉ କି ରୋଗୀ, ରାଉରକେଲା ଆସିବାକୁ ହେଲେ ନଦୀ ପରିହେବାକୁ ପଡିବ । ରାତି ପହିଲେ କୁଆରମୁଣ୍ଡା ବ୍ଲକର ୯ରୁ ଅଧିକ ଗ୍ରାମର ଲୋକେ ରାଉରକେଲା ସହର ଉପରେ ନିର୍ଭରଶୀଳ । କିନ୍ତୁ ଜମି ବିବାଦ ଲାଗି ରହିଥିବାରୁ ବହୁ ଦିନରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନାହିଁ । ଯେଉଁଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନୂଆଗାଁ ବ୍ଲକର ଲୋକେ । କିଏ ସାଇକେଲ୍ ଟେକି ଟେକି ତ କିଏ ଦୁଇ ଚକିଆ ଯାନ ପାଣିରେ ଠେଲି ଠେଲି, ନଦୀ ପାର ହେଉଛନ୍ତି । ଫଳରେ ନିତିଦିନିଆ କାର୍ଯ୍ୟ ପାଇଁ ଏଭଳି ସଙ୍କଟାପନ୍ନ ଅବସ୍ଥାରେ ଗତି କରୁଛନ୍ତି ଲୋକେ ।

ଖାଲିସେତିକି ନୁହେଁ, ନଦୀ କୂଳକୁ ଲାଗିଛି ଖଣ୍ଡିଆ ଅସ୍ଥାୟୀ ବାଉଁଶ ପୋଲ । ଯାହାର ସାହାଯ୍ୟ ନେଇ ରୋଗୀ ଠାରୁ ଆରମ୍ଭ କରି ଛୋଟ ପିଲା ଏବଂ ଛାତ୍ରଛାତ୍ରୀ ସହ ସମସ୍ତେ ନଦୀ ପାର ହେଉଛନ୍ତି । ତେବେ ବର୍ତ୍ତମାନ ବର୍ଷା ନଥିବାରୁ ଲୋକେ ଚାଲି ଚାଲି ନଦୀ ପାରି ହେଉଛନ୍ତି କିନ୍ତୁ ବର୍ଷା ଦିନେ ଅବସ୍ଥା ଆହୁରି ଗୁରୁତର । କାରଣ ଲୋକେ ଗୋଟିଏ ଡଙ୍ଗା ସାହାଯ୍ୟରେ ନଦୀ ପାରି ହୁଅନ୍ତି । ବାରମ୍ବାର ଏଭଳି ଅସୁବିଧାକୁ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ଯାଏ ଏହାର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ ।

ରାଉରକେଲା ସହର ଉପକଣ୍ଠ ଝିରପାଣି ଅଞ୍ଚଳରେ ଦେଓ ନଦୀରେ ଆଜି ଯାଏ ହୋଇପାରିନାହିଁ ବ୍ରିଜ ନିର୍ମାଣ କାର୍ଯ୍ୟ। ଝିରପାଣି ମିଟକୁଣ୍ଡୁରୀ ଠାରୁ କୁଆରମୁଣ୍ଡା ବ୍ଲକ ର ସିମିରିତା କୁ ଯୋଗାଯୋଗ କରିବା ପାଇଁ ଦେଓ ନଦୀରେ ହୋଇଥିବା ଏହି ବିଜୁ ସେତୁ ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର 4 ବର୍ଷ ବିତିଲାଣି କିନ୍ତୁ ଜମି ବିବାଦ ଯୋଗୁଁ ଆଜି ଯାଏଁ ଶେଷ ହୋଇପାରୁନାହିଁ ବିଜୁ ସେତୁ ଯୋଜନାରେ ହେଉଥିବା ଏହି ବ୍ରିଜ । ବ୍ରିଜ ନିର୍ମାଣ ପାଇଁ ହୋଇଥିବା ଜମି ଅଧିଗ୍ରହଣରେ କ୍ଷତି ପୂରଣ ଦିଆଯାଇ ନ ଥିବାରୁ ଅଟକି ରହିଛି ବ୍ରିଜ ନିର୍ମାଣ କାର୍ଯ୍ୟ । ପ୍ରାୟ 7 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଏହି ବ୍ରିଜ ନିର୍ମାଣ କରାଯାଇଛି। କିନ୍ତୁ ଅଧଃପନ୍ତରିଆ ଭାବରେ ଆଜି ଯାଏଁ ପଡିରହିଛି ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ।

ମାତ୍ର 150 ମିଟର ଲମ୍ବ ଏହି ବ୍ରିଜ ନଥିବାରୁ ବାଧ୍ୟ ହୋଇ ନଦୀରେ ଚାଲି ପାରି ହେବାକୁ ପଡୁଛି ନଚେତ ରାଉରକେଲା ସହରକୁ ଆସିବାକୁ ହେଲେ 40 ରୁ 50 କିଲୋମିଟର ରାସ୍ତା ବୁଲି ଆସିବାକୁ ପଡେ । ଶିକ୍ଷା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଚାକିରୀ ପାଇଁ ରାଉରକେଲା ସହର ଉପରେ ନିର୍ଭରଶୀଳ ଅଛନ୍ତି ଝାରବେଡା ପଞ୍ଚାୟତ ଝାରବେଡା, ରିଉଁ, କାର୍ଚ୍ଚିପଲ , ଟୁଙ୍ଗୁରାଣୀ, କର୍ମାବାହାଲ ଏବଂ କଚାରୁ ପଞ୍ଚାୟତର ପସରା, ସାନଦଲକୀ, ସିଆଲଜୋର ଏବଂ ରାମପୁର ଗ୍ରାମର ଲୋକମାନେ ।

ଏହା ମଧ୍ୟ ପଢନ୍ତୁ- Gujarat Poll: ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରି ଭାବବିହ୍ୱଳ ବଡ ଭାଇ, ଦେଲେ ଏମିତି ଉପଦେଶ

ତେବେ ବର୍ତ୍ତମାନ ଲୋକେ ଏନେଇ ଦାବି କରିଛନ୍ତି ଯେ, ପ୍ରଶାସନ ଓ ସରକାର ତାଙ୍କ ଦାବି ଶୁଣନ୍ତୁ ଏବଂ ଯଥାସମ୍ଭବ ଜମି ବିବାଦ ଦୂର କରାଯାଉ । ଯେଉଁଥିରେ ବ୍ରିଜ ନିର୍ମାଣ କାର୍ଯ୍ୟ ଜଲଦି ଶେଷ ହୋଇପାରିବ । ଯାହା ଫଳରେ ଲୋକେ ନିର୍ଭୟ ଭାବରେ ରାଉରକେଲା ସହରକୁ ଯାତାୟାତ କରି ପାରିବେ । କାରଣ ବ୍ରିଜ ନ ଥିବାରୁ ହଇରାଣ ହେଉଛନ୍ତି ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.