ETV Bharat / state

ଦିନ କେଇଟା ପରେ ସାଜିଥାନ୍ତେ ବର, ମିଳିଲା ଯବାନଙ୍କ ମୃତଦେହ

author img

By ETV Bharat Odisha Team

Published : Dec 16, 2023, 6:38 AM IST

ଝୁଲନ୍ତା ଅବସ୍ଥାରେ ମିଳିଲା ଯବାନଙ୍କ ମୃତଦେହ
ଝୁଲନ୍ତା ଅବସ୍ଥାରେ ମିଳିଲା ଯବାନଙ୍କ ମୃତଦେହ

Jammu CISF Jawan Death: ନିର୍ବନ୍ଧ ସରିଥିଲା, ଦିନ କେଇଟା ପରେ ସାଜିଥାନ୍ତେ ବର । ଏହା ପୂର୍ବରୁ ସିଆଇଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ବିଶ୍ରା ଛକ ନିକଟରେ ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ ପରିସର ସ୍ଥିତ ଏକ ଗଛରୁ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଝୁଲନ୍ତା ଅବସ୍ଥାରେ ମିଳିଲା ଯବାନଙ୍କ ମୃତଦେହ

ରାଉରକେଲା: ଦିନ କେଇଟା ପରେ ସାଜିଥାନ୍ତେ ବର । ହେଲେ ଏହା ପୂର୍ବରୁ ସିଆଇଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା ବିଶ୍ରା ଛକ ନିକଟରେ ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍‌ ପରିସର ସ୍ଥିତ ଏକ ଗଛରୁ ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯବାନ ହେଲେ ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାର ସାହିଲ କୁମାର । ମୃତ୍ୟୁର କାରଣ ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି । ବିବାହ ପାଇଁ ନିର୍ବନ୍ଧ ସାରି ଗତ ଦୁଇଦିନ ତଳେ ସେ ନିଜ କ୍ୟାମ୍ପକୁ ଫେରିଥିଲେ । ନିର୍ବନ୍ଧ ସାରି ଫେରିଥିବା ବେଳେ ହଠାତ ଏଭଳି ଚରମ ନିଷ୍ପତ୍ତିକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ମିଳିଥିବା ସୂଚନା ମୁତାବକ ଜମ୍ମୁ କାଶ୍ମୀର କଠୁଆ ଜିଲ୍ଲାର ସାହିଲଙ୍କର ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପକୁ ବଦଳି ହୋଇଥିଲା । ତାଙ୍କୁ କ୍ୟାମ୍ପ ଅଧିକାରୀ ରାଉରକେଲା ଇସ୍ପାତ କାରଖାନା( ଆର୍‌ଏସ୍‌ପି) ସୁରକ୍ଷା ଦାୟିତ୍ବରେ ନିୟୋଜିତ କରିଥିଲେ । ଆସନ୍ତା ଫେବ୍ରୁଆରୀ ୨୬ରେ ତାଙ୍କର ବିବାହ ଧାର୍ଯ୍ୟ ହୋଇଥିଲା । ନିର୍ବନ୍ଧ ପାଇଁ ଗତ ଦୁଇ ସପ୍ତାହ ତଳେ ସାହିଲ ଛୁଟି ନେଇ ଘରକୁ ଯାଇଥିଲେ । ନିର୍ବନ୍ଧ ପରେ ଦୁଇ ଦିନ ପୂର୍ବେ ରାଉରକେଲାକୁ ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ । ପ୍ରତିଦିନ ପରି ଯବାନ ସାହିଲ ଅନ୍ୟ ସହଯୋଗୀଙ୍କ ସହ କ୍ୟାଣ୍ଟିନ୍‌ରେ ଖାଇବା ପରେ ଶୋଇବାକୁ ଯାଇଥିଲେ । ଗୁରୁବାର ସାହିଲ ରୁମ୍‌ରେ ନଥିବା ଦେଖି ସାଙ୍ଗମାନେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ରୁମ୍‌ରେ ତାଙ୍କୁ ପାଇନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ ଯବାନ ମୃତ, ରିପୋର୍ଟ ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ

ସେପଟେ କିଛି ଯବାନ ସାହିଲଙ୍କୁ ଖୋଜା ଖୋଜି କରୁଥିବା ବେଳେ କ୍ୟାମ୍ପସ୍‌ ପରିସରରେ ଥିବା ଏକ ଗଛରେ ସାହିଲଙ୍କ ମୃତଦେହ ଝୁଲୁଥିବା ଦେଖି ଆଶ୍ଚର୍ଯ୍ୟ ‌ହୋଇଯାଇଥିଲେ । ତୁରନ୍ତ ଘଟଣା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଓ ପୋଲିସକୁ ସୂଚନା ଦେଇଥିଲେ ସିଆଇଏସଏଫ ଅଫିସର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହ ଉଦ୍ଧାର କରିଥିଲା । ସିଆଇଏସ୍‌ଏଫ୍‌ ଅଧିକାରୀ ଓ ଯବାନଙ୍କ ବୟାନ ତଥା ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ସେପଟେ ମୃତ ଯବାନଙ୍କ ପରିବାର ଲୋକେ ଆସି ପହଞ୍ଚିବା ପରେ ହିଁ ମୃତଦେହ ବ୍ୟବଚ୍ଛେଦ ହେବ । ପୋଲିସ ଉଭୟ ପରିବାର ଲୋକେ ଏବଂ କ୍ୟାମ୍ପସ ଭିତରେ ଅନ୍ୟ ଯବାନମାନଙ୍କୁ ପଚରାଉଚରା ଚଳାଇଛି । ତେବେ ଆତ୍ମହତ୍ୟା ଜନିତ ମୃତ୍ୟୁ ପଛରେ କାରଣ କଣ ରହିଛି ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ । ମୃତ୍ୟୁ ପଛରେ ପାରିବାରିକ କଳିଝଗଡ଼ା ନା ଅନ୍ୟ କିଛି କାରଣ ରହିଛି ଏହାର ଖୋଳତାଡକରୁଛି ପ୍ଲାଣ୍ଟସାଇଡ଼ ପୋଲିସ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.