ETV Bharat / state

ASI Alish Lugun Death Case: ପୋଷ୍ଟମୋର୍ଟମ ରିପୋର୍ଟକୁ ନେଇ ଅସନ୍ତୋଷ, CBI ତଦନ୍ତ ଦାବି

author img

By ETV Bharat Odisha Team

Published : Oct 27, 2023, 2:20 PM IST

Etv Bharat
Etv Bharat

ରାଉରକେଲା ମହିଳା ASI ଅଲିସ ଲୁଗୁନ ମୃତ୍ୟୁ ମାମଲା । ପୋଷ୍ଟମର୍ଟମ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିବା ସହ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ଆଗକୁ ପଢନ୍ତୁ

ମହିଳା ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ପୋଷ୍ଟମୋର୍ଟମ ରିପୋର୍ଟକୁ ନେଇ ଅସନ୍ତୋଷ CBI ତଦନ୍ତ ଦାବି

ରାଉରକେଲା: ରାଉରକେଲା ମହିଳା ASI ଅଲିସ ଲୁଗୁନ ମୃତ୍ୟୁ ମାମଲାକୁ ନେଇ ଥମୁନି ବିବାଦ । ଅଲିସ ଲୁଗୁନଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ପୋଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା କହିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

ମହିଳା ASI ଅଲିସ ଲୁଗୁନ ମୃତ୍ୟୁ ମାମଲାକୁ ନେଇ ରାଉରକେଲା ପୋଲିସ ପ୍ରଶାସନ ବିରୋଧରେ ଘନଉଛି ଅସନ୍ତୋଷ। ASI ମୃତ୍ୟୁ ଘଟଣାକୁ ନେଇ ପୁଣି ମୁହଁ ଖୋଲିଛନ୍ତି ତାଙ୍କ ପରିବାର ଲୋକେ । ଘଟଣାକୁ ଚପାଇ ଦେବା ପାଇଁ ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଅଲିସ ଲୁଗୁନଙ୍କ ପରିବାର । ତେବେ ରାଉରକେଲା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଉପରେ ଭରସା ନଥିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ASI ଅଲିସ ଲୁଗୁନ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ ନୁହେଁ, ଏହି କାରଣରୁ ଯାଇଛି ଜୀବନ

ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ପୋଷ୍ଟମର୍ଟମ ରିପୋର୍ଟରେ ଏକ୍ସାଇଟେଡ଼ ଡେଲିରିୟମ ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ବିନା ଆକ୍ରମଣରେ କିମ୍ବା ଅନ୍ୟ ଜଣଙ୍କ ସମ୍ପୃକ୍ତି ବିନା କିଭଳି ଜଣେ ଉତ୍ତେଜିତ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି ପରିବାରଲୋକେ । ମୃତଦେହରେ କ୍ଷତ ଚିହ୍ନ କେଉଁଠୁ ଆସିଲା ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ପୋଲିସ କାହିଁକି ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ପ୍ରଶ୍ନ କରିଛି ପରିବାର ।

ଏହାମଧ୍ୟ ପଢନ୍ତୁ..ମହିଳା ASIଙ୍କ ମୃତ୍ୟୁ ମାମଲା: ଅତ୍ୟଧିକ ମାଡ଼ ଯୋଗୁଁ ଗଲା ଜୀବନ ! ଦେଖନ୍ତୁ ଘଟଣା ସମୟର ଭିଡ଼ିଓ

ଅନ୍ୟପଟେ ରାଉରକେଲା SPଙ୍କୁ ଭେଟି ଏହି ମାମଲାରେ ଅସନ୍ତୋଷ ପ୍ରକାଶ କରିବା ସହ ଏସପିଙ୍କୁ ଦଶଟି ପ୍ରଶ୍ନ ସମ୍ବଳିତ ପତ୍ର ଦେଇଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାର ନିରକ୍ଷେପ ତଦନ୍ତ ପାଇଁ ଓ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି ।

ପ୍ରକାଶଯୋଗ୍ୟ, ତେବେ ଅକ୍ଟୋବର 1ରେ ରାଉରକେଲା ଏଏସଆଇ ଅଲିସ ଲୁଗୁନଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଏକ ଦୁର୍ଘଟଣା ମାମଲାରେ ଉତ୍ତେଜନାକୁ ସମାଧାନ କରିବାକୁ ଯାଇ ଆହତ ହୋଇଥିଲେ । ପରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.