ETV Bharat / state

Gajalaxmi Puja: ଷ୍ଟିଲ ସିଟିରେ ଧୁମଧାମରେ ଚାଲିଛି ଧନଦାତ୍ରୀଙ୍କ ଆରାଧନା

author img

By ETV Bharat Odisha Team

Published : Oct 29, 2023, 10:42 PM IST

ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା'ଲକ୍ଷ୍ମୀ , ଉତ୍ସବମୁଖର ରାଉରକେଲା ସହର
ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା'ଲକ୍ଷ୍ମୀ , ଉତ୍ସବମୁଖର ରାଉରକେଲା ସହର

ରାଉରକେଲାରେ ଆଜି ପାଳନ ହେଉଛି ମା' ଲକ୍ଷ୍ମୀଙ୍କ ପୂଜା । ଗତକାଲି ଗ୍ରହଣ ଥିବାରୁ ପୂଜାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ

ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା'ଲକ୍ଷ୍ମୀ , ଉତ୍ସବମୁଖର ରାଉରକେଲା ସହର

ରାଉରକେଲା: ଧରାବତରଣ କରିଛନ୍ତି ସୁଖ, ସମୃଦ୍ଧି ଏବଂ ଧନର ଦେବୀ ମା' ଲକ୍ଷ୍ମୀ । ନିଜର ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା' ଲକ୍ଷ୍ମୀ । ରାଉରକେଲାରେ ଧୁମଧାମରେ ପାଳନ ହେଉଛି ମା' ଗଜଲକ୍ଷ୍ମୀଙ୍କ ପୂଜା । ସହରର ବିଭିନ୍ନ ସ୍ଥାନରେ ବହୁ ଆଡମ୍ବର ସହକାରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ ।ତେବେ ଚଳିତ ବର୍ଷର ଚନ୍ଦ୍ର ଗ୍ରହଣ ପାଇଁ ପୂଜାରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା ।

ତେବେ ଗତକାଲି ଚନ୍ଦ୍ରଗ୍ରହଣ ଯୋଗୁଁ ରାଉରକେଲାର ନାଗରିକମାନେ ପାରମ୍ପରିକ ଭାବେ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରି ପାରିନଥିଲେ । ଏହି ମହା ଜାଗତିକ ଘଟଣା ପାଇଁ ଗତକାଲି ଉତ୍ସଭର ମାହୋଲକୁ ସାମାନ୍ୟ ହ୍ରାସ କରିଥିଲା । କାରଣ ପରମ୍ପରା ରହିଛି ଏହି ଗ୍ରହଣ ସମୟରେ କୌଣସି ପୂଜାର୍ଚ୍ଚନା ବା ଶୁଭ କାର୍ଯ୍ୟ କରାଯାଏ ନାହିଁ ତେଣୁ କରି ଆଜି ଠାରୁ ମା' ଲକ୍ଷ୍ମୀଙ୍କ ପୂଜା ରାଉରକେଲାରେ ପାଳନ କରାଯାଇଛି । ଆଜି ଗ୍ରହଣ ଛାଡ଼ି ଯାଇଥିବାରୁ ରାଉରକେଲାବାସୀ ବେଶ ଆନନ୍ଦ ଉଲ୍ଲାସରେ ସହରରେ ମା' ଲକ୍ଷ୍ମୀଙ୍କ କରିଛନ୍ତି । ନିଜ ଜୀବନରେ ଧନ ସମୃଦ୍ଧି ପାଇଁ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁ ମାନେ ମା'ଙ୍କ ନିକଟରେ ନିବେଦନ କରିଛନ୍ତି । ମା' ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ମନ୍ତ୍ର ଚ୍ଚାରଣରେ ଗୁଞ୍ଜରିତ ହୋଇଛି ଷ୍ଟିଲ ସିଟି । ଚନ୍ଦ୍ରଗ୍ରହଣ ଯୋଗୁ ପାରମ୍ପରିକ ରୀତିନୀତିରେ କିଛି ସମୟ ବାଧା ଉପୁଜିଥିଲେ ମଧ୍ୟ ରାଉରକେଲାରେ ମା' ଗଜଲକ୍ଷ୍ମୀଙ୍କ ପୂଜାର ଉତ୍ସାହ ଦେଖିବାକୁ ମିଳିଥିଲା ।ତେବେ ସହରରେ ଲକ୍ଷ୍ମୀ ପୂଜା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ସେହିଭଲି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଲିଛି ମା' ଜଗତ ଜନନୀଙ୍କ ପୂଜା । ମନ୍ତ୍ର ଧ୍ୱନିରେ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି । ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପୂଜା ମଣ୍ଡପରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ସନ୍ଧ୍ୟା ଦର୍ଶନ ପାଇଁ ଅଧିକ ସଂଖ୍ୟାରେ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ପ୍ରେସ, ରାଧାକୃଷ୍ଣ ବଜାର, ପୋଲିସ ଲାଇନ, କାଞ୍ଚନବଜାର ଆଦି ସ୍ଥାନରେ ମା'ଙ୍କ ପୂଜା ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Kartik Month: ଆରମ୍ଭ ହେଲା ହବିଷ୍ୟାଳୀଙ୍କ ପବିତ୍ର କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.