ETV Bharat / state

ଅନଲାଇନ ବା ଅଫଲାଇନରୁ ବୀମା ପଲିସି କିଣୁଛନ୍ତି କି ସାବଧାନ, ଠକଙ୍କ ନଜରରେ ଥାଇ ପାରନ୍ତି ଆପଣ

author img

By

Published : May 9, 2023, 6:44 AM IST

Updated : May 9, 2023, 6:35 PM IST

ବୀମା ପଲିସି କିଣାବିକାରେ ଚାଲିଛି ବଡ଼ ଧରଣର ଠକ ସ୍କାମ
ବୀମା ପଲିସି କିଣାବିକାରେ ଚାଲିଛି ବଡ଼ ଧରଣର ଠକ ସ୍କାମ

ଅନ୍‌ଲାଇନ୍‌ ବା ଅଫଲାଇନ୍‌ରୁ ବୀମା ପଲିସି କିଣୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ବୀମା ପଲିସି କିଣାବିକାରେ ଚାଲିଛି ବଡ଼ ଧରଣର ଠକ ସ୍କାମ୍‌ । ଅଧିକ ପଢ଼ନ୍ତୁ

ବୀମା ପଲିସି କିଣାବିକାରେ ଚାଲିଛି ବଡ଼ ଧରଣର ଠକ ସ୍କାମ

ରାଉରକେଲା: ସାରା ଦେଶରେ ବଢ଼ିବାରେ ଲାଗିଛି ଠକେଇ ଘଟଣା । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାର ଲାଗିଛନ୍ତି ଠକ । ଜ୍ଞାନକୌଶଳ ବ୍ୟବହାର କରି ଠକିବାର ନୂଆନୂଆ ପନ୍ଥା ଖୋଜୁଛନ୍ତି ଠକ । ଅନଲାଇନ୍‌ ବା ଅଫଲାଇନ୍‌ରୁ ବୀମା ପଲିସି କିଣୁଛନ୍ତି କି । ତେବେ ହୋଇ ଯାଆନ୍ତୁ ସାବଧାନ । ବୀମା ପଲିସି କିଣାବିକାରେ ଚାଲିଛି ବଡ଼ ଧରଣର ଠକ ସ୍କାମ । ବିଭିନ୍ନବୀମା ପଲିସି ଯେଭଳି ଜୀବନ ବୀମା, ସ୍ବାସ୍ଥ୍ୟ ବୀମା ଆଦି ଅନ୍‌ଲାଇନ୍‌ ସହ ଅଫଲାଇନରୁ କିଣୁଥିବା ସାଧାରଣ ଲୋକଙ୍କୁ ବିଭିନ୍ନ ଆଳରେ ଛନ୍ଦି ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି ଠକ ।

ଏଭଳି ଏକ ଭିନ୍ନ ଧରଣର ଠକେଇର ମାମଲା ଆସିଛି ରାଉରକେଲା ସହରରୁ । ରାଉରକେଲା ସହରର ଜଣେ ବ୍ୟକ୍ତିଙ୍କଠାରୁ ବୀମା ନାମରେ ହୋଇଛି ଲକ୍ଷାଧିକ ଟଙ୍କାର ଠକେଇ । ତେବେ ରାଉରକେଲା ସହରର ସିଭିଲ ଟାଉନସିପ୍‌ ଅଞ୍ଚଳରେ ରହୁଥିବା ଶ୍ୱେତ ଚନ୍ଦନ ଗତ 2017 ମସିହାରେ HDFC ବ୍ୟାଙ୍କରୁ ଗୋଟିଏ ଟର୍ମ ଲାଇଫ ବୀମା କରିଥିଲେ । ବୀମାଟି ସାତ ବର୍ଷର ହୋଇଥିବା ବେଳେ ମାତ୍ର ଗୋଟିଏ ପ୍ରିମିୟମ ଦେଇଥିଲେ ବ୍ୟକ୍ତି ଜଣକ । ଏହାକୁ ଆଉ ଜାରି ନରଖି ଏହାକୁ ସେଟେଲ୍‌ମେଣ୍ଟ୍‌ କରିବାକୁ ଜାନୁଆରୀ ମାସରେ ସେ ବୀମା କମ୍ପାନୀକୁ ଯୋଗାଯୋଗ କରିଥିଲେ । ଏକ କମ୍ପ୍ଲେନ୍‌ ମଧ୍ୟ ରୁଜୁ ହୋଇଥିଲା ।

ତେବେ ଏହାର ତିନି ମାସ ପରେ ଏପ୍ରିଲ ମାସରେ ଠକ ଗ୍ୟାଙ୍ଗର କିଛି ବ୍ୟକ୍ତି ଶ୍ୱେତ ଚନ୍ଦନଙ୍କୁ ଫୋନ୍‌ ଯୋଗେ ସମ୍ପର୍କ କରିଥିଲେ । ଏହାପରେ ସେ ତାଙ୍କର ଅଭିଯୋଗକୁ ଯଥା ସମ୍ଭବ କ୍ଲୋଜ୍‌ କରାଯିବ । ଶ୍ୱେତ ଚନ୍ଦନଙ୍କୁ ଫୋନ କରି ତାଙ୍କର ଦେଇଥିବା ପ୍ରିମିୟମ ୭୬୦୦୦ ଟଙ୍କା ଉପରେ ତାଙ୍କୁ ୨୪୦୦୦ ସୁଧ ମିଳିବ। କଥା ଠକ କମ୍ପାନୀ କହିଥିଲା । ଏହା ବାବଦକୁ ଷ୍ଟେଟ୍‌ ଟ୍ରାନ୍ସଫର ଫି' ନାମକ ଏକ ଫି' ଚାର୍ଜ ଯାହା ୬୯୦୦୦ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ ।

ଏହାପରେ ଚନ୍ଦନ ସବୁ କିଛି ଚାର୍ଜ ଦେବା ପରେ ପୁଣି ଏହି ଠକ ଗ୍ୟାଙ୍ଗ୍‌ମାନେ ନୋ ଅବଜେକ୍ସନ ଚାର୍ଜ ଡିମାଣ୍ଡ୍‌ କରିଥିଲେ । ତେବେ ଏହାପରେ ଚନ୍ଦନଙ୍କୁ ଏହି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିଲା । ଏହାକୁ ନେଇ ସେ ରାଉରକେଲା ରଘୁନାଥ ପାଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ତେବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ତଦନ୍ତ କରିବା ସମୟରେ ପୋଲିସ ଠକେଇ ଗ୍ୟାଙ୍ଗର ଉତ୍ତରପ୍ରଦେଶର ଗାଜିଆବାଦର ବୋଲି ଜାଣିବାକୁ ପାଇଥିଲା । ତେବେ ପୋଲିସ ଚାରି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି । ଏହି ଠକେଇ ଗ୍ୟାଙ୍ଗଟି ବିଭିନ୍ନ ରାଜ୍ୟରୁ ବିଭିନ୍ନ ବୀମା ପଲିସି ଧାରକଙ୍କୁ ଟାର୍ଗେଟ କରି କୋଟି କୋଟି ଟଙ୍କା ବିଭିନ୍ନ ଲୋକଙ୍କଠାରୁ ଠକେଇ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :May 9, 2023, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.