ETV Bharat / state

ଶୀତଳ ଭଣ୍ଡାର ଅଭାବ, ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ

author img

By

Published : Mar 17, 2021, 9:39 PM IST

ଶୀତଳ ଭଣ୍ଡାର ଅଭାବ, ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ
ଶୀତଳ ଭଣ୍ଡାର ଅଭାବ, ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ

ଟମାଟୋ ବିକ୍ରି ନକିରପାରି ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ । ଅଧିକ ପଢନ୍ତୁ

ସୁନ୍ଦରଗଡ: ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ସାପ୍ତାହିକ ବଜାରରେ । କେତେକ ଟମାଟୋ ଚାଷୀ ଆଜି ନିଜର ଟମାଟୋ ବିକ୍ରି କରି ନ ପାରି ଏପରି କରିଛନ୍ତି । ଟମାଟୋ ଗୁଡିକୁ ଶୀତଳ ଭଣ୍ଡାର ଅଭାବରୁ ସଞ୍ଚିତ କରି ନ ପାରି ମାଗଣାରେ ଲୋକଙ୍କୁ ଟମାଟୋ ଦେଇଛନ୍ତି ।

ଶୀତଳ ଭଣ୍ଡାର ଅଭାବ, ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀଶୀତଳ ଭଣ୍ଡାର ଅଭାବ, ମାଗଣାରେ ଟମାଟୋ ବାଣ୍ଟିଲେ ଚାଷୀ

ଚାଷୀଙ୍କ ଏପରି କାମ ସାଧାରଣରେ ସମସ୍ତଙ୍କୁ ଚକିତ କରିଥିବା ବେଳେ ଅନେକ କିଛି ବୁଝି ନ ପାରି ସେହି ସବୁ ଟମାଟୋ ସାଉଁଟି ନେଇଥିଲେ । ଚାଷୀମାନେ ନିଜ ଉଦ୍ୟମରେ ଗାଡି ଭଡା କରି ଆଜି ପ୍ରାୟ 200 କ୍ୟୁଣ୍ଟାଲ ପରିମାଣର ଟମାଟୋ ଲୋକଙ୍କୁ ମାଗଣାରେ ବାଣ୍ଟି ଦେଇଛନ୍ତି । ଶୀତଳ ଭଣ୍ଡାର ନିର୍ମାଣ କରିବାରେ ସରକାରଙ୍କ ଉଦାସୀନତାକୁ ଚାଷୀମାନେ ସହି ନ ପାରି ଏପରି କରିଥିବା କଥା କହିଛନ୍ତି । ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ସରକାରୀ ବା ବେସରକାରୀ ଭାବେ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଆଜି ବୀରମିତ୍ରପୁର ସାପ୍ତାହିକ ହାଟରେ ଚାଷୀମାନେ ତାଙ୍କ ଝାଳବୁହା ପ୍ରରିଶ୍ରମକୁ ମାଗଣାରେ ଲୋକଙ୍କୁ ଦେଇ ପ୍ରାଶସନକୁ ପରୋକ୍ଷରେ ବିଦ୍ରୂପ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.